Skip to main content

Posts

Showing posts with the label Border Dispute

ଭାରତ-ନେପାଳ ସମ୍ପର୍କରେ ତିକ୍ତତାର ନୂଆ ଫର୍ଦ୍ଦ

ନେପାଳ ସଂସଦର ଉଭୟ ସଦନରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏକ ନୂତନ ପ୍ରଶାସନିକ ମାନଚିତ୍ର ଗୃହୀତ ହୋଇ ସେଠାକାର ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଭାରତ ଓ ନେପାଳ ମଧ୍ୟରେ ଏକ ନୂଆ ‘ମାନଚିତ୍ର ଯୁଦ୍ଧ’ ଆରମ୍ଭ ହେବାକୁ ଯାଉଥିବା ସହ ଉଭୟ ଦେଶ ମଧ୍ୟରେ ବିଶ୍ୱାସ-ନିଅ ଣ୍ଟ  (ଟ୍ରଷ୍ଟ ଡେଫିସିଟ) ଦେଖାଦେଇ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା  ହେଉଛି  । ଫଳସ୍ୱରୂପ, ଭାରତ ଦଖଲରେ ଥିବା କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଅ ଞ୍ଚ ଳ ତିନୋଟି ସମେତ ୩୩୫ ବର୍ଗ କିଲୋମିଟର ପରିମିତ ଅ ଞ୍ଚ ଳକୁ ନେପାଳ ନିଜର ବୋଲି ଘୋଷଣା କରି ସମଗ୍ର ଅ ଞ୍ଚ ଳକୁ ବିବାଦିତ କରି ଦେଇଛି । ନେପାଳର ଏହି ପଦକ୍ଷେପରେ ଭାରତ କ୍ଷୁବ୍ଧ ହୋଇ ନିଜ ଆପ ତ୍ତି  ଜଣାଇବା ସହ ଏହାକୁ ଏକ ‘କୃତ୍ରିମ ବିସ୍ତାର’ ବୋଲି ଅଭିହିତ କରିଛି । ଭୌଗୋଳିକ, ସାଂସ୍କୃତିକ, ଧାର୍ମିକ, ଐତିହାସିକ ଆଦି ବିଭିନ୍ନ କାରଣରୁ ଭାରତ ସହ ନେପାଳର ସମ୍ପର୍କ ଅତି ନିବିଡ । ତେବେ ଭାରତର ସ୍ୱାଧୀନତା ପରେ ନେପାଳ ସହ ସମ୍ପର୍କରେ ସେହି ନିବିଡତା ଓ ଆକର୍ଷଣ ଶିଥିଳ ହୋଇ କ୍ରମଶଃ ତାହା ତିକ୍ତତା ଆଡକୁ ମୁହାଁଇବାର କାରଣ ଜାଣିବାକୁ ହେଲେ ଏହାର ବିଗତ ସାତ ଦଶନ୍ଧିର ଐତିହାସିକ ପୃଷ୍ଠଭୂମିକୁ ବୁଝିବାକୁ ହେବ । ତତକାଳୀନ ନେପାଳର ରାଣାଙ୍କ ଆଗ୍ରହ କ୍ରମେ ଭାରତ ଓ ନେପାଳ ମଧ୍ୟରେ କାଠମାଣ୍ଡୁଠାରେ ଜୁଲାଇ ୩୧, ୧୯୫୦ରେ ଏକ ‘ଶାନ୍ତି ଓ ମୈତ୍ରୀ ଚୁ...