Skip to main content

Posts

Showing posts from December, 2020

ଅପହୃତ ଚମକ ଫେରିବାକୁ ଅପେକ୍ଷା

ଜଣେ ଚିତ୍ରକର ହଠାତ୍ ବର୍ଣ୍ଣାନ୍ଧ ହୋଇଗଲେ ତା’ ପାଇଁ ତାର ସମଗ୍ର ଅସ୍ତିତ୍ୱ ଉଦ୍ଦେଶ୍ୟହୀନ ଓ ପୃଥିବୀ ଅର୍ଥହୀନ ହୋଇପଡେ ।, କାରଣ ରଙ୍ଗ ହିଁ ତ ତା’ର ଭାଷା । ସେ ଅନ୍ୟ କେଉଁ ଭାଷା ବୁଝେ ନାହିଁ କି ଅନ୍ୟ ଭାଷାରେ ବୁଝାଇ ପାରେନାହିଁ । କରୋନାର ଆତଙ୍କ ସମଗ୍ର ବିଶ୍ୱକୁ କବଳିତ କରିଥିଲା ବେଳେ ଖେଳାଳି, ଶିଳ୍ପୀ ଓ କଳାକାରଙ୍କ ଅବସ୍ଥା ଅନେକଟା ସେହି ବର୍ଣ୍ଣାନ୍ଧ ଚିତ୍ରକର ପରି, କାରଣ କରୋନା ସେମାନଙ୍କଠାରୁ ସେମାନଙ୍କ ଭାଷା ଛଡାଇ ନେଇଛି । ଅବଶ୍ୟ ଫରକ ଏତିକି ଯେ ବର୍ଣ୍ଣାନ୍ଧ ଚିତ୍ରକରଙ୍କ ବର୍ଣ୍ଣାନ୍ଧତ୍ୱ ଅପରିବର୍ତ୍ତନୀୟ ହୋଇଥିଲା ବେଳେ ଆଜିର କରୋନା ସନ୍ଦର୍ଭରେ ନିଜ ଅଭିବ୍ୟକ୍ତିର ସମ୍ଭାବନା ଓ ସାମର୍ଥ୍ୟ ହରାଇଥିବା ଖେଳାଳି, ଶିଳ୍ପୀ ଓ କଳାକାରଙ୍କ ପାଇଁ ଆଶାର କିରଣ ଅଛି ଯେ ଅପହୃତ ଚମକ ପୁନଶ୍ଚ ଫେରିବ । କ୍ରୀଡା କ୍ଷେତ୍ର ଉପରେ କରୋନାର କଳା ବାଦଲ ସର୍ବବ୍ୟାପି ହେବା ସହିତ ନିଜ କ୍ରୀଡାନୈପୁଣ୍ୟର ପ୍ରତିପାଦିତ କରିବାକୁ ପ୍ରୟାସରତ ଟ୍ରାକ ଓ ଫିଲ୍ଡର ଆଥଲିଟମାନେ ହିଁ ଏହାଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଓ ଉଦବିଗ୍ନ । ୨୦୨୦ ମସିହାର ଟୋକିଓ ଅଲିମ୍ପିକକୁ ଆପାତତଃ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । ସୁତରାଂ ଏଥିରେ ଭାଗ ନେବାକୁ ଆଶାୟୀ ଆଥଲିଟମାନଙ୍କ ଚାରି ବର୍ଷର ଅକ୍ଳାନ୍ତ ପରିଶ୍ରମରୁ ଫଳପ୍ରାପ୍ତିର ଆଶା ଏଭଳି ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି ଯେ ସେମାନେ ନିରାଶାର ଘନ ଅନ୍ଧାର ଭିତରକୁ ଠେଲି ହୋଇ ଯାଇଛନ

ଚାଷୀ ଉଚିତ ମୂଲ୍ୟ ପାଇବ ତ !

ପ୍ରତିଶ୍ରୁତି ନୁହେଁ, ବରଂ ‘ଏମଏସପି’କୁ ଆଇନରେ ପରିଣତ କରିବା ଉପରେ ଚାଷୀ ସଂଗଠନମାନେ ଅଡି ବସିଥିବା ବେଳେ ସରକାର ତାକୁ ଆଇନଗତ ବୈଧତା ପ୍ରଦାନ କରିବା ପାଇଁ ଅନାଗ୍ରହୀ । ‘ଏମଏସପି’ରେ ଶସ୍ୟ ସଂଗ୍ରହ ବନ୍ଦ ହେବ ନାହିଁ ବୋଲି ସରକାରୀ ଘୋଷଣା ସତ୍ତ୍ୱେ ସରକାର କ୍ରମେ ସଂଗ୍ରହ ପ୍ରକ୍ରିୟାରୁ ଓହରି ଯିବାକୁ ଚାହୁଁଛନ୍ତି ବୋଲି ଚାଷୀଙ୍କର ଦୃଢ ବିଶ୍ୱାସ । ନୂଆ ଆଇନରେ କୃଷି ବଜାରରେ କମ୍ପାନୀଙ୍କ ପ୍ରବେଶ ଫଳରେ ପ୍ରତିଦ୍ୱନ୍ଦ୍ୱିତା ବଢି ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ଯଥେଷ୍ଟ ଅଧିକ ମୂଲ୍ୟ ପାଇବ ବୋଲି ସରକାରଙ୍କ ଯୁକ୍ତି । ଚାଷୀଙ୍କର ଯୁକ୍ତି ଯେ ଅଧିକ ମୂଲ୍ୟ ମିଳିଲେ ଅସୁବିଧା ନାହିଁ, କିନ୍ତୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ‘ଏମଏସପି’ ଚାଷୀର ଚାଷ ବାବଦରେ ଖର୍ଚ୍ଚକୁ ଆଧାର କରି ସର୍ବନିମ୍ନ ମୂଲ୍ୟ ହୋଇଥିବାରୁ କେହି ତା’ଠାରୁ କମରେ କିଣିବା ଅର୍ଥ ଚାଷୀର ଶୋଷଣ କରିବା । ମୋଟ ଉପରେ ଏମଏସପି ଓ ଶସ୍ୟ ସଂଗ୍ରହକୁ ନେଇ ଚାଷୀଙ୍କ ମନରେ ସରକାରଙ୍କ ପ୍ରତି ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି, ଯାହାର କାରଣ ଅନୁଧ୍ୟାନ ସାପେକ୍ଷ । ସ୍ୱାମୀନାଥନ କମିଟିର ସୁପାରିଶ କ୍ରମେ କୃଷକଙ୍କୁ ସେମାନଙ୍କ ଚାଷ ବାବଦ ବ୍ୟୟର ଦେଢଗୁଣ ‘ଏମଏସପି’ ଆକାରରେ ଦିଆଯିବ ବୋଲି ବିଜେପି ତରଫରୁ ୨୦୧୪ ମସିହାରେ ନିର୍ବାଚନୀ ପ୍ରତିଶ୍ରୁତି ଦିଆ ଯାଇଥିଲା । ମାତ୍ର ଶାସନକୁ ଆସିଲା ପରେ ୨୧ ଫେବୃଆରି ୨୦୧୫ 5ରେ ସରକାରଙ୍କ ତରଫରୁ ସୁପ୍ରିମକ

ଗଞ୍ଜେଇ ଅପରାଧମୁକ୍ତ ହେବ କି ?

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୁପାରିଶ କ୍ରମେ ଜାତିସଂଘର ନାର୍କୋଟିକ ଡ୍ରଗସ ଆୟୋଗ ୨ ଡିସେମ୍ୱର ୨୦୨୦ରେ, ଗଞ୍ଜେଇ (କାନାବିସ)କୁ ୧୯୬୧ର ସିଙ୍ଗଲ କନଭେନସନ ଅନ ନାର୍କୋଟିକ ଡ୍ରଗସର ଚତୁର୍ଥ ଅନୁଚ୍ଛେଦରୁ ବାଦ ଦେଇଛି । ଏହି ଆୟୋଗରେ ଥିବା ସମୁଦାୟ ୫୩ଟି ଦେଶ ମଧ୍ୟରୁ ୨୭ଟି ଦେଶ ଗଞ୍ଜେଇକୁ ସେହି ଅନୁଚ୍ଛେଦରୁ ବାଦ ଦେବା ସପକ୍ଷରେ ଭୋଟ ଦେଇଥିବା ବେଳେ ୨୫ଟି ଦେଶ ବିପକ୍ଷରେ ଭୋଟ ଦେଇଥିଲେ ଓ ୟୁକ୍ରେନ ଭୋଟ ଦେବାରୁ ବିରତ ଥିଲା । ଉଲ୍ଲେଖନୀୟ ପାକିସ୍ତାନ, ଚୀନ, ରୁଷିଆ, ଜାପାନ ଭଳି ଦେଶ ଏହା ବିପକ୍ଷରେ ଭୋଟ ଦେଇଥିବା ବେଳେ ଆମେରିକା ଓ ୟୁରୋପୀୟ ୟୁନିଅନର ଦେଶମାନଙ୍କ ସହ ଭାରତ ଏହା ସପକ୍ଷରେ ଭୋଟ ଦେଇଥିଲା । ଅବଶ୍ୟ ଭାରତ ଏହା ସପକ୍ଷରେ ଭୋଟ ଦେବାର କାରଣ ସ୍ପଷ୍ଟ କରି ନ ଥିଲେ ବି ଏହା ପରେ ଭାରତରେ ମଧ୍ୟ ଗଞ୍ଜେଇକୁ ନେଇ ଥିବା ଆଇନରେ ପରିବର୍ତ୍ତନ ହେବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି । ଏହି ନିଷ୍ପତ୍ତି ଫଳରେ ସାରା ପୃଥିବୀରେ ଗଞ୍ଜେଇ ଉପରେ ଗବେଷଣା ଏବଂ ଏହାର ଔଷଧୀୟ ବ୍ୟବହାର ଉପରେ ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯିବ ବୋଲି କୁହାଯାଉଥିଲେ ବି ଏହାର ସମ୍ଭାବିତ ଅନ୍ୟ ପ୍ରଭାବ ଉପରେ ମଧ୍ୟ ବିତର୍କ ହେବା ଆବଶ୍ୟକ । ଏଥି ପୂର୍ବରୁ ହେରୋଇନ, ମେଥାଡୋନ, ମର୍ଫିନ, ଅଫିମ, କୋକେନ ଭଳି ମାରାତ୍ମକ ଡ୍ରଗ ସହ ଗଞ୍ଜେଇ ମଧ୍ୟ ଏହି ଅନୁଚ୍ଛେଦରେ ଥିଲା । ନିଶାଦ୍ରବ୍ୟ ନିର୍ଭରତା ଉପରେ ଗଠିତ ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ଅନୁ

ଚାଷୀ ଆନ୍ଦୋଳନ ତେଜିଛି କାହିଁକି ?

ସଂସଦରେ କୃଷି ସମ୍ୱନ୍ଧୀୟ ତିନିଟି ନୂଆ ଆଇନ ପାରିତ ହେବା ପରେ ସାରା ଦେଶରେ ଚାଷୀ ଓ ଚାଷୀ ସଂଗଠନମାନଙ୍କ ଦ୍ୱାରା ଏହାର ବିରୋଧ ହେବାକୁ ଲାଗିଲା । ଏହା ଦ୍ୱାରା କୃଷି କ୍ଷେତ୍ରରେ କମ୍ପାନୀଗୁଡିକର ଅବାଧ ପ୍ରବେଶ ସହ କୃଷକମାନେ ସେମାନଙ୍କ ଶୋଷଣର ଶିକାର ହେବାର ଆଶଙ୍କା ବ୍ୟକ୍ତ ହେଲା । କ୍ରମଶଃ ସରକାର ଖାଦ୍ୟଶସ୍ୟ ସଂଗ୍ରହ ପ୍ରକ୍ରିୟାରୁ ଦୂରେଇ ଯିବେ ଓ ଏମଏସପି ପ୍ରକ୍ରିୟା ବନ୍ଦ ହୋଇଯିବ ବୋଲି ଚାଷୀ ସଂଗଠନମାନେ ମତ ପ୍ରକାଶ କଲେ । ଏ ସମ୍ପର୍କରେ ଚାଷୀଙ୍କୁ ଆଶ୍ୱସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ଘୋଷଣା କରିବାକୁ ହେଲା ଯେ ଏମଏସପି ରହିବ । ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଦେଶର ୫୦୦ରୁ ଅଧିକ ଚାଷୀ ସଙ୍ଗଠନ ଏଗୁଡିକ ଚାଷୀ ବିରୋଧୀ କହି ବିରୋଧ କରିବା ଓ ହଜାର ହଜାର ସଂଖ୍ୟାରେ ଦିଲ୍ଲୀକୁ ପଦଯାତ୍ରା କରିବାରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରଣୀତ ଆଇନ ଚାଷୀଙ୍କ ହିତରେ ବୋଲି ସରକାର ଯେତେ ଯାହା କହିଲେ ବି ଅନ୍ତତଃ ଚାଷୀଙ୍କୁ ବୁଝାଇବା ଲାଗି ସମର୍ଥ ହୋଇ ପାରିନାହାନ୍ତି । ଏମଏସପି ବ୍ୟବସ୍ଥାର କ୍ରିୟାନ୍ୱୟନ ତଥା କେତେକ ଆନୁଷଙ୍ଗିକ ନୀତି, ସ୍ଥିତି ଓ ତଥ୍ୟକୁ ଅନୁଧ୍ୟାନ କଲେ ଚାଷୀ ମନରେ ଏମଏସପି ରହିବା ନେଇ ଉଠୁଥିବା ପ୍ରଶ୍ନ ଯଥାର୍ଥ ବୋଧ ହୁଏ ।     କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫରେ ୧୪ଟି (ଧାନ, ବାଜରା, ଜୋଆର, ମକା, ମାଣ୍ଡିଆ, ହ