ପୁଲ ଓ୍ଵା ମା ଆତଙ୍କବାଦୀ ଆକ୍ରମଣ ପରେ ତତକାଳୀନ କେନ୍ଦ୍ର ଜଳ ସମ୍ବଳ ଓ ନଦୀ ବିକାଶ ମନ୍ତ୍ରୀ ନୀତିନ ଗଡକରି ଯେତେବେଳେ ଦମ୍ଭୋକ୍ତି କଲେ ଯେ ପାକିସ୍ତାନକୁ ଆଉ ଆଦୌ ଉଦବୃ ତ୍ତ ନଦୀ ଜଳ ଛଡାଯିବ ନାହିଁ, ମନେ ହେଲା ସତେ ଯେମିତି ସରକାର ଜଳ ନିୟନ୍ତ୍ରଣ ମାଧ୍ୟମରେ ପାକିସ୍ତାନକୁ ସାବାଡ କରିବା ପାଇଁ କିଛି ନୂଆ ନିଷ୍ପ ତ୍ତି ଗ୍ରହଣ କଲେ । ଏହାଦ୍ୱାରା ବୋଧେ ଭାରତଠାରୁ ପାଣି ନ ପାଇ ସିନ୍ଧୁ ନଦୀ ଶୁଖିଯିବ ଆଉ ପାଣି ପାଇଁ ପାକିସ୍ତାନର ଲୋକେ ଡହଳ ବିକଳ ହୋଇ ପାନେ ପାଇବେ ବୋଲି ଅନେକଙ୍କ ଧାରଣା ସୃଷ୍ଟି ହେଲା । ବାସ୍ତବତା ହେଉଛି, ଏ ନିଷ୍ପ ତ୍ତି ଆଦୌ ନୂଆ ନୁହେଁ, ବରଂ ବହୁ ପୂର୍ବରୁୁ ଏ ସମସ୍ତ ନିଷ୍ପ ତ୍ତି ନିଆଯାଇ ସେଗୁଡିକୁ କାର୍ଯ୍ୟକା ରୀ କରିବା ପାଇଁ ଖସଡା ପ୍ରସ୍ତୁତ ହୋଇ ସାରିଥିଲା । ସେଗୁଡିକୁ ଦୋହରାଇ ସରକାର ପାକିସ୍ତାନ ବିରୁଦ୍ଧରେ କଡା ପଦକ୍ଷେପ ନେଉଥିବାର ପ୍ରତ୍ୟୟ ସୃଷ୍ଟି କରି ଜନ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଏକ ଉଦ୍ୟମ କରିଛନ୍ତି ଯାହା । ପ୍ରତ୍ୟୁତ୍ତରରେ ପାକିସ୍ତାନ ‘ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଭାରତ ତା ଭାଗର ପାଣି ଯେମିତି ଇଚ୍ଛା ବ୍ୟବହାର କରିବାକୁ ଚାହୁଁଛି କରୁ, ସେଥିରେ ଆମର ଚିନ୍ତା ବା ବିରୋଧ କରିବାର କିଛି ନାହିଁ’ ବୋଲି କହି ଏ ନିଷ୍ପ ତ୍ତି ର ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେଠାକାର ଲୋକଙ୍କ ମଧ୍ୟରେ ପ୍ରତ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା...