Skip to main content

Posts

Showing posts from March, 2020

ବିଶ୍ୱ ନାଟ୍ୟ ଦିବସ ଓ ପାକିସ୍ତାନୀ ନାଟ୍ୟକାର ସାହିଦ ନଦିମ

ମନୋରଞ୍ଜନ କ୍ଷେତ୍ରରେ ନାଟକ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଓ ମାନବ ଜୀବନରେ ତାହା ଯେଉଁ ପରିବ ର୍ତ୍ତ ନ ଆଣିବାକୁ ସକ୍ଷମ ହୋଇଥାଏ ସେ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୬୧ ମସିହାରୁ ଷାଠିଏ ବର୍ଷ ଧରି ଇ ଣ୍ଟ ରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୨୭  ତାରିଖଟି  ବିଶ୍ୱ ନାଟ୍ୟ ଦିବସ ରୂପେ ପାଳିତ ହୋଇଆସୁଛି । ଏହି ଅବସରରେ ବିଶ୍ୱର ଜଣେ ନିର୍ବାଚିତ  ସ୍ଵନାମଧନ୍ୟ  ନାଟ୍ୟକାର ବା ନାଟ୍ୟ ବ୍ୟକ୍ତିତ୍ୱଙ୍କଠାରୁ ବା ର୍ତ୍ତା  ସଂଗୃହୀତ ହୋଇଥାଏ ଯେଉଁଥିରେ ନାଟକ ଓ ତାର ଭବିଷ୍ୟତକୁ ନେଇ ସେ ନିଜର ଦୃଷ୍ଟିଭଙ୍ଗୀ ରଖିଥାନ୍ତି । ପ୍ରଦ ତ୍ତ  ବା ର୍ତ୍ତା ଟି ୫୦ଟିରୁ ଊର୍ଦ୍ଧ୍ୱ ଭାଷାରେ ଅନୁଦିତ ହୋଇ ସେହି ବର୍ଷର ବିଶ୍ୱ ନାଟ୍ୟ ଦିବସର ବା ର୍ତ୍ତା  ରୂପେ ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଥାଏ । ୧୯୬୨ରେ ପ୍ରସାରିତ ପ୍ରଥମ ବା ର୍ତ୍ତା ଟି ପ୍ରଦାନ କରିଥିଲେ ଫରାସୀ ନାଟ୍ୟକାର ଜଁ କୁକତୁ । ୨୦୦୨ ମସିହା ବିଶ୍ୱ ନାଟ୍ୟ ଦିବସ ଅବସରରେ ପ୍ରଖ୍ୟାତ ନାଟ୍ୟକାର ଗିରିଶ କନ୍ନଡଙ୍କ ପ୍ରଦ ତ୍ତ  ବା ର୍ତ୍ତା  ପ୍ରସାରିତ ହୋଇଥିଲା । ଏ ବର୍ଷ ପାଇଁ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ବା ର୍ତ୍ତା  ପ୍ରଦାନ କରିଛନ୍ତି ପ୍ରସିଦ୍ଧ ପାକିସ୍ତାନୀ ନାଟ୍ୟକାର ସାହିଦ ନଦିମ । ୧୯୪୭ରେ କାଶ୍ମୀରର ସୋପୋରଠାରେ ଜନ୍ମିତ ନଦିମ ପାକିସ୍ତାନର ‘ଆଜୋକା ଥିଏଟର’ର ମୁଖ୍ୟ । ଭାରତ ବିଭା

ବିନା ନେତାରେ ଆନ୍ଦୋଳନ

ଦିଲ୍ଲୀର ସାହୀନବାଗଠାରେ ହଜାର ହଜାର ସଂଖ୍ୟାରେ ମହିଳା ଦୀର୍ଘ ଦିନ ଧରି ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ଏହାର ପ୍ରଭାବରେ ଲ କ୍ଷ୍ନୌ , ଗୟା, ପାଟଣା, କୋଲକତା, ଚେନ୍ନାଇ ଭଳି ଦେଶର ଶହ ଶହ ସ୍ଥାନରେ ମଧ୍ୟ ମହିଳାମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିବାକୁ ଆଗେଇ ଆସିଥିଲେ । ଏହି ଆନ୍ଦୋଳନଗୁଡିକର ନେତୃତ୍ୱ ନିର୍ଦ୍ଦିଷ୍ଟ ଭାବେ କୌଣସି ରାଜନୈତିକ ଦଳ, ସଂଗଠନ ବା ବ୍ୟକ୍ତି ବିଶେଷ ନେଇନାହାନ୍ତି । ଏପରି ଆନ୍ଦୋଳନ ସରକାରଙ୍କ ଜନବିରୋଧୀ ଛବିକୁ ଉଦଭାସିତ କରି ଶାସକବର୍ଗଙ୍କୁ ଅସହଜ ସ୍ଥିତିରେ ପକାଇଛି । କିନ୍ତୁ ଆନ୍ଦୋଳନ ବିରୋଧୀଙ୍କ ମତ ଯେ ଏହା ପଛରେ କିଛି ରାଜନୈତିକ ଦଳ ଓ ଗୋଷ୍ଠୀଙ୍କ ପରୋକ୍ଷ ସମର୍ଥନ ନ ଥିଲେ ଏହା ଏପରି ବ୍ୟବସ୍ଥିତ ଢଙ୍ଗରେ ଚାଲିପାରନ୍ତା ନାହିଁ କି ପ୍ରଦର୍ଶନ ସ୍ଥଳରେ ପ୍ରଦର୍ଶନକାରୀଙ୍କୁ ବିରିଆନୀ ଖାଇବାକୁ ମିଳନ୍ତା ନାହିଁ । ଏ କଥା ସତ ଯେ ଅନେକ ସମୟରେ ରାଲି, ସଭା ବା ଆନ୍ଦୋଳନରେ ଭାଗ ନେବାକୁ ଲୋକ ଯୋଗାଡ କରିବା ପାଇଁ ଟଙ୍କା ଦେବାକୁ ପଡିଥାଏ । ତେଣୁ ଟଙ୍କା ଦେଇ ଲୋକ ସଂଗ୍ରହ କରୁଥିବାର ଅଭିଜ୍ଞତା ଥିବା କିଛି ନେତା ତ ବିନା ଟଙ୍କା କାରବାରରେ ପ୍ରତ୍ୟହ ଏତେ ସଂଖ୍ୟକ ଲୋକ ଏକଜୁଟ ହେଉଥିବା କଥାକୁ ଆଦୌ ବିଶ୍ୱାସ ବା ଗ୍ରହଣ କରି ପ

ଆମେ କାଗଜ ଦେଖାଇବୁନି

ସିଏଏ, ଏନପିଆର ଓ ଏନଆରସିକୁ ନେଇ ସାରା ଦେଶରେ ଏବେ ଅଶାନ୍ତି ଲାଗି ରହିଥିବା ବେଳେ ‘ହମ କାଗଜ ନହିଁ ଦିଖାଏଙ୍ଗେ’ (ଆମେ କାଗଜ ଦେଖାଇବୁନି) ନାମକ ଏକ ଶକ୍ତିଶାଳୀ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିବା ସରକାରଙ୍କ ପାଇଁ ନୂଆ ଆହ୍ୱାନ ସୃଷ୍ଟି କଲାଣି । ଏହା ଏକ ପ୍ରକାର ମହାତ୍ମା ଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହୋଇ ସରକାରଙ୍କ ଦ୍ୱାରା ପ୍ରଣୀତ ସିଏଏ ତଥା ପ୍ରସ୍ତାବିତ ଏନପିଆର ଓ ଏନଆରସିକୁ ଶାନ୍ତିପୂର୍ଣ୍ଣ ଭାବେ ଅମାନ୍ୟ କରିବା ଲାଗି ଜନ ସାଧାରଣଙ୍କୁ ଖୋଲା ଆହ୍ୱାନ । ଇତି ମଧ୍ୟରେ ‘ଆମେ କାଗଜ ଦେଖାଇବୁନି’ ଆନ୍ଦୋଳନ ‘ଆମେ ଭାରତବାସୀ’ ନାମକ ସ ଙ୍ଗ ଠନ ଜରିଆରେ ଦେଶର ୧୨୦ଟିରୁ ଅଧିକ ସ୍ଥାନକୁ  ବ୍ୟାପି ସାରିଲାଣି । ସିଏଏ ବିରୋଧୀ ପ୍ରତିବାଦ ସଭାମାନଙ୍କରେ ପ୍ରଥମେ ପାକିସ୍ତାନୀ କବି ଫୈଜ ଅହମଦ ଫୈଜଙ୍କର ବିପ୍ଳବୀ ଗୀତ ‘ହମ ଦେଖେଙ୍ଗେ’ ବହୁଳ ଭାବେ ଶୁଣିବାକୁ ମିଳୁଥିଲା । ଏହା ଭାରତ ବିରୋଧୀ ଓ ହିନ୍ଦୁ ବିରୋଧୀ ବୋଲି ନିନ୍ଦୁକମାନେ ଆରୋପ କରିବାକୁ ଲାଗିଲେ । ଠିକ ଏତିକି ବେଳେ ଡିସେମ୍ବର ୨୧, ୨୦୧୯ରେ ଷ୍ଟାଣ୍ଡ ଅପ କମେଡିଆନ ବରୁଣ ଗ୍ରୋଭରଙ୍କର ସିଏଏ, ଏନପିଆର ଓ ଏନଆରସି ବିରୁଦ୍ଧରେ ଏକ କବିତା ‘ହମ କାଗଜ ନହିଁ ଦିଖାଏଙ୍ଗେ’ ୟୁ-ଟ୍ୟୁବରେ ଆତ୍ମପ୍ରକାଶ କରି ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ଛୁଇଁଲା ଓ ତାହା ବିଜୁଳି ବେଗରେ ଭାଇରାଲ ହେବାକୁ ଲାଗିଲା । ସେହି କବିତାର ଓଡିଆ ଅନୁବାଦ କି

କାଶ୍ମୀର ସମ୍ମିଶ୍ରଣରେ ବାୟୁସେନାର ଭୂମିକା

ସାହସ ଓ କୌଶଳ ପ୍ରଦର୍ଶନ ପୂର୍ବକ ତାଙ୍କ ଡାକୋଟା ବିମାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଶିଖ ରେଜିମେ ଣ୍ଟ ର ସୈନ୍ୟମାନଙ୍କୁ ପ୍ରଥମେ ଶ୍ରୀନଗରରେ ପହ ଞ୍ଚା ଇ ଥିବାରୁ ତାହା ଶତୃ କବଳକୁ ଯାଇ ପାରି ନଥିଲା ଓ ଫଳସ୍ୱରୂପ କାଶ୍ମୀର ଭାରତର ଅଂଶବିଶେଷ ହୋଇ ପାରିଥିଲା ବୋଲି ଅନେକେ କହିଥାନ୍ତି । ଏପରିକି ଧାରା ୩୭୦ ଉଚ୍ଛେଦ ପାଇଁ ଲୋକସଭାରେ ହୋଇଥିବା ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ମଧ୍ୟ ସେହି କଥାକୁ ଦୋହରାଇ ଥିଲେ । ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ତାହାହେଲେ କଣ ସେତେବେଳେ ବାୟୁସେନା ନିକଟରେ ସୁଯୋଗ୍ୟ ପାଇଲଟ ଓ ବିମାନ ଅଭାବରୁ ତାହା ଏତେ ଦୁର୍ବଳ ଥିଲା ଯେ ଏହି ଧରଣର ଦୁଃସାହସିକ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସେମାନେ ଅସମର୍ଥ ଥିଲେ? ଉ ତ୍ତ ରଟି କିନ୍ତୁ ଠିକ ବିପରୀତ । ୧୯୪୭-୪୮ରେ ଭାରତ ପାକିସ୍ତାନ ମଧ୍ୟରେ ସଂଘଟିତ କାଶ୍ମୀର ଯୁଦ୍ଧର ଘଟଣା କ୍ରମ ସଂକ୍ରାନ୍ତୀୟ ତଥ୍ୟ ଓ ସାହିତ୍ୟକୁ ଅଧ୍ୟୟନ କଲେ ଜଣାପଡେ ଯେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ତ୍ୱରିତ ନିଷ୍ପ ତ୍ତି କୁ କାର୍ଯ୍ୟକାରୀ କରିବା ଲାଗି ବାୟୁସେନା ପ୍ରଦର୍ଶନ କରିଥିବା ତତ୍ପରତା ଓ ଶୌର୍ଯ୍ୟ ପାଇଁ ହିଁ କାଶ୍ମୀରର ଭାରତରେ ସମ୍ମିଶ୍ରଣକୁ କାର୍ଯ୍ୟକାରୀ କରିବା ସମ୍ଭବପର ହୋଇଥିଲା । କାଶ୍ମୀର ସମ୍ମିିଶ୍ରଣର ଘଟଣା କ୍ରମ ଓ ସେଥିରେ ଭାରତୀୟ ବାୟୁସେନାର ଭୂମିକାକୁ ଦର୍ଶାଇ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଭରତ କୁମାରଙ୍କ ର

ସମ୍ବିଧାନକୁ ସାକ୍ଷୀ ରଖି ଏକ ନିଆରା ବିବାହ

ଗତ ଗଣତନ୍ତ୍ର ଦିବସରେ ଭୁବନେଶ୍ୱରର ଏକ କଲ୍ୟାଣ ମଣ୍ଡପରେ ଦୁଇ ସମ୍ପନ୍ନ ପରିବାରର ଉଚ୍ଚଶିକ୍ଷିତ ବରକନ୍ୟା ମାନବବାଦୀ ଓ ହେତୁବାଦୀ ମତାଦର୍ଶରେ ଅଗ୍ନିକୁ ସାକ୍ଷୀ ରଖି ନୁହେଁ ବରଂ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ । ତାହା ଅନେକଙ୍କ ପାଇଁ ଉତ୍ସୁକତାର ବିଷୟ ହୋଇଥିଲେ ମଧ୍ୟ ସେଠାରେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଉପ ସ୍ଥି ତ ଥିବା ପ୍ରାୟ ସମସ୍ତେ ଏହି ନିଆରା ବିବାହର ଆନନ୍ଦ ନେବା ସହ ସେମାନଙ୍କ ଏହି ଉନ୍ନତ ଚିନ୍ତାଧାରା ପାଇଁ ସାଧୁବାଦ ଜଣାଇଥିଲେ । ସବୁଠାରୁ ବଡ କଥା ହେଲା ପାରମ୍ପରିକ ଭାବେ ବିବାହ କର୍ମକାଣ୍ଡ ସମ୍ପାଦନ ପାଇଁ କୌଣସି ପୁରୋହିତ ନଥିଲେ କି ମନ୍ତ୍ରୋଚ୍ଚାରଣ ହୋଇ ନଥିଲା । ଦୁଇ ଜଣ ବୟୋଜ୍ୟେଷ୍ଠ ହେତୁବାଦୀଙ୍କ ଦ୍ୱାରା ଉଭୟ ବର କନ୍ୟାଙ୍କୁ ସମ୍ବିଧାନକୁ ସାକ୍ଷୀ ରଖି ଏକ ଶପଥ ପାଠ କରାଯାଇଥିଲା, ଯାହାର ପ୍ରାରୂପ ଏହି ପ୍ରକାରେ- “ଆମେ ଆଜି ଗଣତନ୍ତ୍ର ଦିବସ ଆମର ବିବାହ ଉତ୍ସବ ଅବସରରେ ସମ୍ବିଧାନକୁ ଛୁଇଁ ଶପଥ କରୁଛୁ ଯେ ଆଜିଠାରୁ ପତି-ପତ୍ନୀ ଭାବରେ ଆମେ ଦାମ୍ପତ୍ୟ ଜୀବନ ଆରମ୍ଭ କରୁଛୁ । ଆମେ ଘୋଷଣା କରୁଛୁ ଯେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପରସ୍ପର ପ୍ରତି ଅନୁରକ୍ତ ଓ ବିଶ୍ୱସ୍ତ ରହି ପାରିବାରିକ ଓ ସାମାଜିକ ଜୀବନ ସୁଚାରୁ ରୂପେ ଅତିବାହିତ କରିବୁ । ଅମେ ଉଭୟେ ଉଭୟଙ୍କ ସ୍ୱାଧୀନତା ଓ ସ୍ୱତନ୍ତ୍ର ବ୍ୟକ୍ତିତ୍ୱକୁ ଯଥାରୀତି ସମ୍ମାନ ଦେଇ ଜୀବନସାଥୀ ଭାବେ ଜ

ଧାର୍ମିକ ଉତ୍ପୀଡନକୁ ଆଳ କରି

ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତକୁ ଚାଲି ଆସିଥିବା ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ଓ ପାର୍ସୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପାଇଁ ସମ୍ପ୍ରତି ପ୍ରଣୟନ ହୋଇଥିବା ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ଝଡର ମୁଖ୍ୟ କାରଣ ହେଉଛି ନାଗରିକତା ପ୍ରଦାନ କ୍ଷେତ୍ରରେ ‘ଧାର୍ମିକ ଉତ୍ପୀଡନ’କୁ ଆଳ କରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧର୍ମ ଭି ତ୍ତି ରେ ନାଗରିକତା ପ୍ରଦାନ କରିବା ପାଇଁ ଆଇନ ପ୍ରଣୀତ ହେବା । ତେବେ ସଂଶୋଧିତ ଆଇନରେ ‘ଧାର୍ମିକ ଉତ୍ପୀଡନ’ ଶବ୍ଦର କୌଣସି ଉଲ୍ଲେଖ ନାହିଁ । ସଂସଦରେ ନାଗରିକତା ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଗୃହମନ୍ତ୍ରୀ କହିଥିଲେ, ‘୧୯୪୭ରେ ବିଭାଜନ ସମୟରେ ପାକିସ୍ତାନରେ ଥିବା ୨୩ ପ୍ରତିଶତ ସଂଖ୍ୟାଲଘୁଙ୍କ ସଂଖ୍ୟା ହ୍ରାସ ପାଇ ବ ର୍ତ୍ତ ମାନ ୩.୭ ପ୍ରତିଶତରେ ପହ ଞ୍ଚି ଛି । ଏହାର ଅର୍ଥ ସେମାନଙ୍କୁ ମାରି ଦିଆଯାଇଛି, ବା ସେମାନେ ସେଠାରୁ ପଳାୟନ କରିଛନ୍ତି ବା ଜୋର ଜବରଦସ୍ତ ସେମାନଙ୍କୁ ଧର୍ମାନ୍ତରିତ କରାଯାଇଛି’ । ପରବ ର୍ତ୍ତୀ  ସମୟରେ ସେଠାରେ ହିନ୍ଦୁ ଲୋକଙ୍କ ସଂଖ୍ୟା ହ୍ରାସର କାରଣ ବଳପୂର୍ବକ ଧର୍ମାନ୍ତରଣ ବୋଲି କେହି କେହି କହୁଛନ୍ତି । ଏହି ପ୍ରସଙ୍ଗକୁ ଏପରି ଉତ୍‌ଥାପନ କରାଯାଉଛି ସତେ ଯେପରି ସେ ସବୁ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ପଳାୟନ କରୁଥିବା ସଂଖ୍ୟାଲଘୁଙ୍କର