Skip to main content

Posts

Showing posts with the label Tribal Religion India Census Odia

ଆଦିବାସୀ ଧର୍ମର ସ୍ୱାତନ୍ତ୍ର୍ୟ

ଫେବୃଆରୀ ୨୦୨୦ରେ ଆଦିବାସୀଙ୍କ ଧର୍ମକୁ ନେଇ ପରସ୍ପର ବିରୋଧୀ ଏପରି ଦୁଇଟି ଘଟଣା ଘଟିଲା, ଯାହାର ତରଙ୍ଗ ପ୍ରଭାବରେ ଆଗାମୀ ଦିନରେ ଆଦିବାସୀ ସମାଜରେ ଅସନ୍ତୋଷ ବୃଦ୍ଧିର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ଫେବୃଆରୀ ୧୮ ତାରିଖ ଦିନ ଦିଲ୍ଲୀଠାରେ ୧୯ଟି ରାଜ୍ୟର ଆଦିବାସୀ ସଙ୍ଗଠନଗୁଡିକର ଏକ ମିଳିତ ମଞ୍ଚ ଦ୍ୱାରା ହୋଇଥିବା ପ୍ରତିବାଦ ସଭାରେ ସେମାନେ ‘ହିନ୍ଦୁ’ ନୁହନ୍ତି ଓ ସେମାନଙ୍କର ଅଲଗା ଧର୍ମ ହୋଇଥିବାରୁ ୨୦୨୧ ମସିହା ଜନଗଣନାରେ ଆଦିବାସୀଙ୍କ ଧର୍ମ ଲାଗି ଏକ ଅଲଗା କୋଡର ପ୍ରାବଧାନ କରିବା ଲାଗି ଦାବି ଉପସ୍ଥାପିତ ହେଲା । ସେହି ମାସ ଆରଏସଏସର ମୁଖ୍ୟ ମୋହନ ଭାଗବତ ଜନଗଣନା ସମୟରେ ଯେପରି ଅଧିକ ସଂଖ୍ୟକ ଆଦିବାସୀ ନିଜ ଧର୍ମ ‘ହିନ୍ଦୁ’ ବୋଲି ଘୋଷଣା କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ତାଙ୍କ କର୍ମୀମାନଙ୍କୁ ଆହ୍ୱାନ ଦେଲେ । ଏପରି ଉକ୍ତି ସମ୍ୱିଧାନର ଧାରା ୧୪, ୧୬ ଓ ୨୩୫ର ବିରୁଦ୍ଧାଚରଣ କରୁଛି ବୋଲି କହି କିଛି ଆଦିବାସୀ ସଙ୍ଗଠନ ମତବ୍ୟକ୍ତ କରି ତା’ର ପ୍ରତିବାଦ କଲେ । ଇତିମଧ୍ୟରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ବିଭିନ୍ନ ପୂଜାସ୍ଥଳୀରୁ ମାଟି ସଂଗ୍ରହ ହେଉଥିବା କ୍ରମରେ ଝାରଖଣ୍ଡର ସାରନା ସ୍ଥଳୀଗୁଡିକରୁ ମାଟି ସଂଗ୍ରହକୁ ବିରୋଧ କରି ସେଠାରେ ଆଦିବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।  ତେବେ ନିଜ ଧର୍ମକୁ ଜାହିର କରି ଆଦିବାସୀଙ୍କ ମଧ୍ୟରେ ହଠାତ୍ ଦେଖା ଦେଇଥିବା ଏହି ପୁନରୁତ୍ଥାନର ଓ ହିନ୍...