Skip to main content

Posts

Showing posts with the label Reappointment of Justices Supreme Court Law Commissio India Odia

ବିଚାରପତିଙ୍କ ପୁନଃନିଯୁକ୍ତି ବିତର୍କ

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅବଦୁଲ ନାଜିରଙ୍କ ନିଯୁକ୍ତି ଘୋଷଣା ହେବା ଏବେ ବିତର୍କର ବିଷୟ ହୋଇଛି । ସମ୍ୱେଦନଶୀଳ ବାବରି ମସଜିଦ-ଶ୍ରୀରାମ ଜନ୍ମଭୂମି ବିବାଦ ମାମଲା ଓ ବିମୁଦ୍ରାକରଣ ନିଷ୍ପତ୍ତିର ବୈଧତା ଉପରେ ମୋହର ମାରି ନିର୍ଣ୍ଣୟ ଦେଇଥିବା ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଅବଦୁଲ ନଜିର ଜାନୁଆରି ୪, ୨୦୨୩ରେ ଅବସର ଗ୍ରହଣ କରିବା ପରେ ମାତ୍ର ୪୦ ଦିନ ମଧ୍ୟରେ ତାଙ୍କ ନାମ ରାଜ୍ୟପାଳ ରୂପେ ଘୋଷଣା ହେବା ସମାଲୋଚନାର କାରଣ ହୋଇଛି । ପ୍ରାକ୍ତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ରାଜ୍ୟସଭାର ସାଂସଦ ଭାବେ ମନୋନୀତ ହେବା ପରେ ଜଷ୍ଟିସ ନଜିରଙ୍କ ନିଯୁକ୍ତି ଘୋଷଣା ଦ୍ୱାରା ‘ନ୍ୟାୟପାଳିକାର ସ୍ୱାଧୀନତା’ ପ୍ରତି ବିପଦ ଘନଉଥିବା କୁହାଯାଉଛି । ତେଣୁ ବିଚାରପତି ପୁନଃନିଯୁକ୍ତି ପ୍ରସଙ୍ଗଟିର ବିଭିନ୍ନ ଦିଗ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି ।  ଅବସର ଗ୍ରହଣ ପରେ ଜଣେ ବିଚାରପତିଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଗଲେ ନ୍ୟାୟପାଳିକାର ସ୍ୱାଧୀନତା ବାଧାପ୍ରାପ୍ତ ହୋଇଥାଏ ବୋଲି ସମାଲୋଚନା ହୋଇଥାଏ । ସାମ୍ୱିଧାନିକ ଶାସନ ବ୍ୟବସ୍ଥାର ସମଗ୍ର ଢାଞ୍ଚା କ୍ଷମତାର ବିଭାଜନ ଉପରେ ତିଷ୍ଠି ରହିଛି । ତଦନୁଯାୟୀ ନ୍ୟାୟପାଳିକା ସମ୍ୱିଧାନର ତର୍ଜମା କରି ଏହାକୁ ସୁରକ୍ଷା ପ୍ରଦାନ କରିବା ସହ କାର୍ଯ୍ୟପାଳିକା ଓ ବିଧାନମଣ୍ଡଳର ମନୋମୁଖୀ, ମାତ୍ରାଧିକ, ଅସାମ୍ୱିଧାନିକ ଓ ବେଆଇନ ...