Skip to main content

Posts

Showing posts with the label Anti-CAA protests

ସିଏଏ ଆନ୍ଦୋଳନ ମାମଲା : ଅଭିଯୋଗକାରୀ, ବିଚାରକ ଓ ଦଣ୍ଡଦାତା

ଦେଶବ୍ୟାପୀ ସିଏଏ ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭମାନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଦେଶର ସର୍ବାଧିକ ମୃତ୍ୟୁ ଓ ହିଂସା ହୋଇଥିବାର ସୂଚନା ମିଳିଥିଲା । ଡିସେମ୍ୱର ୨୦୧୯ରେ ଲକ୍ଷ୍ନୌ ସହର ସମେତ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ହିଂସା ସହ ଘରୋଇ ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜା, ପୋଡାଜଳା ହୋଇଥିଲା, ଯେଉଁଥିପାଇଁ ପୋଲିସ ଶତାଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା । ଏହା ପରେ ଦଙ୍ଗାକାରୀଙ୍କୁ ନାମିତ ଓ ଲଜ୍ଜିତ କରିବା ପାଇଁ ସରକାରଙ୍କ ତରଫରୁ ସେମାନଙ୍କ ଫଟୋ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରି ସେମାନଙ୍କଠାରୁ କ୍ଷତିପୂରଣ ଅସୁଲ କରାଯିବା ଳକ୍ଷ୍ୟ ରଖି ଲକ୍ଷ୍ନୌ ସହରର ସର୍ବସାଧାରଣ ସ୍ଥାନମାନଙ୍କରେ ରାସ୍ତା କଡରେ ବଡ ବଡ ବ୍ୟାନରମାନ ଲଗାଯାଇଥିଲା । ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଆବଶ୍ୟକ ହୋଇଥିଲେ ବି ରାଜ୍ୟ ସରକାର ପ୍ରତିଶୋଧପରାୟଣ ହୋଇ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଚର୍ଚ୍ଚା ହେଲା । ରାଜ୍ୟ ସରକାରଙ୍କ ଏହି ଗର୍ହିତ କାର୍ୟ୍ୟର ସ୍ୱତଃ ସଂଜ୍ଞାନ ନେଇ ଆଲାହାବାଦ ହାଇକୋର୍ଟ ନିଜ ତରଫରୁ ଜନସ୍ୱାର୍ଥ ସୁରକ୍ଷା ମାମଲା ରୁଜ୍ଜୁ କରିଥିଲେ, କାରଣ ଏ ଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ବୈଧ ଆଇନ ନ ଥିବାରୁ ସରକାର ସେଥିପାଇଁ ଅଧିକୃତ ନ ଥିଲେ । ଏହି ପଦକ୍ଷେପ ରାଜ୍ୟ ଦ୍ୱାରା ଜନସାଧାରଣଙ୍କ ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଦର୍ଶାଇ ଏହା ସମ୍ୱିଧାନର ଧାରା ୨...