Skip to main content

Posts

Showing posts with the label Absolute Majority Changing of Constitution India Odia

ସମ୍ୱିଧାନ ବଦଳିବାର ଭୟ !

ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତି  ‘ଏଇ ଥର, ଚାରିଶହ ପାର’ ପରିପ୍ରେକ୍ଷୀରେ ବିଶ୍ଳେଷକମାନେ ତହିଁର ନିହିତାର୍ଥ ବୁଝିବା ଲାଗି ଭିନ୍ନ ଭିନ୍ନ ପ୍ରକାରେ ତର୍ଜମା କରୁଛନ୍ତି । ଏହା ହୁଏତ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଆତ୍ମବିଶ୍ୱାସର ସଂକେତ ହୋଇପାରେ ବା ଦଳୀୟ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ଏହା ଏକ ଉଦ୍ୟମ ମଧ୍ୟ ହୋଇପାରେ ନା ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ! ଦେଶରେ ଦରବୃଦ୍ଧି, ବେକାରୀ ଭଳି ଉତ୍କଟ ସମସ୍ୟାଗୁଡ଼ିକ କାରଣରୁ ଜନତାଙ୍କ ରୋଷ ବୃଦ୍ଧି ପାଇଥିବାରୁ ୪୦୦ରୁ ଅଧିକ ଆସନ ସହଜସାଧ୍ୟ ହୋଇ ନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦଘୋଷଣା ପଛରେ ଆଉ କିଛି ଅଭିସନ୍ଧି ଥାଇପାରେ ବୋଲି ବିରୋଧୀ ପକ୍ଷଙ୍କ ଅନୁମାନ । ସେମାନେ କହନ୍ତି ଯେ ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ୪୦୦ରୁ ଅଧିକ ଆସନ ଅର୍ଥାତ୍ ସମ୍ପୂର୍ଣ୍ଣ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଭ କରି ସମ୍ୱିଧାନକୁ ବଦଳାଇବା ଲାଗି ସରକାର ଉଦ୍ୟମ କରିବେ । ତେଣୁ ଏ ସଂଦର୍ଭରେ ଏକ ଆଲୋଚନା କରାଯିବା ଉଚିତ ।  ବିଜେପିର ୪୦୦ ପାର ସ୍ଳୋଗାନ ବିରୋଧୀ ଦଳଗୁଡ଼ିକ ହାତରେ ସତେ ଯେମିତି ଅସ୍ତ୍ରଟିଏ ଧରାଇଦେଇଛି । ‘ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜେପି ସମ୍ୱିଧାନକୁ ବଦଳାଇ ସମାଜର ଦଳିତ, ପଛୁଆ ତଥା ବଞ୍ଚିତ ବର୍ଗର ଲୋକଙ୍କ ଅଧିକାରକୁ ସେମାନଙ୍କଠାରୁ ଛଡ଼ାଇ ନେବାକୁ ଚାହୁଁଛି କି ?’ ଏଭଳି ବଖାଣଟିଏ ଏବେ ପ୍ରସାରିତ ହେବାରେ ଲାଗିଛି; ଯାହା ସେହି...