Skip to main content

Posts

Showing posts from September, 2020

ମୁଦ୍ରା ଋଣର ଗତି କୁଆଡେ ?

ଜାତୀୟ ନମୁନା ସର୍ବେକ୍ଷଣ ସଙ୍ଗଠନ ଦ୍ୱାରା ୨୦୧୩ ମସିହାରେ ହୋଇଥିବା ଏକ ସର୍ଭେ ଆଧାରରେ ଦେଶରେ ବ୍ୟକ୍ତିଗତ ମାଲିକାନାରେ ଥିବା ୫.୭୭ କୋଟି କ୍ଷୁଦ୍ର ଓ ଅଣୁ ଉଦ୍ୟୋଗରେ ପ୍ରାୟ ୧୨ କୋଟି ଲୋକ ନିଯୁକ୍ତ ହୋଇଥିଲେ ବି ସେଗୁଡିକ ମଧ୍ୟରୁ ଅଧିକାଂଶ ବ୍ୟାଙ୍କ ଋଣ ସୁବିଧା ପାଉ ନ ଥିଲେ । ସେଗୁଡିକୁ ବ୍ୟାଙ୍କ ଋଣ ସୁବିଧା ଯୋଗାଇ ଦେଇ ଅଧିକ ଉତ୍ପାଦନକ୍ଷମ କରିବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନାର ଆରମ୍ଭ କରା ଯାଇଥିଲା । ଏହି ଯୋଜନାରେ ଉତ୍ପାଦନ (ମାନୁଫେକ୍ଚରିଂ), ପ୍ରକ୍ରିୟାକରଣ, ସେବା ଓ ବ୍ୟବସାୟ କ୍ଷେତ୍ରରେ ଥିବା ଛୋଟ ଛୋଟ ଉଦ୍ୟୋଗଗୁଡିକର ସ୍ଥାୟୀ ଓ କାର୍ଯ୍ୟକାରୀ ପୁଞ୍ଜିର ଆବଶ୍ୟକତାକୁ ମୁଦ୍ରା ଋଣ ମାଧ୍ୟମରେ ପରିପୂରଣ କରିବାର ଲକ୍ଷ୍ୟ ରଖା ଯାଇଥିଲା, ଯଦ୍ଦ୍ୱାରା ଅଧିକ ଉଦ୍ୟମୀ ସୃଷ୍ଟି ହୋଇ ସେମାନଙ୍କ ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଇତି ମଧ୍ୟରେ ଯୋଜନାକୁ ପାଞ୍ଚ ବର୍ଷ ପୂରି ଯାଇଥିବାରୁ ମୁଦ୍ରା ଋଣ ଯୋଜନାଟି ଧାର୍ଯ୍ୟ ଲକ୍ଷ୍ୟର କେତେ ନିକଟତର ହୋଇଛି ତାହା ଜାଣିବାର ଆବଶ୍ୟକତା ରହିଛି । ବ୍ୟାଙ୍କ ଓ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ଦ୍ୱାରା ଉତ୍ପାଦନ ସେବା ଓ ବ୍ୟବସାୟ ଉଦ୍ଦେଶ୍ୟରେ ଦିଆ ଯାଉଥିବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ମୁଦ୍ରା ଋଣ ପର୍ଯ୍ୟାୟବାଚୀ କରାଯାଇଛି । ଅର୍ଥାତ୍ ମୁଦ୍ରା ଋଣ କୌଣସି ନୂଆ ଋଣ ଯ...

ଅଦାଲତ ଅବମାନନା ପାଇଁ କାଠଗଡାରେ ଗାନ୍ଧୀଜୀ

ଭାରତରେ ରାଜଦ୍ରୋହକୁ ପ୍ରତିହତ କରିବା ପାଇଁ ବ୍ରିଟିଶ ସରକାରଙ୍କ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ କ୍ରମେ ଇମ୍ପିରିଆଲ ଲେଜିସଲେଟିଭ କାଉନସିଲ ଦିଲ୍ଲୀଠାରେ ମାର୍ଚ୍ଚ ୧୮, ୧୯୧୯ରେ ‘ଦ ଆନାର୍କିକାଲ ଆଣ୍ଡ ରିଭଲ୍ୟୁସନାରୀ କ୍ରାଇମସ ଆକ୍ଟ, ୧୯୧୯’ ପ୍ରଣୟନ କଲେ, ଯାହା କମିଟିର ଅଧ୍ୟକ୍ଷ ସିଡନି ରାଓଲାଟଙ୍କ ନାମାନୁସାରେ ‘ରାଓଲାଟ ଆଇନ’ ଭାବେ ବିଦିତ ହେଲା । ଏହି ଆଇନର ମୂଳ ଉଦ୍ଦେଶ୍ୟ ଥିଲା, ଭାରତୀୟମାନେ ଯେପରି ଇଂରେଜ ଶାସକଙ୍କ ବିରୁଦ୍ଧରେ କୌଣସି ପ୍ରକାର ସ୍ୱର ଉତ୍ତୋଳନ କରିବାକୁ ସକ୍ଷମ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା । ସେଥିପାଇଁ ଜାତୀୟତାବାଦୀ ବିପ୍ଳବୀ ଗୋଷ୍ଠୀଗୁଡିକୁ ନିର୍ମମ ଭାବେ ଦମନ କରିବା ସହ ଭାରତୀୟଙ୍କ ବ୍ୟକ୍ତିଗତ ମତପ୍ରକାଶ ଓ ସ୍ୱାଧୀନତାର ଅଧିକାର ଉପରେ ଅଙ୍କୁଶ ଲଗାଇବାର ପ୍ରାବଧାନ କରାଗଲା । ଏହି ଆଇନ ଅନୁଯାୟୀ କାରଣ ନ ଦର୍ଶାଇ ପୁଲିସ ଯେ କୌଣସି ବ୍ୟକ୍ତିକୁ ଗିରଫ କରିବା ଓ ସରକାର ଆତଙ୍କବାଦୀ ସନ୍ଦେହରେ ଜଣକୁ ଦୁଇ ବର୍ଷ ଯାଏଁ ଜେଲରେ ଅଟକ ରଖିବାର ଅଧିକାର ପାଇଲେ । ସମ୍ୱାଦପତ୍ରଗୁଡିକର କଣ୍ଠରୋଧ ପାଇଁ ସେଗୁଡିକ ଉପରେ ମଧ୍ୟ କଡା ନିୟନ୍ତ୍ରଣର ବ୍ୟବସ୍ଥା ହେଲା । ଏହି ଆଇନ ବିଲ ଅବସ୍ଥାରେ ଥିଲା ବେଳେ ବିଚଳିତ ଗାନ୍ଧୀଜୀ ଏହାର ଦମନକାରୀ ଚରିତ୍ର ସମ୍ପର୍କରେ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ପତ୍ରରେ ଲେଖିଥିଲେ, “ରାଓଲାଟ ବିଲ ମୋତେ ଆନ୍ଦୋଳିତ କରିଛି । ମନେ ହେଉଛି, ମୋତେ ମୋ’ ଜୀବନର ଶ୍ରେଷ୍ଠ ...

କୃଷି ଭିତ୍ତିଭୂମି ପାଣ୍ଠିର ନୂତନତା କ’ଣ ?

ବିଗତ ବର୍ଷମାନଙ୍କରେ ଘରୋଇ କ୍ଷେତ୍ର ଦ୍ୱାରା କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ସ୍ଥିର ରହିଛି, ଏପରିକି ସ୍ଥଳ ବିଶେଷରେ ହ୍ରାସ ପାଇଛି । ୨୦୧୪-୧୫ ଆର୍ଥକ ବର୍ଷରେ ଘରୋଇ ପୁଞ୍ଜିନିବେଶ ୨.୫ ଲକ୍ଷ କୋଟି ଟଙ୍କା ହୋଇ କୃଷି କ୍ଷେତ୍ରରେ ସମଗ୍ର ପୁଞ୍ଜି ନିବେଶର ୮୮ ପ୍ରତିଶତ ଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ତାହା ହ୍ରାସ ପାଇ ୨.୧୯ ଲକ୍ଷ କୋଟି ଟଙ୍କା ବା ୮୩ ପ୍ରତିଶତରେ ପହଞ୍ଚିଛି, ଯାହା ଉଦବେଗଜନକ । କୃଷି ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇଁ କୃଷି ଭିତ୍ତିଭୂମି ବିକାଶ ହେବା ଆବଶ୍ୟକ । ସେହିପରି ଚାଷୀମାନେ ଉପଯୁକ୍ତ ବଜାର ବ୍ୟବସ୍ଥା ସହ ଉଚିତ ମୂଲ୍ୟରେ ଉତ୍ପାଦିତ ଖାଦ୍ୟଦ୍ରବ୍ୟ ବିକ୍ରି କରି ପାରୁ ନଥିବାରୁ ପ୍ରାୟ ୧୫-୨୦ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହୋଇଯାଉଛି, ଯଦ୍ଦ୍ୱାରା ସେମାନେ ଅନେକ କ୍ଷତିଗ୍ରସ୍ତ ହେଉଛନ୍ତି । ବିକଶିତ ଦେଶମାନଙ୍କରେ ଏହି କ୍ଷତିର ହାର ମାତ୍ର ୫ରୁ ୧୫ ପ୍ରତିଶତ । ତେଣୁ କୃଷି ଭିତ୍ତିଭୂମି ବିକାଶରେ ଯଥେଷ୍ଟ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ଓ ଏ ନେଇ ଘରୋଇ କ୍ଷେତ୍ରର ଏକ ବଡ ଭୂମିକା ଥିବା ସତ୍ତ୍ୱେ ବିଭିନ୍ନ କାରଣରୁ ସେମାନେ ଏଥି ପ୍ରତି ବୀତସ୍ପୃହ ହେବା କୃଷି ପାଇଁ ନିଶ୍ଚିତ ଭାବେ ଏକ ଶୁଭ ସୂଚନା ନୁହେଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ୧ ଲକ୍ଷ କୋଟି ଟଙ୍କାର ଏକ ‘କୃଷି ଭିତ୍ତିଭୂମି ପାଣ୍ଠି’ (ଆଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡ)ର...

ସଙ୍କୁଚିତ ଜିଡିପି, ମୁମୂର୍ଷୁ ଅର୍ଥନୀତି

ଜୁନ ୨୦୧୯ରେ ସମାପ୍ତ ତ୍ରୈମାସ ତୁଳନାରେ ଜୁନ ୨୦୨୦ରେ ସମାପ୍ତ ତ୍ରୈମାସରେ ସର୍ବମୋଟ ଘରୋଇ ଉତ୍ପାଦ (ଜିଡିପି) ୨୩.୯  ପ୍ରତିଶତ ସଙ୍କୁଚିତ ହୋଇଥିବାର ତଥ୍ୟ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରାଳୟ ଦ୍ୱାରା ଜାରି ହେବା ପରେ ଦେଶରେ ଅର୍ଥନୀତିର ଦୟନୀୟ ସ୍ଥିତି ନେଇ ଗଭୀର ଚିନ୍ତା ପ୍ରକାଶ ପାଇବାକୁ ଲାଗିଛି । ଅଣସଙ୍ଗଠିତ କ୍ଷେତ୍ରରୁ ତଥ୍ୟ ସଂଗୃହୀତ ହୋଇ ପାରି ନ ଥିବାରୁ ଏହି ତଥ୍ୟରେ ସଂଶୋଧନ ହେବ ବୋଲି ସୂଚୀତ କରାଯାଇଛି । ତାହାହେଲେ ଜିଡିପି ସଙ୍କୁଚନର ପ୍ରତିଶତ ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ୧୯୯୬ ମସିହାରୁ ତ୍ରୈମାସ ଭିତ୍ତିରେ ଏହି ତଥ୍ୟ ସାର୍ବଜନୀନ କରିବା ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ କୌଣସି ତ୍ରୈମାସରେ ଜିଡିପି ସଙ୍କୁଚିତ ହୋଇ ନଥିଲା । କେବଳ ସେତିକି ନୁହେଁ, କରୋନା ଜନିତ ସ୍ଥିତି ଯୋଗୁ  ପ୍ରାୟ ଅଧିକାଂଶ ଦେଶର ଜିଡିପି ଏହି ସମୟରେ ସଙ୍କୁଚିତ ହୋଇଥିଲେ ବି ଭାରତର ଜିଡିପି ସଙ୍କୁଚନ ଅନ୍ୟ ଦେଶଗୁଡିକ ତୁଳନାରେ ସର୍ବାଧିକ ହେବା ବାସ୍ତବିକ ଉଦବେଗଜନକ । ଉଦାହରଣ ସ୍ୱରୂପ, ବୃହତ୍ ଅର୍ଥନୀତି ସମ୍ପନ୍ନ ଦେଶଗୁଡିକ ମଧ୍ୟରେ ଜିଡିପି ସଙ୍କୁଚନ ପ୍ରତିଶତ ଦୃଷ୍ଟିରୁ ଭାରତ ପଛକୁ ବ୍ରିଟେନ (୨୦.୪), ସ୍ପେନ (୧୮.୫), ମେକ୍ସିକୋ (୧୭.୧), ଫ୍ରାନ୍ସ (୧୩.୮), ଇଟାଲି (୧୨.୮) ରହିଛନ୍ତି । ହେଲେ ବୃହତ୍ ଅର୍ଥନୀତି ସମ୍ପନ୍ନ ଦେଶଗୁଡିକ ମଧ୍ୟରେ ଚୀନ ହେଉଛି ଏକମାତ୍ର ଦେଶ ଯାହାର ଜି...

କୃଷି ଭିତ୍ତିଭୂମି ପାଣ୍ଠି - ଏକ ମାତ୍ର ବାଟ ସୁପରିଚାଳନା

କୃଷି ଭିତ୍ତିଭୂମି ବିକାଶରେ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ‘କୃଷି ଭିତ୍ତିଭୂମି ପାଣ୍ଠି’ ଘୋଷଣା ହେବା ପରେ ଚାଷୀମାନଙ୍କର ଆୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଏତେ ପରିମାଣର ପୁଞ୍ଜି ନିବେଶ ନିଶ୍ଚିତ ଭାବେ ଉତ୍ସାହଜନକ ମନେ ହେଉଥିଲେ ବି ଏହି ପାଣ୍ଠିରୁ ଓଡିଶା ଭଳି ରାଜ୍ୟର ଚାଷୀମାନେ ଉପକୃତ ହେବାର ସମ୍ଭାବନା କେତେ, ତାହା ଆଲୋଚନାର ବିଷୟ । ଏହି ଯୋଜନା ଚଳିତ ଆର୍ଥିକ ବର୍ଷ, ଅର୍ଥାତ୍ ୨୦୨୦-୨୧ରୁ ଆରମ୍ଭ ହୋଇ ୧୦ ବର୍ଷ ଯାଏଁ ଅର୍ଥାତ୍ ୨୦୨୯-୩୦ ପର୍ଯ୍ୟନ୍ତ ଚାଲିବ । ଯୋଜନା ମୁତାବକ ଆଗାମୀ ଚାରି ବର୍ଷ ମଧ୍ୟରେ କୃଷି ଭିତ୍ତିଭୂମିର ବିକାଶ ଲାଗି ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନମାନଙ୍କ ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ମଧ୍ୟମ ଓ ଦୀର୍ଘ ମିଆଦି ଋଣ ଯୋଗାଇ ଦିଆଯିବ । ଏହି ଋଣକୁ ପ୍ରାଥମିକ କୃଷି ସମବାୟ ସମିତି, ବାଣିଜ୍ୟ ସମବାୟ ସମିତି, କୃଷକ ଉତ୍ପାଦ ସଂଘ (ଏଫପିଓ), ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, ଯୌଥ ଦାୟ ଗୋଷ୍ଠୀ (ଜେଏଲଜି), ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପସ, ଏକତ୍ରିକରଣ ଭିତ୍ତିଭୂମି ପ୍ରଦାନକାରୀ (ଆଗ୍ରିଗେଟିଂ ଇନଫ୍ରାଷ୍ଟ୍ରକଚର ପ୍ରୋଭାଇଡର) ଏବଂ ସରକାରୀ-ଘରୋଇ ଭାଗିଦାରୀ (ପିପିପି)ଗୁଡିକୁ ଯୋଗାଇ ଦିଆଯିବ । ଏଥିରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଶତକଡା ୩ ଭାଗ ସୁଧ ରିହାତି...