Skip to main content

Posts

Showing posts with the label Taliban

ତାଲିବାନ, ଆଫଗାନିସ୍ତାନ ଓ ଭାରତ

ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ଲକ୍ଷ୍ୟ ନେଇ ଫେବୃଆରୀ ୨୯, ୨୦୨୦ରେ ଆମେରିକା ଓ ତାଲିବାନ ମଧ୍ୟରେ ଦୋହାଠାରେ ହୋଇଥିବା ଚୁକ୍ତି ଅନୁସାରେ ଆଫଗାନିସ୍ତାନରୁ ସେପ୍ଟେମ୍ୱର ୧୧, ୨୦୨୧ ସୁଦ୍ଧା ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବ ବୋଲି ରାଷ୍ଟ୍ରପତି ବାଇଡେନ ଘୋଷଣା କଲେ । ଏହା ପରେ ତାଲିବାନ ଅଧିକ ଆକ୍ରମଣାତ୍ମକ ହୋଇ ଜିଲ୍ଲା ପରେ ଜିଲ୍ଲା ଦଖଲ କରି ପ୍ରଭାବ କ୍ଷେତ୍ର ବିସ୍ତାର କରିଚାଲିଛି । ତେଣୁ ଆଫଗାନିସ୍ତାନରେ ସଂଘର୍ଷ ଲାଗି ରହି ସ୍ଥିତି ଆହୁରି ଭୟାବହ ହୋଇଉଠିଛି । ତାଲିବାନର ପୁନରୁତ୍ଥାନ ଦ୍ୱାରା ଅନେକ ପଡୋଶୀ ରାଷ୍ଟ୍ର ମଧ୍ୟ ପ୍ରଭାବିତ ହୋଇପାରନ୍ତି । ଭାରତ ଉପରେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ କି ଭଳି ପଡିପାରେ, ତାହା ଏବେ ଚିନ୍ତାର ବିଷୟ ହୋଇଛି । ଆଫଗାନିସ୍ତାନ ଏକ ସ୍ଥଳାବଦ୍ଧ ଦେଶ । ଏହାର ସୀମାବର୍ତ୍ତୀ ୬ଟି ଦେଶ ମଧ୍ୟରୁ ଦକ୍ଷିଣ ଓ ପୂର୍ବରେ ପାକିସ୍ତାନ, ଉତ୍ତର-ପୂର୍ବରେ ଚୀନ, ଉତ୍ତରରେ ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଓ ପଶ୍ଚିମରେ ଇରାନ ଅବସ୍ଥିତ । ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନର ପ୍ରାୟ ତିନି-ଚତୁର୍ଥାଂଶ ଅଞ୍ଚଳ ତାଲିବାନ ନିୟନ୍ତ୍ରଣରେ ଥିଲା । ୨୦୦୧ରେ ଆମେରିକା ଯୁଦ୍ଧ ଆରମ୍ଭ କରିବା ପରେ କ୍ରମଶଃ ତାଲିବାନର ପ୍ରଭାବ କ୍ଷେତ୍ର ତା’ର ପାରମ୍ପରିକ ଦକ୍ଷିଣ ଓ ପୂର୍ବ ଆଫଗାନିସ୍ତାନକୁ ସଙ୍କୁଚିତ ହୋଇଗଲା । ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷ ଧରି ଯୁଦ୍...