Skip to main content

Posts

Showing posts with the label Union Ministry

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଆଙ୍କ କାଟତି

କେନ୍ଦ୍ରରେ ପ୍ରତି ଥର ମନ୍ତ୍ରୀମଣ୍ଡଳ ଗଠନ ବା ବିସ୍ତାର ହେଲେ ଓଡିଶା ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଏ ଏ ଥର ରାଜ୍ୟକୁ କେତେ ଜଣ ମନ୍ତ୍ରୀ ମିଳିବେ, କେତେ ଜଣ କ୍ୟାବିନେଟ ମନ୍ତ୍ରୀ, କେତେଜଣ ରାଷ୍ଟ୍ରମନ୍ତ୍ରୀ, ସେମାନଙ୍କୁ କି କି ବିଭାଗ ମିଳିପାରେ ଇତ୍ୟାଦି, ଯେମିତି କି ଏହି ବହୁ ପ୍ରତୀକ୍ଷିତ ଘଟଣା ସଂଘଟିତ ହେବା ପରେ ଓଡିଶାରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ସେପରି କିଛି ହୁଏ ନାହିଁ ଓ ନ ହେବାଟା ବି ଲୋକଙ୍କ ଦେହସୁହା ହୋଇ ସାରିଲାଣି । ସ୍ୱାଧୀନତା ପୂର୍ବରୁ ଗଠିତ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରୀମଣ୍ଡଳଠାରୁ ଆରମ୍ଭ କରି ପ୍ରାୟ ୨୬ ଥର ମନ୍ତ୍ରୀମଣ୍ଡଳ ଗଠିତ ହୋଇ ସେଥିରେ ଅନେକ ଓଡିଆ ମନ୍ତ୍ରୀ ସ୍ଥାନ ପାଇଥିଲେ ବି ଆଜି ଯାଏଁ କୌଣସି ଜଣେ ହେଲେ ଓଡିଆଙ୍କୁ କୌଣସି ଗୋଟିଏ ବି ଅତି ଗୁରୁତ୍ୱପୂର୍ଣ୍ଣ ମନେ କରା ଯାଉଥିବା ମନ୍ତ୍ରାଳୟର ଦାୟିତ୍ୱ ନ ମିଳିବା ହୁଏତ ଏହାର ଏକ କାରଣ ହୋଇପାରେ । ଏପରିକି ବିଜୁ ପଟ୍ଟନାୟକ ଅଳ୍ପକେ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ ବୋଲି କେହି କେହି ଦୁଃଖ ପ୍ରକାଶ କରିଥାଆନ୍ତି । ହେଲେ ବାସ୍ତବତା ହେଉଛି ପ୍ରଧାନମନ୍ତ୍ରୀ ତ ଦୂରର କଥା ତାଙ୍କୁ ବା ଅନ୍ୟ କେଉଁ ଓଡିଆକୁ ଆଜି ଯାଏଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ପାଞ୍ଚଟି ମନ୍ତ୍ରାଳୟ – ଗୃହ, ଅର୍ଥ, ପ୍ରତିରକ୍ଷା, ବିଦେଶ ବ୍ୟାପାର ଓ ରେଳ ମଧ୍ୟରୁ ଗୋଟିଏ ହେଲେ ମନ୍ତ୍ରାଳୟର ଦାୟିତ୍ୱ ମିଳିନାହିଁ । ଅ...