Skip to main content

Posts

Showing posts from 2016

କ୍ୟୁବାର ଅନନ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା

ଓଡିଶାର ଦୁର୍ଗମ ଅଞ୍ଚଳମାନଙ୍କରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ପ୍ରତ୍ୟହ ଗୁଣିଆ ଦ୍ୱାରା ଚିକିତ୍ସା, ଚେଙ୍କଦିଆ, ଆଦି ଘଟଣା ସାମନାକୁ ଆସୁଛି । ତାହାର ଏକ ପ୍ରମୁଖ କାରଣ, ସେ ସବୁ ଅଞ୍ଚଳରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବେ ବି ଅପହଞ୍ଚ । ଏକେ ତ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ଅଭାବ, ତା' ଛଡା ଡାକ୍ତରଙ୍କ ସଂଖ୍ୟା ବଢିଗଲେ ଯେ ସେମାନେ ସେ ସବୁ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଗ୍ରହ ଦେଖାଇବେ, ତା'ର କିଛି ମାନେ ନାହିଁ । ତେଣୁ ସେ ସବୁ ଅଞ୍ଚଳ ସବୁବେଳେ ଯେଉଁ ତିମିରେକୁ ସେହି ତିମିରେ । ଏହି ପରିପ୍ରେକ୍ଷୀରେ କ୍ୟୁବା ଭଳି ଏକ ଛୋଟ ଦେଶ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ଆଶାତୀତ ସଫଳତା ହାସଲ କରିଛି, ତାହା ଅନୁଶୀଳନ କରି ସେଥିରୁ କିଛିଟା ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲାଗୁ କରାଗଲେ ହୁଏତ ସ୍ଥିତିରେ ପରିବର୍ତ୍ତନ ଆସିପାରନ୍ତା । କ୍ୟୁବା ଲାଟିନ ଆମେରିକା ସନ୍ନିକଟସ୍ଥ କାରିବୀୟ ସାଗରରେ ଅବସ୍ଥିତ ଏକ ଦ୍ୱୀପପୁଞ୍ଜ । ଆୟତନରେ ଓଡିଶାଠାରୁ ଛୋଟ ଏହି ଦେଶଟିର ଲୋକସଂଖ୍ୟା ୧.୧୨ କୋଟି । ୧୮୯୮ ପର୍ଯ୍ୟନ୍ତ ଏହା ସ୍ପେନ ଶାସନାଧୀନ ଏକ ଉପନିବେଶ ଥିଲା । ପରେ ଏହା ଆମେରିକା ଅଧୀନକୁ ଆସି ୧୯୦୨ରେ ସ୍ୱାଧୀନତା ହାସଲ କଲା । ୧୯୫୯ ମସିହାରେ ସଂଘଟିତ ବିପ୍ଳବରେ ଏକଚ୍ଛତ୍ରବାଦୀ ଶାସକ ବାତିସ୍ତା ଗାଦିଚ୍ୟୁତ ହେଲା ପରେ ଶାସନଭାର ବିପ୍ଳବର ନେତୃତ୍ୱ ନେଉଥିବା ଫିଡେଲ କାଷ୍ଟ୍ରୋଙ୍କ ହାତକୁ ଆସିଲା । ତା