Skip to main content

Posts

Showing posts with the label Land Reform

ପଶ୍ଚିମବଙ୍ଗରେ ଭୂସଂସ୍କାର ଓ ପିଏମ କିଷାନ ସମ୍ମାନ ନିଧି

ପଶ୍ଚିମବଙ୍ଗରେ ୨୦୨୧ ଜାନୁଆରି ୯ ରୁ ବିଜେପି ତରଫରୁ କୃଷକଙ୍କ ଘରୁ ମୁଠି ଚାଉଳ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହା ଆଗାମୀ ବିଧାନ ସଭା ନିର୍ବାଚନ ପ୍ରସ୍ତୁତିର ଅଂଶ ବିଶେଷ ହୋଇଥିଲେ ବି ରାଜ୍ୟର ୭୦ ଲକ୍ଷ କୃଷକ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପାଇବାରୁ ବଞ୍ଚିତ ହେଉଥିବାର ପ୍ରତିବାଦରେ ଆୟୋଜିତ ହେଉଛି ବୋଲି କୁହାଯାଉଛି । ଏପରିକି ଦେଶ ସାରା ଚାଷୀ ଏହି ଯୋଜନାରେ ଲାଭାନ୍ୱିତ ହେଉଥିବା ବେଳେ ଏହି ଶତ ପ୍ରତିଶତ କେନ୍ଦ୍ର ଯୋଜନାଟିର ଲାଭ ପଶ୍ଚିମବଙ୍ଗର କୃଷକମାନେ ପାଇବାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଆକ୍ଷେପ କରିଛନ୍ତି । ଅନ୍ୟ ପକ୍ଷରେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟକୁ ବାଦ ଦେଇ ସିଧାସଳଖ ଚାଷୀଙ୍କ ଖାତାରେ ଟଙ୍କା ଜମା କରିବାରୁ ବିରତ ହେବା ଉଚିତ ଓ ସେହି ରାଶି ରାଜ୍ୟ ମାଧ୍ୟମରେ ଦେବା ଲାଗି ରାଜ୍ୟ ତରଫରୁ କେନ୍ଦ୍ରକୁ ଅନୁରୋଧ କରା ଯାଇଥିଲେ ବି କେନ୍ଦ୍ର ସରକାର ସମ୍ମତି ନ ଜଣାଇବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସରକାରଙ୍କ ଅଭିଯୋଗ । ରାଜ୍ୟରେ କଟ ମନି (କମିଶନି) ସଂସ୍କୃତି ଚାଲିଥିବାରୁ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ରାଜ୍ୟ ସରକାରଙ୍କ ନିକଟରେ ଜମା କଲେ ତାହା କୃଷକମାନଙ୍କ ନିକଟରେ ପହଞ୍ଚିଲା ବେଳକୁ ସେଥିରୁ ‘କଟ ମନି’ ଆକାରରେ କମିଶନ ଆଦାୟ ହୋଇ ସାରିଥିବ ବୋଲି ବିଜେପି ତରଫରୁ ଆଶଙ୍କା ବ୍ୟକ୍ତ ହେଉଛି ।...