Skip to main content

Posts

Showing posts with the label Kashmir

ଧାରା ୩୭୦ ଉଚ୍ଛେଦର ନ୍ୟାୟିକ ଦିଗ

କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ହେଲା ପରେ ଏହାକୁ ଭାରତର ମୁଖ୍ୟ ଭୂଖଣ୍ଡରେ ସ୍ୱାଗତ କରାଯାଇଥିବା ବେଳେ କାଶ୍ମୀର ଘାଟିରେ ସ୍ଥିତି ବିପରୀତ । ତେବେ କାଶ୍ମୀରର ଲୋକଙ୍କୁ ବିଶ୍ୱାସକୁ ନ ନେଇ ବା ସେମାନଙ୍କ ସହ ବିଚାର ବିମର୍ଶ ନ କରି ଯେଉଁ ଭଳି ଢଙ୍ଗରେ ଏହି ଧାରାଟିକୁ ଉଚ୍ଛେଦ କରାଗଲା ଓ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅ ଞ୍ଚ ଳ କରି ଦିଆଗଲା, ତାକୁ ଅନେକେ ଆଇନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ବୋଲି କହିଛନ୍ତିି । ଇତି ମଧ୍ୟରେ ରାଷ୍ଟ୍ରପତିଙ୍କ ଆଦେଶକୁ ଅସାମ୍ବିଧାନିକ, ଅବୈଧ ଓ ମନୋମୁଖୀ ବୋଲି ଦର୍ଶାଇ ନେସନାଲ କନଫରେନ୍ସ ଦଳ ସମେତ ଏକାଧିକ ବ୍ୟକ୍ତି ବିଶେଷ ସୁପ୍ରିମ କୋର୍ଟରେ ଭିନ୍ନ ଭିନ୍ନ ମାମଲା ଦାୟର କରି ସାରିଲେଣି । ଧାରାଟିର ଉଚ୍ଛେଦ ପ୍ରକ୍ରିୟା ଉପରେ ନ୍ୟାୟିକ ଦିଗରୁ ଆଇନଜ୍ଞଙ୍କ ମଧ୍ୟରେ ମତୈକ୍ୟ ନଥିବା ବେଳେ ରାମ ଜେଠମାଲାନୀ, ଏ ଜି ନୁରାନୀ, ହରିଶ ସାଲଭେଙ୍କ ଭଳି ବିଶିଷ୍ଟ ଆଇନଜ୍ଞମାନେ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସାରିଲେଣି । ଏହି ଧାରା ଉଚ୍ଛେଦର ଯେଉଁ ଦିଗଗୁଡିକ ନ୍ୟାୟିକ ଯା ଞ୍ଚ ର ପରିସରଭୁକ୍ତ ହୋଇପାରେ, ସେଗୁଡିକୁ ଆଲୋଚନା କରାଯାଉ । ଭାରତରେ ମିଶ୍ରଣ ସମୟରେ  ଦେଶୀୟ  ରାଜ୍ୟଗୁଡିକୁୁ ଭାରତୀୟ ସମ୍ବିଧାନ ପ୍ରଣୟନ ସଭାକୁ ନିଜ ପ୍ରତିନିଧି ପଠାଇବା ପାଇଁ ଅନୁରୋଧ କରାଯ...