Skip to main content

Posts

Showing posts with the label TFR

ଭାରତରେ ମୁସଲମାନ ଜନସଂଖ୍ୟା ବୃଦ୍ଧିର ବାସ୍ତବତା କ’ଣ ?

ଜନସଂଖ୍ୟା ନୀତି ସମ୍ପର୍କିତ ସମ୍ୱାଦପତ୍ରରେ ପ୍ରକାଶିତ ମୋର ଏକ ଆଲେଖ୍ୟ ପଢି ଜଣେ ପାଠକ ମୋତେ ଫୋନ କରି ଜଣାଇଲେ ଯେ ତାଙ୍କ ମନରେ ଭୟ ସୃଷ୍ଟି ହୋଇ ସାରିଥିଲା ଯେ ଆଗାମୀ କିଛି ବର୍ଷ ଭିତରେ ବୋଧେ ଭାରତ ଏକ ମୁସଲମାନ ଦେଶରେ ପରିଣତ ହୋଇ ସାରିଥିବ । ଯାହାହେଉ ଆଲେଖ୍ୟରେ ପ୍ରଦତ୍ତ ତଥ୍ୟ ପଢିଲା ପରେ ତାଙ୍କର ସେ ଭୟ ଓ ସନ୍ଦେହ ମନରୁ ଦୂର ହେଲା । ପଦ୍ମପୁରରୁ ଆଉ ଜଣେ ପାଠକ ତ ସିଧା ସଳଖ ପଚାରିଲେ, “ଆଜ୍ଞା ଶୁଣିଲୁ ଭଦ୍ରକ ଜିଲ୍ଲାରେ ୬୦ ପ୍ରତିଶତ ମୁସଲମାନ ହୋଇ ଯାଇଥିବାରୁ କାଳେ ସରକାର ଭଦ୍ରକକୁ ମୁସଲମାନ ଜିଲ୍ଲା ବୋଲି ଘୋଷଣା କରିଛନ୍ତି । ଏହା କ’ଣ ସତ ?” ସୂଚନାର ଉତ୍ସ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ସେ ହ୍ୱାଟସଆପରେ ପଢିଛନ୍ତି ବୋଲି କହିଲେ । କିଛି ଦିନ ପୂର୍ବେ କେନ୍ଦ୍ରାପଡା ସହର ସମ୍ପର୍କରେ ବି ସେହି ଧରଣର ଗୁଜବଟିଏ ପ୍ରସାରିତ ହୋଇଥିଲା । ସାଧାରଣ ଲୋକଟିଏକୁ ତ ମିଛ କଥାଟିଏ କହି ତା’ ମନରେ ଭ୍ରମ ସୃଷ୍ଟି କରିବା ସହଜ, ହେଲେ ଭାରତ ଭଳି ଏକ ଧର୍ମ ନିରପେକ୍ଷ ଦେଶରେ କୌଣସି ଧର୍ମ ଭିତ୍ତିରେ ଅଞ୍ଚଳର ଘୋଷଣା କରାଯିବାର ବ୍ୟବସ୍ଥା ନାହିଁ ବୋଲି କଥାଟିକୁ ବୁଝାଇବା ସତରେ କେତେ କଷ୍ଟକର । ଅସତ୍ୟ ଆଧାରରେ ଦେଶରେ ମୁସଲମାନଙ୍କ ଜନସଂଖ୍ୟା ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମନରେ କିଛି ଲୋକ ଯେଉଁ ଭଳି ଭୀତି ସଞ୍ଚାରର ଉଦ୍ୟମ କରୁଛନ୍ତି ତାହା କେବଳ ନିନ୍ଦନୀୟ କହି ଦେଲେ ଚଳିବ ନାହିଁ, ମାତ୍ର ତଥ୍ୟ ଆଧାରରେ ଦେଶରେ ମୁସଲମାନ...

ଜନସଂଖ୍ୟା ନୀତି - ପୁନର୍ବିବେଚନା ଲୋଡା କି ?

ଏଇ ଅଳ୍ପ ଦିନ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଜନସଂଖ୍ୟା ସମ୍ପର୍କିତ ଏପରି ତିନିଟି ନିଷ୍ପତ୍ତି ନିଆଯାଇଛି ଯାହାର ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯାଉଥିବାରୁ ସେଗୁଡିକର ଅବତାରଣା ନିହାତି ଆବଶ୍ୟକ । ୭୦ ହଜାର ଜନସଂଖ୍ୟା ବିଶିଷ୍ଟ ମୁସଲମାନ ବହୁଳ ଲାକ୍ଷାଦ୍ୱୀପରେ କେନ୍ଦ୍ର ସରକାରଙ୍କ ନବନିଯୁକ୍ତ ପ୍ରଶାସକ ପଞ୍ଚାୟତ ନିର୍ବାଚନରେ ଦୁଇଟି ସନ୍ତାନରୁ ଅଧିକ ଥିଲେ ପ୍ରତିଦ୍ୱନ୍ଦ୍ୱିତା କରି ହେବ ନାହିଁ ବୋଲି ଆଇନରେ ସଂଶୋଧନ କରିବାକୁ ଚିଠା ପ୍ରସ୍ତାବରେ ଘୋଷଣା କରିଛନ୍ତି । ଦ୍ୱିତୀୟଟି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଘୋଷଣା ଯେଉଁଥିରେ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର ଲାଭ ପାଇବାକୁ ହେଲେ ଲାଭାର୍ଥୀଙ୍କୁ ଦୁଇ-ଶିଶୁ ନୀତିକୁ ଅନୁସରଣ କରିବାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରାଯିବ । ତୃତୀୟଟି, ଚୀନ ସରକାରଙ୍କ ଦ୍ୱାରା ‘ତିନି-ଶିଶୁ ନୀତି’ ଘୋଷଣା ହେବା । ଭାରତ ଭିତରର ପ୍ରଥମ ଦୁଇଟି ନିଷ୍ପତ୍ତି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ଦିଷ୍ଟ ହୋଇଥିଲା ବେଳେ ଚୀନର ନିଷ୍ପତ୍ତି ଜନସଂଖ୍ୟା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଫଳରେ ଆମ ଦେଶର ଜନସଂଖ୍ୟା ନୀତିର ପୁନର୍ବିବେଚନା ହେବା ଆବଶ୍ୟକ କି, ସେ ନେଇ ପ୍ରଶ୍ନ ଉଠିଛି । ଜନସଂଖ୍ୟା ନିୟନ୍ତ୍ରଣରେ ମୋଟ ଉତ୍ପାଦିକା ହାର (ଟିଏଫଆର) ସୂଚକଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦେଶରେ ମହିଳାମାନେ ସେମାନଙ୍କ ଜ...