Skip to main content

Posts

Showing posts with the label Odia Film Magazine

ଜାମ୍ମୁକାଶ୍ମୀରର ରାଜ୍ୟ ମାନ୍ୟତା ଓ ସୀମା ନିର୍ଦ୍ଧାରଣ

ସମ୍ୱିଧାନର ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟାଧାରାର ୮ଟି ରାଜନୈତିକ ଦଳର ୧୪ ଜଣ ନେତାଙ୍କ ସହ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକଟିକୁ ଗୁରୁତ୍ୱ ପ୍ରଦାନ କରା ଯାଉଥିବା ବେଳେ ଏହି ବୈଠକରେ ଜାମ୍ମୁ ଓ କାଶ୍ମୀର ତା’ର ପୂର୍ବ ରାଜ୍ୟ ମାନ୍ୟତା ଫେରି ପାଇବା ଆଲୋଚନାର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଅନୁଯାୟୀ ପୂର୍ବତନ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ବିଭାଜିତ କରି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରା ଯାଇଥିଲା । ଜାମ୍ମୁ ଓ କାଶ୍ମୀରର ରାଜ୍ୟ ମାନ୍ୟତା ଫେରସ୍ତ ସମ୍ପର୍କରେ  ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ଥିଲା ଯେ ତାହା ଉପଯୁକ୍ତ ସମୟରେ ହେବ । ଏଥି ପୂର୍ବରୁ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣ ସମାପ୍ତ ହେବା ଓ ସେଥିପାଇଁ ରାଜନୈତିକ ଦଳଗୁଡିକ ସହଯୋଗ କଲେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଗଣତାନ୍ତ୍ରିକ ପ୍ରକ୍ରିୟା ସୁଦୃଢ ହୋଇପାରିବ । ତେବେ ସେଠାରେ ରାଜ୍ୟ ମାନ୍ୟତା ଫେରସ୍ତ ସହ ସୀମା ନିର୍ଦ୍ଧାରଣ ପ୍ରସଙ୍ଗଟିକୁ କାହିଁକି ଯୋଡା ଯାଉଛି, ତାହା ମଧ୍ୟ ବୁଝିବାର ଆବଶ୍ୟକତା ରହିଛି । ଜନସଂଖ୍ୟାରେ ପରିବର୍ତ୍ତନ ସହ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀଗୁଡିକର ସୀମାରେ ପରିବର୍ତ୍ତନ କରା ଯାଉଥିବା ପ୍ରକ୍...

ଓଡିଆ ସିନେମା ପତ୍ରିକାର ସୁଦୀର୍ଘ ଇତିହାସ

ଓଡିଆ ସିନେମା ଭଳି ଓଡିଆ ସିନେମା ପତ୍ରିକାର ମଧ୍ୟ ଏକ ସୁଦୀର୍ଘ ଇତିହାସ ରହିଛି । ଓଡିଶାର ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଓ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ହେଉଥିବା ଛାୟାଲିପି ପ୍ରଦର୍ଶନୀ (ଫେବୃଆରୀ ୧୮ରୁ ୨୪, ୨୦୨୦)ରେ ପ୍ରଦର୍ଶିତ ହୋଇଥିବା ଓଡିଆ ସିନେମା ପତ୍ରିକାର ପ୍ରଚ୍ଛଦଗୁଡିକୁ ଅବଲୋକନ କଲେ କେବଳ ଏହାର ଇତିହାସ ନୁହେଁ ବରଂ କିପରି ପ୍ରତିକୂଳ ପରିବେଶ ସ ତ୍ତ୍ଵେ  ଏହି ସବୁ ପତ୍ରିକାର ପ୍ରକାଶନ କରାଯାଇ ପାରିଥିଲା ସେ ନେଇ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଏଥି ସହ ଓଡିଆ ସିନେମା ପତ୍ରିକାର କ୍ରମ ବିକାଶ ସମ୍ପର୍କରେ ମଧ୍ୟ ଧାରଣା କରିହୁଏ । ୧୯୩୬ ମସିହାରେ ପ୍ରଥମ ଓଡିଆ ସିନେମା ‘ସୀତା ବିବାହ’ ମୁକ୍ତିଲାଭ କରିବା ପରେ କେତେକ ସମ୍ବାଦପତ୍ରରେ ସିନେମା ସଂକ୍ରାନ୍ତୀୟ ଖବର ଓ ସମୀକ୍ଷା ପ୍ରକାଶ ପାଇଥିଲେ ମଧ୍ୟ କାଳୀଚରଣ ତ୍ରିପାଠୀଙ୍କ ସମ୍ପାଦନାରେ ବ୍ରହ୍ମପୁରରୁ ଅପ୍ରେଲ ୧୯୫୧ମସିହାରେ ପ୍ରକାଶିତ ‘ସିନେ ଓଡିଶା’ ହେଉଛି ପ୍ରଥମ ଓଡିଆ ସିନେମା ପତ୍ରିକା । ପ୍ରଥମେ ପ୍ରକାଶିତ ପା ଞ୍ଚ ଟି ଓଡିଆ ସିନେମା ପତ୍ରିକା ମଧ୍ୟରୁ ତିନିଟି ଯଥା- ‘ସିନେ ଓଡିଶା’, ‘କଳାଶ୍ରୀ’ (ଅଗଷ୍ଟ ୧୯୫୨, ସଂ. ଶିଶିର କୁମାର ପଟ୍ଟଦେବ) ଓ ‘ରୂପକଥା’ (ଫେବୃଆରୀ, ୧୯୫୬, ସଂ. ଗୋପାଳକୃଷ୍ଣ ପାଠୀ) ବ୍ରହ୍ମପୁରରୁ ପ୍ରକାଶିତ ହୋଇଥିଲା ବେଳେ, ‘ଚିତ୍ରଲେଖା’ (...