Skip to main content

Posts

Showing posts with the label H-1B Visa

‘ଏଚ-ୱ୍ୱାନ ବି’ ଭିସାର ଚଡ଼କ

ଦ୍ୱିତୀୟ ବାର ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଅଧିଷ୍ଠିତ ହେବା ପରେ ଏପରି କିଛି ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି ଯାହା ଭାରତ ଓ ଭାରତୀୟଙ୍କ ସ୍ୱାର୍ଥ ବିରୋଧୀ ହେଉଛି। ଆମେରିକାରେ ରହୁଥିବା ଅବୈଧ ପ୍ରବାସୀ ଭାରତୀୟଙ୍କ ହାତରେ କଡ଼ି ଗୋଡ଼ରେ ବେଡ଼ି ପିନ୍ଧାଇ ଅତି ଅମାନୁଷିକ ଭାବେ ସେମାନଙ୍କୁ ବିତାଡ଼ିତ କରିବାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଭାରତୀୟ ରପ୍ତାନୀ ସାମଗ୍ରୀ ଉପରେ ସର୍ବାଧିକ ୫୦ ପ୍ରତିଶତ ଟାରିଫ୍ ଆକ୍ରମଣ ସହିତ ପାଦେ ଆଗକୁ ଯାଇଥିଲା । ଇରାନର ଚବାହାର ବନ୍ଦର ଦେଇ କାରବାର ଉପରେ ଆମେରିକା ପୁନଃ କଟକଣା ଲଗାଇଲାଣି ଯଦ୍ଦ୍ୱାରା ଆଫଗାନିସ୍ତାନ ଓ ମଧ୍ୟ ଏସୀୟ ଦେଶଗୁଡ଼ିକ ସହ ଭାରତର ବାଣିଜ୍ୟ ଅତ୍ୟଧିକ ବାଧାପ୍ରାପ୍ତ ହେବ। ତାପରେ ଆସିଛି ନୂଆ ଏଚ୍-ୱ୍ୱାନ ବି ଭିସାର ନିୟମ, ଯହିଁରେ  ଏଭଳି ଭିସାର ନୂତନ ଆବେଦନକାରୀଙ୍କ ଲାଗି ଲକ୍ଷେ ଡଲାର ଦେୟ ଦାଖଲ କରିବାକୁ ପଡ଼ିବ। ଫଳରେ ଆମେରିକାରେ ଚାକିରି କରିବାର ଭାରତୀୟଙ୍କ ସ୍ୱପ୍ନକୁ ଏକପ୍ରକାର ଧୂଳିସାତ୍ ହୋଇଛି। ଏହାର ସୁଦୂର ପ୍ରସାରୀ ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ିବାର ଭୟ ମଧ୍ୟ ସୃଷ୍ଟି ହୋଇଛି। ଜର୍ଜ ବୁଶ୍ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଇମିଗ୍ରେସନ୍ (ବହିରାଗତଙ୍କ ଦେଶ ପ୍ରବେଶ) ଆଇନ, ୧୯୯୦ ଜରିଆରେ ‘ଏଚ-ୱାନ୍ ବି’ ଭିସାର ପ୍ରଚଳନ କରାଯାଇଥିଲା। ଆମେରିକା ଶ୍ରମବଳରେ ବୈଷୟିକ, ଇଞ୍ଜିନିଅରିଂ ଓ ମେଡିକାଲ କ୍ଷେତ୍ରରେ ଥିବା ବିଶେଷ ଦକ୍ଷତା...