Skip to main content

Posts

Showing posts from July, 2020

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ

ଗାନ୍ଧୀଜୀ ବି ଲଢିଥିଲେ ନିର୍ବାଚନ

ଅନେକଙ୍କର ବିଶ୍ୱାସ ଯେ ଗାନ୍ଧୀଜୀ ଦେଶସେବାରେ ବ୍ରତୀ ଥିବାରୁ ଓ ତାଙ୍କର କୌଣସି  ପଦରେ ଅଭିଷିକ୍ତ ହେବାର ଲାଳସା ନଥିବାରୁ ସେ ନିର୍ବାଚନ ଲଢି ନ ଥିଲେ l ଗାନ୍ଧୀଜୀଙ୍କ ଆତ୍ମଜୀବନୀରେ ତାଙ୍କ ନିର୍ବାଚନୀ ଅଭିଜ୍ଞତା ସମ୍ପର୍କରେ କୌଣସି ଉଲ୍ଲେଖ ନ ଥିବାରୁ ସେ ବୋଧହୁଏ ନିର୍ବାଚନକୁ ସେତେ ଗୁରୁତ୍ୱ ଦେଉ ନ ଥିଲେ ବୋଲି ବାର୍ତ୍ତାଟିଏ ଯାଇ ଲୋକଙ୍କ ଉପରୋକ୍ତ ବିଶ୍ୱାସଟି ସୁଦୃଢ ହୋଇ ଥାଇପାରେ l ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଶ୍ୱାସୀ ଗାନ୍ଧୀଜୀ ନିର୍ବାଚନ ପ୍ରକ୍ରିୟାକୁ କେବଳ ଯେ ଗୁରୁତ୍ୱ ଦେଉଥିଲେ ତାହା ନୁହେଁ , ବରଂ ସେ ନିଜେ ମଧ୍ୟ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ l ସେ ସମୁଦାୟ କେତେ ଥର ନିର୍ବାଚନ ଲଢିଥିଲେ , ତାହା ବିଧିବଦ୍ଧ ଭାବେ କୌଣସିଠାରେ ଉଲ୍ଲେଖ ହୋଇ ନ ଥିଲେ ବି ଅନ୍ତତଃ ଚାରି ଥର ନିର୍ବାଚନ ଲଢିଥିବାର ତଥ୍ୟ ଉପଲବ୍ଧ ହେଉଛି l ତେବେ ଐତିହାସିକ ରିଜଓ୍ୱାନ କାଦରିଙ୍କ ଅନୁସାରେ ଗାନ୍ଧୀଜୀ ସର୍ବମୋଟ ପାଞ୍ଚ ଥର ନିର୍ବାଚନ ଲଢିଥିଲେ l ଏ ସମ୍ପର୍କରେ ଅଧିକ ଗବେଷଣା ହେଲେ ହୁଏତ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ପାରିବ l ତଥାପି ଉପଲବ୍ଧ ତଥ୍ୟ ଆଧାରରେ ଗାନ୍ଧୀଜୀଙ୍କ ନିର୍ବାଚନୀ ରଣାଙ୍ଗନରେ ଥିବା ଖଟାମିଠା ଅନୁଭୂତିର ବିଶ୍ଳେଷଣ କରା ଯାଇପାରେ l ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରି ଜାନୁଆରୀ  ୯, ୧୯୧୫ ରେ ଭାରତରେ ପହଞ୍ଚିଲା ପରେ ଗାନ୍ଧୀଜୀ ଅହମ୍ମଦାବାଦଠାରେ ଏକ ଆଶ୍ରମ ପ୍ରତିଷ୍ଠା

ସ୍ପେନିଶ ଫ୍ଲୁ ଓ ଗାନ୍ଧୀଜୀ

ଆଧୁନିକ ଇତିହାସର ସବୁଠାରୁ ବିନାଶକାରୀ ମହାମାରୀ ଭାବେ କୁଖ୍ୟାତ ସ୍ପେନିଶ ଫ୍ଲୁ ମେ ୧୯୧୮ରୁ ଆରମ୍ଭ ହୋଇ ପ୍ରାୟ ଦେଢ ବର୍ଷ ଯାଏଁ ବିଭିନ୍ନ ଦେଶରେ କାୟାବିସ୍ତାର କରି ତାଣ୍ଡବ ରଚିଥିଲା, ଯେଉଁଥିରେ ପ୍ରାୟ ୫ କୋଟି ଲୋକ ପ୍ରାଣ ହରାଇଥିଲେ । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ସୈନ୍ୟମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଏହାର ସଂକ୍ରମଣ ବ୍ୟାପି ଯାଇଥିଲା ବୋଲି କୁହାଯାଏ । ଏଥିରେ ଭାରତରେ ପ୍ରାୟ ୧.୮ କୋଟି ଲୋକଙ୍କ ପ୍ରାଣହାନି ହୋଇଥିଲା । ଯୁଦ୍ଧଭୂମିରୁ ଫେରିଥିବା କିଛି ସୈନ୍ୟଙ୍କୁ ଧରି ଗୋଟିଏ ଜାହାଜ ବମ୍ବେ ବନ୍ଦରରେ ମେ ୨୯, ୧୯୧୮ରେ ପହ ଞ୍ଚି  ଦୁଇ ଦିନ ଧରି ଲଙ୍ଗର ପକାଇ ରହିଥିଲା । ସୈନ୍ୟମାନଙ୍କଠାରୁ ବନ୍ଦରରେ କାର୍ଯ୍ୟରତ ଜଣେ ସିପାହୀଙ୍କ ମାଧ୍ୟମରେ ଏକତ୍ର ରହୁଥିବା ସାତ ଜଣ ସିପାହୀ ସ୍ପେନିଶ ଫ୍ଲୁରେ ସଂକ୍ରମିତ ହୋଇଥିବା ପ୍ରଥମେ ଜୁନ ୧୦ ତାରିଖରେ ଜଣା ପଡିଲା । ଚାହୁଁ ଚାହୁଁ ଏହି ଭାଇରସର ସଂକ୍ରମଣ ବମ୍ବେକୁ କବଳିତ କରିବା ସହ ରେଳବାଇ ମାଧ୍ୟମରେ ଲୋକଙ୍କ ଗମନାଗମନ ଯୋଗୁ ସାରା ଦେଶକୁ ବ୍ୟାପିଗଲା । ଉପଯୁୁକ୍ତ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଅଭାବରୁ ଲୋକମାନେ ପୋକମାଛି ପରି ପ୍ରାଣ ହରାଇଲେ । ପ୍ରତି ହଜାରେ ଆକ୍ରାନ୍ତଙ୍କ ମଧ୍ୟରୁ ୨୦.୬ ଜଣ ମୃତ୍ୟୁ ବରଣ କରିଥିଲେ, ଯାହା ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିଲା । ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଲେଖକ ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରାଲା’ ତାଙ୍କ ଜୀବନୀମୂଳକ ପ

ହାଜତ ମୃତ୍ୟୁ - ପୁଲିସର ସୀମା ଲଂଘନ

ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୟେଡଙ୍କର ଜଣେ ଶ୍ଵେତକାୟ ପୁଲିସଙ୍କ ଦ୍ୱାରା ନିର୍ମମ ହତ୍ୟା ହେଲା ପରେ ବିଶ୍ୱବ୍ୟାପୀ ଲୋକଙ୍କଠାରେ ଦେଖା ଦେଇଥିବା ଆକ୍ରୋଶ ଥଣ଼୍ଡା ନ ହେଉଣୁ ତାମିଲନାଡୁର ଥୁତୁକୁଡିଠାରେ ପୁଲିସ ହାଜତରେ ଦୁଇ ଜଣ- ବାପ (ଜୟରାଜ) ଓ ପୁଅ (ବେନିକ୍ସ)ଙ୍କର, ଅସ୍ଵାଭାବିକ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଛି l ଲକଡାଉନ ସମୟରେ ପେଟପାଟଣା ପାଇଁ ନିଜ ଦୋକାନ ଖୋଲା ରଖିବା ଥିଲା ସେମାନଙ୍କ ଏକମାତ୍ର ଅପରାଧ l ଆଉ ସେହି ଅପରାଧ ପାଇଁ ସେମାନଙ୍କୁ ଯେ ଏତେ ବଡ ମୂଲ୍ୟ ଦେବାକୁ ପଡିପାରେ ଏହା ଆଇନର ଶାସନ ଚାଲୁଥିବା କୌଣସି ସଭ୍ୟ ଦେଶରେ କଳ୍ପନା କରାଯାଇ ନ ପାରେ l ଉଭୟଙ୍କ ଉପରେ ପୁଲିସ ହାଜତରେ ଯେଉଁପରି ବର୍ବରୋଚିତ ଅତ୍ୟାଚାର ହୋଇ ନୃଶଂସ ଭାବେ ସେମାନଙ୍କର ହତ୍ୟା କରାଗଲା, ତାହା ଜନସାଧାରଣଙ୍କୁ କ୍ଷୁବ୍ଧ କରିବା ସହ ଭାରତରେ ବଢି ବଢି ଚାଲିଥିବା ହାଜତ ମୃତ୍ୟୁ ସମସ୍ୟା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ବାଧ୍ୟ କରିଛି l ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନସିଆରବି) ଦ୍ଵାରା ୨୦୧୯ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ସାରା ଭାରତରେ ପୁଲିସ ହାଜତରେ ହୋଇଥିବା ୭୦ ଜଣଙ୍କର ମୃତ୍ୟୁ ମଧ୍ୟରୁ ୧୭ ଜଣଙ୍କର ଆତ୍ମହତ୍ୟାଜନିତ ହୋଇଥିଲା ବେଳେ ୩୭ ଜଣଙ୍କର ଅସୁସ୍ଥତା କାରଣରୁ ବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହୋଇଛି l ମାତ୍ର ୩ ଜଣଙ୍କର ପୁଲିସ ଜେରା ସମୟରେ ଦିଆ ଯାଇଥିବା ଆଘାତ ଯୋ