Skip to main content

Posts

Showing posts from April, 2021

ଭର୍ତ୍ସିତ ନିର୍ବାଚନ କମିଶନ

କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପିବା ଲାଗି ନିର୍ବାଚନ କମିଶନ ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । “ଆପଣ ହିଁ ଏକମାତ୍ର ଅନୁଷ୍ଠାନ ଯିଏ ଆଜିର ଏଇ ପରିସ୍ଥିତି ପାଇଁ ଦାୟୀ । ଅଦାଲତଙ୍କ ସବୁ ଆଦେଶ ସତ୍ତ୍ୱେ ବଡ ବଡ ରାଲି କରୁଥିବା ରାଜନୈତିକ ଦଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଗଲା ନାହିଁ । ବୋଧହୁଏ ଆପଣଙ୍କ ନିର୍ବାଚନ କମିଶନ ବିରୁଦ୍ଧରେ ହତ୍ୟାର ମାମଲା ରୁଜୁ ହେବା କଥା !” ଦେଶରେ କୋଭିଡ ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଏକମାତ୍ର ଦାୟୀ ବୋଲି ଏପ୍ରିଲ ୨୬, ୨୦୨୧ରେ ଏକ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ । ସମ୍ଭବତଃ, ଏଥି ପୂର୍ବରୁ ଏକ ସାମ୍ୱିଧାନିକ ଅନୁଷ୍ଠାନ ଏଭଳି ଭାବେ ହାଇକୋର୍ଟ ବା ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନାର ଶିକାର ହୋଇଥିବାର ଦୃଷ୍ଟାନ୍ତ ବିରଳ ।   “ଜନସ୍ୱାସ୍ଥ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିତାପର ବିଷୟ ଯେ ଏ କଥା ସାମ୍ୱିଧାନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କୁ ମନେ ପକାଇ ଦେବାକୁ ପଡୁଛି । କେବଳ ଜଣେ ନାଗରିକ ବଞ୍ଚି ରହିଲେ ଯାଇ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ତାକୁ ପ୍ରଦାନ କରୁଥିବା ଅଧିକାରର ଗ୍ୟାରେଣ୍ଟିକୁ ସେ ଉପଭୋଗ କରିପାରିବ ।“ ଅଦାଲତଙ୍କ କଡା ଟିପ୍ପଣୀ ଥିଲା, “ରାଜନୈତିକ ରାଲିଗୁଡିକ ହେଉଥିଲା ବେଳେ ଆପଣମାନେ କ’ଣ ଅନ୍ୟ ଏକ ଗ୍ରହରେ ଅବସ୍ଥାନ କରୁଥି

ଭାରତରେ ବିଦେଶୀ ବ୍ୟାଙ୍କ

୧୯୯୨ ମସିହାରେ ଭାରତରେ ଉଦାରୀକରଣ ଅର୍ଥ ବ୍ୟବସ୍ଥା ପାଇଁ ସଂସ୍କାର ହେଉଥିବା ବେଳେ ଦେଶରେ ଏକ ଲାଭପ୍ରଦ, ବିବିଧ ସେବାପ୍ରଦାନକାରୀ, ଦକ୍ଷ ଓ ନମନୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ମଧ୍ୟ ସଂସ୍କାର କରାଗଲା । ତଦନୁଯାୟୀ ସରକାର ୧୯୯୪ରୁ ନୂଆ ବିଦେଶୀ ବ୍ୟାଙ୍କଙ୍କୁ ଦେଶରେ ବ୍ୟବସାୟ କରିବାକୁ ଅନୁମତି ଦେଲେ । ତା ପରଠାରୁ ଉଦାରୀକରଣ ବ୍ୟବସ୍ଥାରେ ଭାରତୀୟ ଅର୍ଥ ବ୍ୟବସ୍ଥାରୁ ଲାଭ ଉଠାଇବା ପାଇଁ ଅନେକ ବିଦେଶୀ ବ୍ୟାଙ୍କ ଭାରତରେ ଶାଖା ଖୋଲି ବ୍ୟବସାୟ କରିବାକୁ ଆଗ୍ରହ ପ୍ରଦର୍ଶନ କଲେ । ଏହି ବିଦେଶୀ ବ୍ୟାଙ୍କଗୁଡିକ ସେମାନଙ୍କ ସହ ସଦ୍ୟତମ ଜ୍ଞାନକୌଶଳ ଓ ସର୍ବୋତ୍ତମ ପ୍ରଣାଳୀଗୁଡିକୁ (ବେଷ୍ଟ ପ୍ରାକ୍ଟିସେସ) ମଧ୍ୟ ଆଣିଲେ, ଯାହା ଭାରତୀୟ ବ୍ୟାଙ୍କଗୁଡିକ ଆହରଣ କଲେ ଓ ନିଜ କାର୍ଯ୍ୟଦକ୍ଷତା ଓ ପ୍ରଦର୍ଶନରେ ଉନ୍ନତି ଆଣି ଉତ୍ତମ ଗ୍ରାହକ ସେବା ଯୋଗାଇ ଦେବାରେ ସମର୍ଥ ହେଲେ । ତେବେ ଇତିମଧ୍ୟରେ ଅଗ୍ରଣୀ ବିଦେଶୀ ବ୍ୟାଙ୍କ ସିଟି ବ୍ୟାଙ୍କ ଭାରତରେ ତା’ର କ୍ରେଡିଟ କାର୍ଡ ଓ ଗ୍ରାହକ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିବ ବୋଲି ଘୋଷଣା କରିବାର ସପ୍ତାହକ ଭିତରେ ଫାର୍ଷ୍ଟରାଣ୍ଡ ବ୍ୟାଙ୍କ ଭାରତରେ ଥିବା ତା’ର ଏକମାତ୍ର ଶାଖାକୁ ବନ୍ଦ କରିବା ନିଷ୍ପତ୍ତିକୁ ଆର୍ଥିକ ଜଗତରେ ସ୍ୱାଭାବିକ ଭାବେ ଗ୍ରହଣ କରା ଯାଇନାହିଁ । ଇତିମଧ୍ୟରେ କିଛି ବିଦେଶୀ ବ୍ୟାଙ୍କ ଭାରତରେ ସେମାନଙ୍କ କାର୍ଯ୍ୟ ବନ୍ଦ କରିଛନ୍

ଗଣତନ୍ତ୍ରର ଓଲଟପାଦ

ଅଳ୍ପ କିଛି ଦେଶକୁ ବାଦ ଦେଲେ ସାରା ବିଶ୍ୱରେ ଗଣତନ୍ତ୍ରର ଅବକ୍ଷୟ ହୋଇ ଚାଲିଛି ଏବଂ ଏବେ ତାହା ଓଲଟପାଦରେ । ସାରା ବିଶ୍ୱରେ ଗଣତନ୍ତ୍ରର ସ୍ୱାସ୍ଥ୍ୟକୁ ମାପି ଏକ ସୂଚକାଙ୍କ ପ୍ରସ୍ତୁତ କରିବା କ୍ଷେତ୍ରରେ ଅନେକ ନାଗରିକ ସମାଜ ସଂଗଠନ ଓ ଶିକ୍ଷାନୁଷ୍ଠାନଙ୍କର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରତ । ତନ୍ମଧ୍ୟରୁ କାନାଡାର ଫ୍ରେଜର ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ‘ହ୍ୟୁମାନ ଫ୍ରିଡମ ଇଣ୍ଡେକ୍ସ’, ଆମେରିକାର ସେଣ୍ଟର ଫର ସିଷ୍ଟମିକ ପିସ ଦ୍ୱାରା ପ୍ରସ୍ତୁତ ‘ପଲିଟି ଫୋର’, ବିଶ୍ୱ ବ୍ୟାଙ୍କର ‘ୱାର୍ଲଡୱାଇଡ ଗଭର୍ଣ୍ଣାନ୍ସ ଇଣ୍ଡିକେଟରସ’, ସ୍ୱିଜରଲାଣ୍ଡସ୍ଥିତ ଜୁରିକ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ‘ଡେମୋକ୍ରାସି ବାରୋମିଟର’, ଫିନଲାଣ୍ଡସ୍ଥିତ ହେଲେସିଙ୍କି ବିଶ୍ୱବିଦ୍ୟାଳୟର ପ୍ରଫେସର ଟାଟୁ ଭାନହାନେନଙ୍କ ଦ୍ୱାରା ପ୍ରସ୍ତୁତ ‘ଇଣ୍ଡେକ୍ସ ଅଫ ଡେମୋକ୍ରାସି’ ଆଦି ସୂଚକାଙ୍କଗୁଡିକୁ ଗୁରୁତ୍ୱ ଦିଆ ଯାଇଥାଏ । ତେବେ ଏ କ୍ଷେତ୍ରରେ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ, ଫ୍ରିଡମ ହାଉସ ଓ  ଭି-ଡେମ ଇନଷ୍ଟିଚ୍ୟୁଟ ଭଳି ତିନିଟି ଅନୁଷ୍ଠାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ଗଣତନ୍ତ୍ର ସୂଚକାଙ୍କ ସେଗୁଡିକର ପ୍ରସ୍ତୁତି ପ୍ରଣାଳୀର ବିଶ୍ୱସନୀୟତା ପାଇଁ ପ୍ରାୟ ସର୍ବତ୍ର ଓ ସର୍ବାଧିକ ଗ୍ରହଣୀୟ ହୋଇଥାଏ । ଗଣତନ୍ତ୍ରର ସଂଜ୍ଞାକୁ ନେଇ ବାଦବିବାଦ ଲାଗି ରହିଥିବାରୁ ତାହା କେମିତି ମପାଯିବା ଉଚିତ, ସେ ନେଇ ମତୈକ୍ୟ ଦେଖିବାକୁ ମିଳେନାହିଁ । କେତେ

ଶୁକପାଇକା – ଏକ ମୃତ ନଦୀକୁ ଜୀବନ୍ତ କରିବା ଲାଗି ଜନପ୍ରୟାସ

ମଣିଷ ନିଜ ସ୍ୱାର୍ଥ ପାଇଁ ପାହାଡପର୍ବତ, ବଣଜଙ୍ଗଲ, ଜୀବଜନ୍ତୁ, ବୃକ୍ଷଲତା ଆଦି ବିନଷ୍ଟ କରି ଚାଲିଥିବାର ଅସଂଖ୍ୟ ଉଦାହରଣ ଦେଖିବାକୁ ଆଉ ଶୁଣିବାକୁ ମିଳିଥାଏ, ହେଲେ ମନୁଷ୍ୟକୃତ ହସ୍ତକ୍ଷେପ (ହ୍ୟୁମାନ ଇଣ୍ଟରଭେନସନ) ଯୋଗୁ ଯେ ଗୋଟିଏ ଜୀବନ୍ତ ନଦୀର ଶ୍ୱାସରୁଦ୍ଧ ହୋଇ ସେ ମୃତପ୍ରାୟ ହୋଇ ଯାଇପାରେ, ତା’ର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଶୁକପାଇକା ନଦୀ । ପ୍ରାୟ ୭୦ ବର୍ଷ ଆଗରୁ ଶୁକପାଇକା ବି ଯେ କୌଣସି ଅନ୍ୟ ନଦୀ ପରି କଳକଳ ପ୍ରବାହିତ ହୋଇ ତା’ କୂଳରେ ଥିବା ପଶୁ, ପକ୍ଷୀ, ବୃକ୍ଷ ଲତା ଓ ମଣିଷଙ୍କୁ ଖୋଲା ହୃଦୟରେ ଜୀବନ ବାଣ୍ଟି ଚାଲିଥିଲା, ଜୀବିକା ବି ଯୋଗାଉଥିଲା । ହେଲେ ଆଜି ସେ ନିଜେ ନିଜ ଜୀବନ ରକ୍ଷା ପାଇଁ ସେହି ମଣିଷଙ୍କ ଆଗରେ କାକୁତି ମିନତି ହେଉଛି । ତା’ର ଦୁର୍ଦ୍ଦଶାର କାହାଣୀ ହୁଏତ ସେ ବଖାଣି ଚାଲିଛି, ହେଲେ ମଣିଷ ସେ କାହାଣୀ ଶୁଣି ତାକୁ ଉଦ୍ଧାର କରିବାକୁ ବୋଧହୁଏ ଏ ଯାଏଁ ଆହୁରି ପ୍ରସ୍ତୁତ ହୋଇ ପାରିନାହିଁ । ଶୁକପାଇକା ନଦୀ ମହାନଦୀର ଏକ ଶାଖା ନଦୀ, ଯାହା କଟକ ଜିଲ୍ଲାର ଆୟତପୁରଠାରୁ ବାହାରି ୨୭ କିଲୋମିଟର ବାଟ ଅତିକ୍ରମ କଲା ପରେ ତାରପୁର ନିକଟସ୍ଥ ବାଙ୍କୋଳଠାରେ ପୁଣି ମହାନଦୀରେ ମିଶିଛି । ଏହାର ତ୍ରିକୋଣଭୂମିରେ କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକର ୨୬ଟି ପଞ୍ଚାୟତର ୪୨୫ଟି ଗ୍ରାମର ପ୍ରାୟ ୬ ଲକ୍ଷ ଲୋକ ବସବାସ କରନ୍ତି । ଏହି ଅଞ୍ଚଳଟି ମୁଖ୍ୟତଃ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅ

ତ୍ରିପୁରାରେ ନୂଆ ରାଜନୈତିକ ଶକ୍ତିର ଅଭ୍ୟୁଦୟ

ଦେଶରେ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ଲାଗି ହେଉଥିବା ନିର୍ବାଚନର ହଇଚଇ ଭିତରେ ଏମିତି ଗୋଟିଏ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାର ଫଳାଫଳର ପ୍ରଭାବ ଅନ୍ତତଃ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡିକରେ ସୁଦୂର ପ୍ରସାରୀ ହେବାକୁ ଯାଉଥିଲେ ବି ଜାତୀୟ ଗଣମାଧ୍ୟମରେ ତାହା ଉଚିତ ଢଙ୍ଗରେ ଉପସ୍ଥାପିତ ହୋଇନାହିଁ । ଅପ୍ରେଲ ୬, ୨୦୨୧ରେ ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା କାଉନସିଲ (ଟିଟିଏଏଡିସି)ର ୨୮ଟି ଆସନ ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପି ମେଣ୍ଟର ଶୋଚନୀୟ ପରାଜୟ ଘଟିଲା । କେବଳ ସେତିକି ନୁହେଁ ଏକ ସମ୍ପୂର୍ଣ୍ଣ ନୂତନ ଦଳ ଟିଟିଏଏଡିସିର ଶାସନ କ୍ଷମତା ଦଖଲ କରିବା ଅନେକଙ୍କୁ ଚକିତ କରିବା ସହ ଏହା ଯେ ତ୍ରିପୁରା ଓ ଉତ୍ତର-ପୂର୍ବ ଭାରତର ରାଜନୀତିକୁ ନିଶ୍ଚିତ ଭାବେ ପ୍ରଭାବିତ କରିବାକୁ ଯାଉଛି, ତାର ପୂର୍ବାଭାସ ମିଳିବାକୁ ଲାଗିଲାଣି ।  ଭାରତୀୟ ସମ୍ୱିଧାନର ଷଷ୍ଠ ଅନୁଚ୍ଛେଦ ଅନୁସାରେ ଲଦ୍ଦାଖ ଏବଂ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ସ୍ୱୟଂଶାସିତ ପ୍ରଶାସକୀୟ ଅଞ୍ଚଳ (ଅଟୋନମସ ଆଡମିନିଷ୍ଟ୍ରେଟିଭ ଡିଭିଜନ)ମାନ ଗଠିତ ହୋଇଛି । ତଦନୁସାରେ ତ୍ରିପୁରାରେ ‘ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା କାଉନସିଲ’ (ଟିଟିଏଏଡିସି) ଜାନୁଆରୀ ୧୯୮୨ରେ  ଗଠିତ ହୋଇ ସେଠାରେ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ହୋଇଆସୁଛି । ଆଦିବାସୀ

ଲକ୍ଷ୍ୟଠାରୁ ଦୂରରେ ବିଜୁ ଗାଁ ଗାଡି ଯୋଜନା

ରାଜ୍ୟର ଅନେକ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗ ପୂର୍ବାପେକ୍ଷା ଭଲ ହୋଇଥିଲେ ବି ଏବେ ମଧ୍ୟ ଅନେକ ଅପହଞ୍ଚ ଅଞ୍ଚଳକୁ ପରିବହନ ସଂଯୋଗର ସୁବିଧା ନ ଥିବାରୁ ସେଠାକାର ଅଧିବାସୀମାନେ ଏହି ମୌଳିକ ସେବା ଟିକକ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ପରିବହନ ଭିତ୍ତିଭୂମି ତଥା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଅନୁସୂଚୀତ ବ୍ଲକ ଓ ଅନ୍ୟାନ୍ୟ ପଛୁଆ ଅଞ୍ଚଳର ପାହାଡିଆ, ଆଭ୍ୟନ୍ତରୀଣ ଓ ଅପହଞ୍ଚ ଗାଁମାନଙ୍କରେ ରହୁଥିବା ଅଧିବାସୀମାନଙ୍କୁ ପରିବହନ ସଂଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଓଡିଶା ସରକାର ୨୦୧୩ ମସିହାରେ ଏକ ଯୋଜନା ଆରମ୍ଭ କରିଥିଲେ, ଯାହାର ନାମ ୨୦୧୪ରେ ବଦଳା ଯାଇ ‘ବିଜୁ ଗାଁ ଗାଡି ଯୋଜନା’ (ବିଜିଜିୱାଇ) ରଖା ଯାଇଥିଲା । ଇତିମଧ୍ୟରେ ୭ ବର୍ଷ ବିତି ଯାଇଥିଲେ ବି ଏହି ଯୋଜନା ତା’ର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରି ପାରି ନାହିଁ ବୋଲି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ‘ବିଜୁ ଗାଁ ଗାଡି ଯୋଜନା’ ମୁତାବକ ବ୍ଲକ ମୁଖ୍ୟାଳୟକୁ ପରିବହନ ସଂଯୋଗର ସୁବିଧା ନ ଥିବା ଗ୍ରାମ ପଞ୍ଚାୟତ ଓ ସ୍ଥଳ ବିଶେଷରେ ଜିଲ୍ଲା ମୁଖ୍ୟାଳୟ ଓ ପଡୋଶୀ ବ୍ଲକ ମୁଖ୍ୟାଳୟ ସହ ସଂଯୋଗ ନ ଥିବା ଗ୍ରାମ ପଞ୍ଚାୟତଗୁଡିକୁ ତିନିଟି ପର୍ଯ୍ୟାୟରେ ପରିବହନ ସଂଯୋଗ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତଦନୁସାରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୧୧୮ଟି ଅନୁସୂଚୀତ ଓ ଆଇଟିଡିଏ ବ୍ଲକର ଗ୍ରାମ ପଞ୍ଚାୟତକୁ ଓ ଦ୍

ଖଇରୀ, ରାଣୀ ଓ ଧୁଡୁ – ସ୍ନେହ ନା ଆଇନ !

ଗତ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଓଡିଶାର ଇତିହାସରେ ଖବରକାଗଜର ଶିରୋନାମା ମଣ୍ଡନ କରି ସାମୟିକ ଭାବେ ହେଲେ ବି ଜନମାନସକୁ ଆନ୍ଦୋଳିତ କରିଥିବା ଓ ତା ପରେ ପାଶୋରି ହୋଇ ଯାଇଥିବା ଅନ୍ତତଃ ତିନିଟି ଗୃହପାଳିତ ବନ୍ୟପ୍ରାଣୀଙ୍କ କାହାଣୀକୁ ପାଠକଙ୍କ ସ୍ମୃତିରେ ପୁନରୁଜ୍ଜୀବିତ କରାଯାଉ । ବନ୍ୟପ୍ରାଣୀଟିଏ ଥରେ ଗୃହପାଳିତ ହୋଇଗଲେ ମଣିଷ ଓ ପ୍ରାଣୀଟି ମଧ୍ୟରେ ଗଢି ଉଠିଥିବା ସମ୍ପର୍କର ଆବେଗାତ୍ମକ ଦିଗଟିକୁ ଏବର ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଗୁରୁତ୍ୱ ପ୍ରଦାନ କରାଯାଇ ନ ଥିବାରୁ ଅଧିକାଂଶ କ୍ଷେତ୍ରରେ ଏଭଳି କାହାଣୀର ପରିସମାପ୍ତି ଉଭୟ ପାଳିତ ବନ୍ୟପ୍ରାଣୀ ଏବଂ ତାର ଖାଉନ୍ଦ ଲାଗି ଦୁଃଖାନ୍ତକ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଚଳିତ ଆଇନରେ ସଂଶୋଧନର ଆବଶ୍ୟକତା ଥିବାର ମନେ ହୋଇଥାଏ ।  ୧୯୭୪ ମସିହା ଅକ୍ଟୋବର ମାସ । ମୟୂରଭଞ୍ଜର ଯଶିପୁରରେ ଖଡିଆ ସମ୍ପ୍ରଦାୟର କିଛି ଲୋକ ଶିମିଳିପାଳ ଜଙ୍ଗଲରେ ଏକ ପରିତ୍ୟକ୍ତ ଓ ମୁମୂର୍ଷୁ ବାଘଛୁଆକୁ ପାଇ ତାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପ୍ରତିଷ୍ଠାତା କ୍ଷେତ୍ର ନିର୍ଦ୍ଦେଶକ ସରୋଜ ରାଜ ଚୌଧୁରୀଙ୍କୁ ଅର୍ପଣ କରିଥିଲେ । ବାଘଛୁଆଟି ଖଇରୀ ନଦୀ କୂଳରୁ ମିଳିଥିବାରୁ ସେ ଖଇରୀ ନାମ ଲାଭ କଲା ଓ ଚୌଧୁରୀ ପରିବାର ଦ୍ୱାରା ଝିଅର ସ୍ନେହ ପାଇ ବଢିଲା । ସରୋଜ ବାବୁ ଓ ତାଙ୍କ ସମ୍ପର୍କୀୟା ନୀହାର ନଳିନୀଙ୍କ ସହ ସ୍ନେହର ବନ୍ଧନରେ ସେ ଏପରି ଆବଦ୍ଧ ହୋଇଗଲା ଯେ ସେମାନଙ୍କ ସ