Skip to main content

Posts

Showing posts from January, 2023

ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କ ଓ ଭାରତ

ବିକାଶର ଲାଭ ଉଭୟ ପୁରୁଷ ଓ ମହିଳାଙ୍କଠାରେ ସମାନ ଭାବେ ନ ପହଞ୍ଚିଲା ଯାଏଁ ପ୍ରକୃତ ଅର୍ଥରେ ବିକାଶ ହୋଇଛି ବୋଲି କହିହେବ ନାହିଁ କି ବିକାଶର ସ୍ଥାୟିତ୍ୱକୁ ସୁନିଶ୍ଚିତ କରିହେବ ନାହିଁ । ତେଣୁ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣକୁ ସତତ ବିକାଶ ଲକ୍ଷ୍ୟ (ଏସଡ଼ିଜି)ର ୫ମ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି । ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆହେଉଥିଲେ ବି ବାସ୍ତବତା ହେଉଛି ଆଜି ମଧ୍ୟ ପୃଥିବୀର ପ୍ରାୟ ସବୁ ଦେଶରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଲିଙ୍ଗଗତ ଅସମାନତା ଲାଗି ରହିଛି । ସାମାଜିକ, ରାଜନୈତିକ, ବୌଦ୍ଧିକ, ସାଂସ୍କୃତିକ ବା ଅର୍ଥନୈତିକ ଉପଲବ୍ଧି ବା ଆଭିମୁଖ୍ୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଲିଙ୍ଗଗତ ବ୍ୟବଧାନ କୁହାଯାଇଥାଏ । ୨୦୦୬ ମସିହାରୁ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କ ପ୍ରସ୍ତୁତ ହୋଇଆସୁଛି । ଏହି ସୂଚକାଙ୍କ ପ୍ରସ୍ତୁତିରେ ଯେଉଁ ଚାରିଟି ମୁଖ୍ୟ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଥାଏ ସେଗୁଡ଼ିକ ହେଲା, ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ, ଶିକ୍ଷାଗତ ଉପଲବ୍ଧି, ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା ଏବଂ ରାଜନୈତିକ ସଶକ୍ତିକରଣ । ଏହି ସୂଚକାଙ୍କ ପ୍ରସ୍ତୁତ ହେବା ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେଉଁ ୧୦୨ଟି ଦେଶର ତଥ୍ୟ ଲଗାତର ବିବେଚନାକୁ ନିଆ ହୋଇଆସିଛି ତନ୍ମଧ୍ୟରେ ଭାରତ ଅନ୍ୟତମ । ୧୬ ବର

କ୍ରିକେଟରେ ଜାତିବାଦ

ଭଦ୍ରଲୋକଙ୍କ ଖେଳ ବୋଲି କୁହାଯାଉଥିବା କ୍ରିକେଟ ମୂଳରୁ ବର୍ଣ୍ଣବୈଷମ୍ୟବାଦ ଓ ପକ୍ଷପାତିତାର ଶିକାର ବୋଲି ଅଭିଯୋଗ ହୋଇଥାଏ । ଭାରତୀୟ କ୍ରିକେଟରେ ମଧ୍ୟ ପକ୍ଷପାତିତାର ରହିଛି ବୋଲି ଅନେକଙ୍କ ଧାରଣା । ସ୍ୱାଧୀନତା ପୂର୍ବରୁ ଏହା ରାଜା, ମହାରାଜା ଓ ବିତ୍ତଶାଳୀ ଉଚ୍ଚ ବର୍ଗର ନିୟନ୍ତ୍ରଣରେ ରହି ଆସିଥିଲା ଓ ତାହା ଏବେ ମଧ୍ୟ ସେମାନଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନାହିଁ । ଭାରତୀୟ କ୍ରିକେଟର ଖେଳାଳି ଚୟନରେ ପଛୁଆ ବର୍ଗ, ବିଶେଷ କରି ଦଳିତ ଓ ଆଦିବାସୀଙ୍କୁ ଉପେକ୍ଷା କରାଯାଇଥାଏ ବୋଲି ଅଭିଯୋଗ ହୁଏ । ଭାରତର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ାଟିର ଏହି ବିଭାବ ସମ୍ପର୍କରେ ଏକ ବିଶଦ ଆଲୋଚନା କରାଯିବା ମଧ୍ୟ ଆବଶ୍ୟକ । କୁହାଯାଏ କ୍ରିକେଟରେ ଜନ୍ମ, ଜାତି, ଧର୍ମ, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି ଆଦିର କୌଣସି ସ୍ଥାନ ନାହିଁ, କାରଣ ଏଠି କେବଳ ପ୍ରତିଭାକୁ ସମ୍ମାନ ଦିଆଯାଇଥାଏ । ହେଲେ ୧୯୩୨ରୁ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳି ଆସୁଥିବା ଭାରତରେ ଗତ ୯୦ ବର୍ଷରେ ଖେଳିଥିବା ୩୦୨ ଜଣ ଟେଷ୍ଟ ଖେଳାଳୀଙ୍କ ମଧ୍ୟରୁ ବ୍ରାହ୍ମଣଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ । ଅବଶ୍ୟ ଏମାନଙ୍କ ମଧ୍ୟରେ କିଛି ଅସାଧାରଣ ଭାବେ ପ୍ରତିଭାବାନ ଖେଳାଳୀ ଅଛନ୍ତି । ଅନ୍ୟ ପକ୍ଷରେ ଏଯାବତ୍ ଦେଶ ପାଇଁ ଏକନାଥ ସୋଲକାର, କର୍ସନ ଘାବରି, ବିନୋଦ କାମ୍ୱଲିଙ୍କ ଭଳି ମାତ୍ର ୮ ଜଣ ଅନୁସୂଚିତ ଜାତିର ଖେଳାଳୀ ଖେଳିଥିବା ବେଳେ କୌଣସି ଆଦିବାସୀ ଖେଳାଳି ଖେ

ଓଡ଼ିଶାରେ ବେକାରି ହାର ସର୍ବନିମ୍ନ !

ସିଏମଆଇଇ ଦ୍ୱାରା ଡିସେମ୍ୱର ୨୦୨୨ରେ ପ୍ରକାଶିତ ମାସିକିଆ ରିପୋର୍ଟରେ ଦେଶରେ ବେକାରି ହାର ଗତ ୧୬ ମାସ ମଧ୍ୟରେ ୮.୩ ପ୍ରତିଶତର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ମାତ୍ର ୦.୯ ପ୍ରତିଶତ ସହ ଓଡିଶାରେ ବେକାରି ହାର ଅନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବନିମ୍ନ ବୋଲି ଜଣାପଡ଼ିବା ପରେ ରାଜନୈତିକ ବାଦବିବାଦ ଆରମ୍ଭ ହୋଇଯାଇଛି । ତେବେ କ’ଣ ଓଡିଶାରେ ବେକାରି ସମସ୍ୟା ଆଉ ଏକ ସମସ୍ୟା ହୋଇ ରହିନାହିଁ ? ସଂସଦରେ ପ୍ରଦତ୍ତ ତଥ୍ୟ ଓ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେକାରି ହାର ଅପେକ୍ଷାକୃତ ଅଧିକ ହୋଇଥିବାରୁ ରାଜ୍ୟରେ ବେକାରି ସମସ୍ୟାର ବାସ୍ତବ ସ୍ଥିତି ସମ୍ପର୍କରେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । ତେଣୁ ସାମଗ୍ରିକ ଭାବେ ରାଜ୍ୟ ଓ ଦେଶରେ ବେକାରି ସମସ୍ୟାର ବାସ୍ତବ ସ୍ଥିତିକୁ ବୁଝିବାର ଏକ ପ୍ରୟାସ କରାଯାଉ ।      ଏହି ରିପୋର୍ଟରେ ବେକାରି ହାର କମ ହେବାର ଅର୍ଥ ନୁହେଁ ଯେ ଅଧିକାଂଶ ଲୋକ ନିୟମିତ ଭାବେ ଚାକିରି ବା କାମଧନ୍ଦାରେ ନିଯୁକ୍ତ । ଏହାର ଅର୍ଥ ହେଉଛି ସେହି ନିର୍ଦ୍ଦିଷ୍ଟ ମାସରେ କାମ କରିବା ଲାଗି ପ୍ରସ୍ତୁତ ଲୋକଙ୍କ ମଧ୍ୟରୁ କେତେ ପ୍ରତିଶତ ଲୋକ ଚାକିରି, ଶ୍ରମ ବା ଆତ୍ମନିଯୁକ୍ତି ମାଧ୍ୟମରେ କିଛି ହେଲେ ରୋଜଗାର କରିପାରିଛନ୍ତି । ବେକାରୀ ସମସ୍ୟାର ବାସ୍ତବ ସ୍ଥିତି ସମ୍ପର୍କରେ ଜାଣିବାକୁ ହେଲେ ଉଭୟ ବେକାରି ହାର (ଅନଏମ୍ପ୍ଲୟମେଣ୍ଟ ରେଟ) ଓ ଶ୍ରମଶକ୍ତି ଭାଗୀଦାରି ହାର (ଲେବର ଫୋର୍