Skip to main content

Posts

Showing posts from July, 2026

ଇ-୨୦ ଓ ବିଶ୍ୱାସ ସଙ୍କଟ

ଭାରତ ସରକାରଙ୍କ ଅଧୀନସ୍ଥ ତୈଳ ବିତରଣ କମ୍ପାନି ଭାରତ ପେଟ୍ରୋଲିଅମ (ବିପିସିଏଲ୍)ର ଲୋଗୋ ହେଉଛି ‘ପିଓର ଫର ସିଓର’ ବା ‘ନିଶ୍ଚିତ ରୂପେ ଖାଣ୍ଟି’। ପାଣିମିଶା କ୍ଷୀରକୁ କ୍ଷୀରବାଲା ଖାଣ୍ଟି କ୍ଷୀର କହିବା ଯାହା, ଏଣିକି ଭାରତରେ ପେଟ୍ରୋଲକୁ ଖାଣ୍ଟି ପେଟ୍ରୋଲ ବୋଲି ଦାବି କରିବା ତାହା। ହୁଏତ ବିପିସିଏଲ୍ କମ୍ପାନିକୁ ଅଚିରେ ତା’ର ଲୋଗୋ ବଦଳାଇବାକୁ ପଡ଼ିପାରେ। କାରଣ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶରେ କୌଣସି ପେଟ୍ରୋଲ ପମ୍ପରେ ଆଉ ଖାଣ୍ଟି ପେଟ୍ରୋଲ ମିଳୁନାହି। ଏଣିକି ଅଳ୍ପ କେତେକ ସ୍ଥାନରେ ମିଳୁଥିବା ପ୍ରିମିଅମ ପେଟ୍ରୋଲକୁ ବାଦ୍ ଦେଇ ସର୍ବତ୍ର ବାଧ୍ୟତାମୂଳକ ଭାବେ କେବଳ ୨୦ ପ୍ରତିଶତ ଇଥାନଲ ମିଶା ଇ-୨୦ ପେଟ୍ରୋଲ ହିଁ ଉପଲବ୍ଧ, ଯାହାକୁ ଜଣେ କିଣିବାକୁ ବାଧ୍ୟ। ଏହାର ଅର୍ଥ ୫ ଲିଟର ପେଟ୍ରୋଲ କିଣିଲେ ଘୋଷିତ ରୂପେ ସେଥିରେ ଏକ ଲିଟର ଇଥାନଲ ନିଶ୍ଟିତ ମିଶାଯାଇଥିବ। ଏହି ପ୍ରସଙ୍ଗ ଜନସ୍ୱାର୍ଥ ସମ୍ୱଳିତ ହୋଇଥିବାରୁ ଇଥାନଲ ମିଶ୍ରଣର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣ ଅବଗତ ହେବା ଜରୁରି। ଜୀବଶ୍ମ ଇନ୍ଧନର ଭଣ୍ଡାର ହ୍ରାସ ପାଇବା, ଅଶୋଧିତ ତେଲ ଦରରେ ମାତ୍ରାଧିକ ଅସ୍ଥିରତା ଓ ପରିବେଶ ସଂକ୍ରାନ୍ତ କଡ଼ା ନିୟମ ଆଦି ଯୋଗୁଁ ସାରା ବିଶ୍ୱ ଏବେ ବିକଳ୍ପ ଇନ୍ଧନର ସନ୍ଧାନ ଲାଗି ବାଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ତେଲରେ ଇଥାନଲ ମିଶ୍ରଣ ଏକ ଗ୍ରହଣୀୟ ବିକଳ୍ପ ଭାବେ ଆଦୃତି ଲାଭ କରିଛି। ତେବେ ଇଥାନଲ ମିଶ୍ରଣ କ୍...

ରାମ ମନ୍ଦିର ଦାନ ଚୋରିରୁ ଶିକ୍ଷା

ଏବେ ସାମାଜିକ ଗଣମାଧ୍ୟମରେ ରାମ ମନ୍ଦିରରେ ଦାନ ଚୋରି ଘଟଣାକୁ ବ୍ୟଙ୍ଗ କରି ଏକ କାର୍ଟୁନ ପ୍ରସାରିତ ହେଉଛି, ଯହିଁରେ ଦର୍ଶାଯାଇଛି ଯେ ସୈନ୍ୟସାମନ୍ତ ଧରି ମନ୍ଦିର ଲୁଟ କରିବାକୁ ଆସିଥିବା ଜଣେ ବିଦେଶୀ ଆକ୍ରମଣକାରୀ ତାଙ୍କ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ କହୁଛନ୍ତି, ‘ଫେରିଚାଲ, ଏଥର ସେମାନେ ନିଜେ ମନ୍ଦିର ଲୁଟ କରିସାରିଛନ୍ତି।‘  ସମ୍ପ୍ରତି ଅଯୋଧ୍ୟାର ରାମଲଲା ମନ୍ଦିରରୁ ଦାନ ଚୋରିର ଅନୁସନ୍ଧାନ ଚାଲିଥିବା ବେଳେ ବଦ୍ରୀନାଥ ଓ କେଦାରନାଥ ମନ୍ଦିରରୁ ମଧ୍ୟ ଦାନଚୋରିର ଅନୁରୂପ ଅଭିଯୋଗ ଆସିଲାଣି। ନିୟମିତ ଅନ୍ତରାଳରେ ବଡ଼ ବଡ଼ ମନ୍ଦିରରୁ ଦାନ ଅର୍ଥ, ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରିର ଅଭିଯୋଗମାନ ଆସିଲାଣି। ଅତି ପ୍ରସିଦ୍ଧ ମନ୍ଦିରମାନଙ୍କରେ ଘଟୁଥିବା ଏଭଳି ଘଟଣା ବାସ୍ତବିକ ଉଦବେଗଜନକ। ତେବେ ଏହାର ଏକ ବଡ଼ କାରଣ ହେଉଛି ଅନେକ ମନ୍ଦିରରେ ଏବେ ମଧ୍ୟ ଦାନ ଅର୍ଥ ସଂଗ୍ରହ ଓ ପାଣ୍ଠି ପରିଚାଳନା ସଂକ୍ରାନ୍ତୀୟ ‘ମାନକ ସଞ୍ଚାଳନ ପ୍ରଣାଳୀ’ (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର- ଏସ୍.ଓ.ପି.) ନାହିଁ। କହିବା ବାହୁଲ୍ୟ, ଏଭଳି ଘଟଣା ପୃଥିବୀ ସାରା କୋଟ କୋଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମ୍ରିୟମାଣ କରିଛି। ପ୍ରଶ୍ନ ହେଉଛି ରାମ ମନ୍ଦିର ଦାନ ଚୋରି ମାମଲାରୁ ଶିକ୍ଷା ଗ୍ରହଣ କରି ମନ୍ଦିରଗୁଡ଼ିକର ଦାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିହେବ କି?  ଅଯୋଧ୍ୟା ବିବାଦରେ ରାମ ମନ୍ଦିର ନିର୍ମାଣ ନେଇ...