ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୨୦ ମାର୍ଚ୍ଚରେ କୋଭିଡ-୧୯କୁ ମହାମାରୀ ଘୋଷଣା କରିବା ପରେ ଏହାକୁ ପ୍ରତିରୋଧ କରିବା ପାଇଁ ଟିକା ବିକାଶ କରିବା ଲାଗି ବିଶ୍ୱର ବିଭିନ୍ନ ଦେଶରେ ଗବେଷଣା ଆରମ୍ଭ ହୋଇ ବର୍ଷକ ମଧ୍ୟରେ ବିଶ୍ୱବାସୀଙ୍କ ପାଇଁ ପ୍ରାୟ ୮ଟି ଟିକା ଉପଲବ୍ଧ ହେଲା । ତଥାପି ଟିକାଗୁଡିକର ବିତରଣ ଓ ବିକାଶଶୀଳ ଦେଶଗୁଡିକୁ ଉପଲବ୍ଧ କରାଇବା ନେଇ ନୂତନ ଆହ୍ୱାନ ସୃଷ୍ଟି ହେଲା । ଟିକା ବିକାଶ ପ୍ରକ୍ରିୟା ଜାରି ଥିବା ବେଳେ ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ବିକଶିତ ଦେଶମାନେ ଦ୍ୱିପାକ୍ଷିକ ଚୁକ୍ତି ମାଧ୍ୟମରେ ଲକ୍ଷ ଲକ୍ଷ ଡୋଜ ଟିକା ଆଗତୁରା ବୁକିଂ କରି ରଖିଲେ । ଫଳରେ ବିଶ୍ୱର ଅଧିକାଂଶ ବିକାଶଶୀଳ ଦେଶ ଠିକ ସମୟରେ ଟିକା ପାଇବାରୁ ବଞ୍ଚିତ ହେବେ ବୋଲି ସ୍ପଷ୍ଟ ହୋଇଗଲା । ଏହି ଅନ୍ୟାୟପୂର୍ଣ୍ଣ ପରିସ୍ଥିତିର ଉଚିତ ମୁକାବିଲା କରିବା ପାଇଁ ୨୦୨୦ ଅକ୍ଟୋବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱର ଅଧିକାଂଶ ଦେଶରେ ଟିକାକରଣ ନ ସରିବା ପର୍ଯ୍ୟନ୍ତ କୋଭିଡ ଟିକା ଉପରୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ପାଇଁ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବଲ୍ୟୁଟିଓ) ନିକଟରେ ପ୍ରସ୍ତାବ ରଖିଲେ । ଡବଲ୍ୟୁଟିଓ ଦ୍ୱାରା ବୌଦ୍ଧିକ ସ୍ୱତ୍ୱାଧିକାରର ବାଣିଜ୍ୟ ସମ୍ପର୍କିତ ପ୍ରସଙ୍ଗ (ଟ୍ରିପସ) ଉଚ୍ଛେଦ ହେଲେ ଉତ୍ପାଦନକାରୀଙ୍କୁ ଆଉ ପ୍ୟାଟେଣ୍ଟ ବାବଦକୁ ରୟାଲଟି ଦେବାକୁ ପଡିବ ନାହିଁ । ତେଣୁ ଉତ୍ପାଦନ ବୃଦ୍ଧି ପାଇ ସର୍ବାଧିକ ଆବଶ୍ୟକତା ଥିବା ବ...