Skip to main content

Posts

Showing posts with the label Corona

ବିନା ଲକଡାଉନରେ କରୋନା ମୁକାବିଲା

ଆମେରିକା, ବ୍ରିଟେନ, ଇଟାଲି, ଜର୍ମାନୀ, ଫ୍ରାନ୍ସ, ସ୍ପେନ ଭଳି ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଥିବା ବିକଶିତ ଦେଶମାନେ କରୋନା ମୁକାବିଲା କରିବାକୁ ନାକେଦମ ହେଉଥିବା ବେଳେ ଆମେ ସେମାନଙ୍କ ଆଗରେ କ'ଣ ବୋଲି ପଚାରି, ତେଣୁ ତାର ଏକମାତ୍ର ଉପାୟ ଲକଡାଉନ ମାଧ୍ୟମରେ ସାମାଜିକ ଦୂରତା ବୋଲି ବାରମ୍ବାର କୁହାଯାଉଥିବାରୁ ଦେଶବାସୀ ଏହାକୁ ଏକ ପ୍ରକାର ଗ୍ରହଣ କରି ନେଇଛନ୍ତିି । ତେବେ ଅପେକ୍ଷାକୃତ ଅନୁନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଥିବା ସ ତ୍ତ୍ଵେ  ଦେଶବ୍ୟାପୀ ଲକଡାଉନ ନ କରି ଯେ କରୋନାକୁ ସଫଳତାର ସହ ମୁକାବିଲା କରି ହୁଏ, ତାହା ଭିଏତନାମ ଭଳି ଏକ ଛୋଟ ଦେଶ ପ୍ରମାଣ କରି ଦେଖାଇଛି । କରୋନା ମହାମାରୀକୁ ମୁକାବିଲା କଲା ବେଳେ ପ୍ରଥମେ ନାଗରିକଙ୍କ ଜୀବନ ରକ୍ଷା ହେଉ ପରେ ଜୀବିକା ଓ ଅର୍ଥନୀତି କଥା ଦେଖାଯିବ ବୋଲି ଗ୍ରହଣ କରୁଥିବା ଦେଶମାନେ ଲକଡାଉନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ନାଗରିକଙ୍କ ଜୀବନର ସୁରକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ଜୀବିକା ତଥା ଦେଶର ଅର୍ଥନୀତିର ସୁରକ୍ଷା ସମ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରୁଥିବା ଦେଶମାନେ ସେମାନଙ୍କ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ନିଷ୍ପ ତ୍ତି କୁ ଗ୍ରହଣ କରିନାହାନ୍ତି । ସ୍ୱିଡେନ, ଜାପାନ ଭଳି ବିଶ୍ୱର କେତେକ ଦେଶ ସମ୍ପୂର୍ଣ୍ଣ ଲକଡାଉନ ନ କରି ବି ସମସ୍ୟାର ମୁକାବିଲା କରିଛନ୍ତି । ତେବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ନ କରି କରୋନା ମୁକାବିଲା କରିବା...

ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ସ୍ୱଚ୍ଛତା

ସେ ଦିନ ଜଣେ ଅନୁସନ୍ଧିତ୍ସୁ ପାଠକ ଫୋନରେ ପଚାରିଲେ, “ବିଭିନ୍ନ କମ୍ପାନୀଙ୍କ ସିଏସଆର ଆର୍ଥିକ ସହାୟତାରେ ରାଜ୍ୟସାରା ଏତେଗୁଡିଏ କୋଭିଡ ହସପିଟାଲ ତିଆରି ହୋଇଛି, ଯେଉଁଥିରୁ ଅଧିକାଂଶ ଘରୋଇ ହସପିଟାଲଙ୍କ ଦ୍ୱାରା ପରିଚାଳିତ । ମୁଁ ଶୁଣିଲି, ସେହି ହସପିଟାଲରେ ରୋଗୀ ଥାନ୍ତୁ କି ନଥାନ୍ତୁ, ସରକାର କୁଆଡେ ବେଡ ପିଛା ଦୈନିକ ୩,୫୦୦ ଟଙ୍କା ଦେଉଛନ୍ତି ବୋଲି । ଏହା କଣ ସତ ?” ମୋ ନିକଟରେ ସେ ସମ୍ପର୍କରେ ଅଧିକ ତଥ୍ୟ ଥିବାର ଆଶାରେ ହୁଏତ ସେ ମୋତେ ଏ ପ୍ରଶ୍ନ ପଚାରି ଥାଇ ପାରନ୍ତି । ତେବେ କୋଭିଡ ହସପିଟାଲ ପ୍ରତିଷ୍ଠା ସଂକ୍ରାନ୍ତୀୟ ଚୁକ୍ତିଗୁଡିକ ସାଧାରଣରେ ଉପଲବ୍ଧ ନ ଥିବାରୁ ତହିଁର ସ ର୍ତ୍ତା ବଳୀ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ମୁଁ, ସେ ନେଇ କୌଣସି ମତାମତ ଦେବାକୁ ଉଚିତ ମନେ କଲିନାହିଁ । ପାଠକ ଜଣଙ୍କ ଉପରୋକ୍ତ ଧାରଣା ଠିକ ହୋଇ ପାରେ ବା ଭୁଲ । ତେବେ ଏ କଥା ସତ ଯେ ଏ ସମ୍ପର୍କରେ ଯେ ପର୍ଯ୍ୟନ୍ତ ବିଶ୍ୱାସଯୋଗ୍ୟ ସୂତ୍ରରୁ ସବିଶେଷ ତଥ୍ୟ ଓ ସୂଚନା ସାଧାରଣଙ୍କ ଗୋଚରାର୍ଥେ ଉପଲବ୍ଧ କରା ନ ଯାଇଛି, ଗୁଜବ ମାଧ୍ୟମରେ ଲୋକଙ୍କ ନିକଟରେ ଭୁଲ ତଥ୍ୟ ପହ ଞ୍ଚି  ଅଧିକ କ୍ଷତିସାଧିତ ହେବ । ସେହିପରି କିଛି ଦିନ ତଳେ ଜଣେ ଟିଭି ଆଙ୍କର ଏକ ସାକ୍ଷାତକାରରେ ପରବ ର୍ତ୍ତୀ  ସମୟରେ କୋଭିଡ ହସପିଟାଲର ମାଲିକାନା କାହା ପାଖରେ ରହିବ ବୋଲି ପଚାରିଥିବା ପ୍ରଶ୍ନଟି କେତେକଙ୍କୁ ଭଲ ଲାଗି ନଥିଲା । ‘ସବୁ ପ୍ରଶ୍ନ ପଚାରିବାର ଗୋଟେ ସ...

କରୋନା : ଖାଦ୍ୟ ସଙ୍କଟ ଆଶଙ୍କା

ଭାରତରେ ଲକଡାଉନର ପ୍ରଭାବ କୃଷି କ୍ଷେତ୍ର ଉପରେ ଏପରି ପଡିଛି ଯେ ଚାଷୀ ତା ଉତ୍ପାଦିତ ଫସଲ ଅମଳ ଓ ବିକ୍ରି କରିବା ପାଇଁ ଅସମର୍ଥ ହୋଇ ବିଲରେ ନଷ୍ଟ ହେବାକୁ ଛାଡି ଦେଉଥିବା ବେଳେ ସହରମାନଙ୍କରେ ଆବଶ୍ୟକ ପରିମାଣର ପନିପରିବା ଉପଲବ୍ଧ ହେଉ ନଥିବାରୁ ଗ୍ରାହକମାନେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ଆଗାମୀ ଦିନରେ କେବଳ ପନିପରିବା ନୁହେଁ ବରଂ ଦେଶରେ ସବୁ ପ୍ରକାର ଖାଦ୍ୟଦ୍ରବ୍ୟର ଉପଲବ୍ଧତା ହ୍ରାସ ପାଇ ଦରଦାମ ହୁ ହୁ ହୋଇ ବଢିପାରେ ବୋଲି କେହି କେହି ଏବେଠୁ ଆଶଙ୍କା ବ୍ୟକ୍ତ କଲେଣି । ବିଭିନ୍ନ ଦେଶ କରୋନା ଭାଇରସ ବିପ ତ୍ତି ର ସୁପରିଚାଳନା କରିବାକୁ ଅସମର୍ଥ ହେଲେ ବିଶ୍ୱବ୍ୟାପୀ ଏକ ଉତ୍କଟ ଖାଦ୍ୟସଙ୍କଟ ଦେଖା ଦେଇପାରେ ବୋଲି ଇତିମଧ୍ୟରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ବାଣିଜ୍ୟ ସଂଗଠନ ମିଳିତ ଭାବେ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି । ଅଧିକାଂଶ ଦେଶ ଲକଡାଉନକୁ ପାଳନ କରୁଥିବାରୁ ଅନ୍ତର୍ଜାତୀୟ ବାଣିଜ୍ୟ ଯଥେଷ୍ଟ ହ୍ରାସ ପାଇବା ସହ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ) ଅତିମାତ୍ରାରେ ବାଧାପ୍ରାପ୍ତ ହୋଇସାରିଛି । ଅବଶ୍ୟ ଭାରତରେ ଆବଶ୍ୟକ ପରିମାଣରେ ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଦେଶବାସୀ ସେଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ସରକାର ଆଶ୍ୱାସନା ଦେଇ ଆସୁଥିଲେ ମଧ୍ୟ ସାରା ବିଶ୍ୱରେ କରୋନାଜନିତ ଖାଦ୍ୟ ସଙ୍କଟ ଦେଖା ଦେବାର ଆଶଙ୍କ...