Skip to main content

Posts

Showing posts with the label Election Commission Election during Pandemic High Court India Odia

ଭର୍ତ୍ସିତ ନିର୍ବାଚନ କମିଶନ

କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପିବା ଲାଗି ନିର୍ବାଚନ କମିଶନ ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । “ଆପଣ ହିଁ ଏକମାତ୍ର ଅନୁଷ୍ଠାନ ଯିଏ ଆଜିର ଏଇ ପରିସ୍ଥିତି ପାଇଁ ଦାୟୀ । ଅଦାଲତଙ୍କ ସବୁ ଆଦେଶ ସତ୍ତ୍ୱେ ବଡ ବଡ ରାଲି କରୁଥିବା ରାଜନୈତିକ ଦଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଗଲା ନାହିଁ । ବୋଧହୁଏ ଆପଣଙ୍କ ନିର୍ବାଚନ କମିଶନ ବିରୁଦ୍ଧରେ ହତ୍ୟାର ମାମଲା ରୁଜୁ ହେବା କଥା !” ଦେଶରେ କୋଭିଡ ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଏକମାତ୍ର ଦାୟୀ ବୋଲି ଏପ୍ରିଲ ୨୬, ୨୦୨୧ରେ ଏକ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ । ସମ୍ଭବତଃ, ଏଥି ପୂର୍ବରୁ ଏକ ସାମ୍ୱିଧାନିକ ଅନୁଷ୍ଠାନ ଏଭଳି ଭାବେ ହାଇକୋର୍ଟ ବା ସୁପ୍ରିମକୋର୍ଟଙ୍କ ତୀବ୍ର ଭର୍ତ୍ସନାର ଶିକାର ହୋଇଥିବାର ଦୃଷ୍ଟାନ୍ତ ବିରଳ ।   “ଜନସ୍ୱାସ୍ଥ୍ୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିତାପର ବିଷୟ ଯେ ଏ କଥା ସାମ୍ୱିଧାନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କୁ ମନେ ପକାଇ ଦେବାକୁ ପଡୁଛି । କେବଳ ଜଣେ ନାଗରିକ ବଞ୍ଚି ରହିଲେ ଯାଇ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ତାକୁ ପ୍ରଦାନ କରୁଥିବା ଅଧିକାରର ଗ୍ୟାରେଣ୍ଟିକୁ ସେ ଉପଭୋଗ କରିପାରିବ ।“ ଅଦାଲତଙ୍କ କଡା ଟିପ୍ପଣୀ ଥିଲା, “ରାଜନୈତିକ ରାଲିଗୁଡିକ ହେଉଥିଲା ବେଳେ ଆପଣମାନେ କ’ଣ ଅନ୍ୟ ଏକ ଗ୍ରହରେ ଅବସ୍...