Skip to main content

Posts

Showing posts from July, 2023

କାହିଁ ଗଲେ ‘ବଳରାମ’ ଏ ଘନ କାଳରେ !

ଜୁଲାଇ ୭ ତାରିଖ ରାଜ୍ୟ ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀ ଟୁଇଟ୍ ମାଧ୍ୟମରେ ଲେଖିଲେ, “ବଳରାମ ଯୋଜନାରେ ଋଣ ମଞ୍ଜୁରିରେ ଅବହେଳା ଯୋଗୁଁ ଆମେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପୁରୁଷୋତ୍ତମପୁର ମୌଜାସ୍ଥିତ ଶାଖାକୁ ସିଲ୍ କରିଦେଇଛୁ” । ଏହି ଟୁଇଟ ଅଚିରେ ଭାଇରାଲ୍ ହୋଇଗଲା ଓ ତାକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟାମାନ ପ୍ରକାଶ ପାଇବାକୁ ଲାଗିଲା । ବ୍ୟାଙ୍କ ଶାଖାକୁ ସିଲ୍ କରିବା ତାଙ୍କର କ୍ଷମତା ପରିସରଭୁକ୍ତ କି ନୁହେଁ ତାହା ଭିନ୍ନ ପ୍ରସଙ୍ଗ ହୋଇପାରେ, ତେବେ ବ୍ୟାଙ୍କ ଶାଖାକୁ ସିଲ୍ କରି ‘ବଳରାମ’ ଯୋଜନାରେ ବ୍ୟାଙ୍କ ଋଣ ପ୍ରଦାନକୁ ଗତି  ପ୍ରଦାନ କରିବା ଯେ ଅସମ୍ଭବ ତାହା ସୁନିଶ୍ଚିତ । ତେବେ ରାଜ୍ୟରେ ବଳରାମ ଯୋଜନାରେ ଋଣ ପ୍ରଦାନ ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ କୁଣ୍ଠିତ ହେବାର କାରଣଗୁଡ଼ିକୁ ଅନୁଧ୍ୟାନ କରି ସେଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରାଗଲେ ହୁଏତ ଯୋଜନାର ଆଶାନୁରୂପ ଅଗ୍ରଗତି ହୋଇପାରନ୍ତା । ରାଜ୍ୟ ସରକାରଙ୍କ କୃଷି ଗଣନା ୨୦୧୫-୧୬ର ଆକଳନ ଅନୁଯାୟୀ ରାଜ୍ୟରେ ୪୮.୬୬ ଲକ୍ଷ କାର୍ଯ୍ୟକାରୀ ଚାଷଜୋତ (ଆଗ୍ରିକଲଚରାଲ ହୋଲଡିଂ) ଅଛି । ସେଥିମଧ୍ୟରୁ ୯.୦୫ ଲକ୍ଷ ଚାଷଜୋତକୁ ଭାଗଚାଷୀଙ୍କୁ ଭାଗ, ବଖରା ବା ସଞ୍ଜା (ଲିଜ୍) ଆକାରରେ ଦିଆଯାଇଛି । ଏଥିମଧ୍ୟରୁ ୨.୮୩ ଲକ୍ଷ ଚାଷଜୋତକୁ ସମ୍ପୂର୍ଣ୍ଣ ଭାବେ ବଖରା ଦିଆଯାଇଥିବା ବେଳେ ୬.୨୨ ଲକ୍ଷ ଚାଷଜୋତକୁ ଆଂଶିକ ଭାବେ ବଖରା ଦିଆଯାଇଛି । ଅର୍ଥାତ୍,