Skip to main content

Posts

Showing posts from February, 2022

ପୁଣି ଏକ ବୃହତ୍ ବ୍ୟାଙ୍କ ଠକେଇ

ଦେଶର ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନୀ କୋଳାହଳ ମଧ୍ୟରେ ସାଧାରଣ ଜନତାଙ୍କ ନଜରରୁ ବିଚଳିତ କଲା ଭଳି ଏକ ଖବର ପ୍ରାୟ ଲୁଚିଯାଇଛି, ଯାହା ହେଲା ସଦ୍ୟ ଉନ୍ମୋଚିତ ହୋଇଥିବା ଦେଶର ବୃହତ୍ତମ ବ୍ୟାଙ୍କ ଠକେଇ । ଅଠେଇଶଟି ସରକାରୀ ଓ ଘରୋଇ ବ୍ୟାଙ୍କର ଏକ ସହାୟତା-ସଂଘ (କନସୋର୍ଟିଅମ)କୁ ଗୁଜରାଟସ୍ଥିତ ଏବିଜି ସିପୟାର୍ଡ କମ୍ପାନୀ ଓ ତାହାର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରିଷି କମଲେଶ ଅଗ୍ରୱାଲ ୨୨୮୪୨ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ସିବିଆଇ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି । ଦେଶରେ ନିୟମିତ ଅନ୍ତରାଳରେ ବଡ ବଡ ବ୍ୟାଙ୍କ ଠକେଇମାନ ସଂଘଟିତ ହେବା ଉଦବେଗଜନକ କାରଣ ଦେଶର ବିତ୍ତୀୟ ବ୍ୟବସ୍ଥା ଉପରେ ଏହାର ଦୀର୍ଘ ମିଆଦି କୁପ୍ରଭାବ ପଡିଥାଏ । ଅଗ୍ରୱାଲଙ୍କ ଦ୍ୱାରା ୧୯୮୫ରେ ଗୁଜରାଟର ଦହେଶ ଓ ସୁରାଟରେ 'ଏବିଜି ସିପୟାର୍ଡସ' କମ୍ପାନୀ ସ୍ଥାପିତ ହୋଇଥିଲା । ଏହି କମ୍ପାନୀ ଜାହାଜ ତିଆରି ଓ ଜାହାଜ ମରାମତି କାର୍ୟ୍ୟରେ ନିୟୋଜିତ ହୋଇ ୧୬ ବର୍ଷ ମଧ୍ୟରେ ୧୬୫ଟି ଜାହାଜ ନିର୍ମାଣ କରିଥିଲା ଓ ସେଥିରୁ କିଛି ବିଦେଶରେ ବିକ୍ରି କରିଥିଲା ମଧ୍ୟ । ଏଥିପାଇଁ ଆଇସିଆଇସିଆଇ ବ୍ୟାଙ୍କ ସମେତ ୨୮ଟି ସରକାରୀ ଓ ଘରୋଇ ବ୍ୟାଙ୍କ ଏବଂ ଏଲଆଇସି ତାକୁ ଋଣ ପ୍ରଦାନ କରିଥିଲେ । ୨୦୦୮ରେ ବିଶ୍ୱ ଅର୍ଥ ସଙ୍କଟ ସମୟରେ କମ୍ପାନୀର କାର୍ୟ୍ୟକାରୀ ପୁଞ୍ଜିର ଅଭାବ ଦେଖା ଦେଇ ଆର୍ଥିକ ସମସ୍ୟା ଉତ୍କଟ ହେବାକୁ ଲା

ଚାଷୀଙ୍କୁ ସନ୍ତୁଷ୍ଟ କରିବ କି କେନ୍ଦ୍ର ବଜେଟ ?

ବିବାଦୀୟ ତିନିଟି କୃଷି ଆଇନ ପ୍ରତ୍ୟାହୃତ ହୋଇ କୃଷକ ଆନ୍ଦୋଳନ ସ୍ଥଗିତ ରହିବା ପରେ ଏ ବର୍ଷ କେନ୍ଦ୍ର ବଜେଟରେ କୃଷିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଥିଲା ବେଳେ ପ୍ରମୁଖ ଚାଷୀ ସଙ୍ଗଠନଗୁଡିକ ବଜେଟଟି ନିରାଶାଜନକ ବୋଲି ଅଭିହିତ କରିଛନ୍ତି । ସେ ସମ୍ପର୍କରେ ଏକ ଆଲୋଚନା ପ୍ରାସଙ୍ଗିକ ଭଳି ଲାଗେ । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପାଇଁ ୨୦୨୨-୨୩ ବଜେଟରେ ପ୍ରାୟ ୧.୩୩ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଗତ ବର୍ଷ ସଂଶୋଧିତ ବଜେଟ ଆକଳନ ଅନୁଯାୟୀ ଏହି ରାଶି ୧.୨୭ ଲକ୍ଷ କୋଟି ଟଙ୍କା ଥିଲା, ଯେଉଁଥିରେ ଏ ବର୍ଷ ମାତ୍ର ୪.୫ ପ୍ରତିଶତ ବୃଦ୍ଧି ଘଟିଛି । ଏହି ଆବଣ୍ଟିତ ରାଶି ମଧ୍ୟରୁ ୬୮ ହଜାର କୋଟି ଟଙ୍କା ବା ଅଧାରୁ ବେଶି କେବଳ ପିଏମ-କିସାନ ଯୋଜନା ପାଇଁ ଆବଣ୍ଟିତ ହୋଇଛି । ଚାଷୀ ପରିବାରଙ୍କୁ ମିଳୁଥିବା ବାର୍ଷିକ ୬୦୦୦ ଟଙ୍କା ଏହି ପାଣ୍ଠିରୁ ଦିଆଯାଇଥାଏ । ତେଣୁ ଅନ୍ୟାନ୍ୟ କାର୍ୟ୍ୟକ୍ରମ ପାଇଁ ଉପଲବ୍ଧ ରାଶି ସୀମିତ ଅଟେ । ଏ ବର୍ଷ ବଜେଟରେ କୃଷି କ୍ଷେତ୍ରରେ ଯେଉଁ ନୂଆ କାର୍ୟ୍ୟକ୍ରମଗୁଡିକର ଘୋଷଣା କରାଯାଇଛି ତନ୍ମଧ୍ୟରେ ପିପିପି ମାଧ୍ୟମରେ କୃଷକଙ୍କୁ ଡିଜିଟାଲ, ହାଇ-ଟେକ ସେବା ପ୍ରଦାନ, କୃଷି ଓ ଗ୍ରାମୋଦ୍ୟୋଗ ପାଇଁ ନାବାର୍ଡ ମାଧ୍ୟମରେ ଏକ ଷ୍ଟାର୍ଟ-ଅପ ପାଣ୍ଠିର ପ୍ରତିଷ୍ଠା, ଜଳସେଚନର କ୍ଷେତ୍ର ବିସ୍ତାର ଉଦ୍ଦେଶ୍ୟରେ ପାଇଲଟ ଭିତ୍ତିରେ କେନ-ବେତୱା ନଦୀ ସଂଯୋଗୀକରଣ ଆଦି ଅନ୍ୟତମ । କୃଷି