ଧରି ନିଆଯାଉ ଶିଶୁଟିଏ ଓ ଗୋଟିଏ ପୋଷା କୁକୁର ନିଆଁ ଘେର ଭିତରେ ରହିଯାଇଛନ୍ତି ଓ ସେମାନଙ୍କ ଭିତରୁ କେବଳ ଜଣକୁ ବ ଞ୍ଚା ଇ ହେବ । କାହାକୁ ବ ଞ୍ଚା ଇବେ, ଅଧିକାଂଶ ଲୋକଙ୍କୁ ଏ ନେଇ ମୁହୂ ର୍ତ୍ତ ଟିଏ ମଧ୍ୟ ଭାବିବାକୁ ହେବନାହିଁ । ସ୍ୱାଭାବିକ ଭାବେ ଶିଶୁଟିକୁ ବ ଞ୍ଚା ଇବା ଅଧିକାଂଶଙ୍କର ପ୍ରାଥମିକତା ହେବ ଓ କୁକୁରକୁ ବ ଞ୍ଚା ଇବା କଥା ମନକୁ ଆସିବ ନାହିଁ । ଅଧିକନ୍ତୁ ନୈତିକ ଦୃଷ୍ଟିରୁ କାହାକୁ ବ ଞ୍ଚା ଇବା ଠିକ ହେବ ବୋଲି ଭାବିବାରେ କାଳ ବିଳମ୍ବ କରୁଥିିବା ଲୋକଟି ଯେ ସମାଜ ଦ୍ୱାରା ଭର୍ତ୍ସିତ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ମଣିଷର ଏ ଭଳି ଆଚରଣ ତାଠାରେ ସନ୍ନିହିତ ପ୍ରଜାତି-ବିଦ୍ୱେଷର ପରିପ୍ରକାଶ ମାତ୍ର । ମଣିଷର ବିଶ୍ୱାସ ଯେ ସେ ଜୀବଜଗତର ଶ୍ରେଷ୍ଠ ଜୀବ । ତେଣୁ ନୀତିଗତ ଭାବେ ତାର ଅଧିକାର ଓ ପ୍ରାପ୍ୟ ଅନ୍ୟ ଯେ କୌଣସି ଜୀବ ଅପେକ୍ଷା ନିଶ୍ଚିତ ଭାବେ ଅଧିକ ବୋଲି ତାର ବଦ୍ଧମୂଳ ଧାରଣା । ଆଉ ଏହି ଧାରଣାକୁ ହିଁ ‘ପ୍ରଜାତି ବୈଷମ୍ୟବାଦ’ ବା ‘ସ୍ପେସିସିଜମ’ କୁହାଯାଇଥାଏ । ମନସ୍ତ ତ୍ତ୍ଵ ବିଦ୍ ରିଚାର୍ଡ ରାଇଡରଙ୍କ ଦ୍ୱାରା ୧୯୭୩ ମସିହାରେ ସୃଷ୍ଟ ଏହି ଶବ୍ଦଟିକୁ ବ୍ୟାଖ୍ୟା କରି ସେ କହିଥିଲେ ଯେ ଅନ୍ୟ ଭେଦଭାବପୂର୍ଣ୍ଣ ଆଚରଣଗୁଡିକ ପରି ପ୍ରଜାତି ବୈଷମ୍ୟବାଦରେ ମଧ୍ୟ ପକ୍ଷପାତିତା କରୁଥିବା ଓ ପକ୍ଷପାତର ଶିକାର ହେଉଥିବା ଉଭୟଙ୍କ ମଧ୍ୟରେ ଥିବା ସମାନତାକୁ ଅଣଦେଖା କରାଯାଉଥିବା ବେଳେ ...