Skip to main content

Posts

Showing posts from September, 2019

ପିଓକେ ଦଖଲ କେତେ ସମ୍ଭବ?

ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ କାଶ୍ମୀର ସମସ୍ୟାକୁ ଅନ୍ତର୍ଜାତିକୀକରଣ କରିବା ପାଇଁ ପୂରା ମାତ୍ରାରେ ଚେଷ୍ଟା କରି ଏ ଯାଏଁ ସଫଳ ହୋଇପାରି ନାହିଁ । ଏ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ମଧ୍ୟରେ କୌଣସି ଆଲୋଚନା ପ୍ରସଙ୍ଗ ଉଠିଲେ ଭାରତ ଆତଙ୍କବାଦକୁ ମୁଖ୍ୟ ପ୍ରସଙ୍ଗ କରୁଥିଲା ବେଳେ ପାକିସ୍ତାନ ସବୁବେଳେ କାଶ୍ମୀର ପ୍ରସଙ୍ଗଟିକୁ ଆଗରେ ରଖି ଆସୁଥିଲା । ହେଲେ ଅଗଷ୍ଟ ୫ ପରଠାରୁ ଭାରତ ଆତଙ୍କବାଦ ପ୍ରସଙ୍ଗ ଅପେକ୍ଷା କାଶ୍ମୀର ପ୍ରସଙ୍ଗକୁ ଅଧିକ ଉଠାଉଛି । ଅର୍ଥାତ୍, ଉଭୟଙ୍କ ପାଇଁ କାଶ୍ମୀର ପ୍ରସଙ୍ଗ ଏବେ ମଝି ମ ଞ୍ଚ ରେ । ପାକିସ୍ତାନ ପାଇଁ ଭାରତ ଦ୍ୱାରା ଏକ ତରଫା ଭାବେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହୋଇଥିବା ବେଳେ ଭାରତ ପାଇଁ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଭାରତକୁ ଫେରାଇ ଆଣିବା ହେଉଛି ମୁଖ୍ୟ ପ୍ରସଙ୍ଗ । କେନ୍ଦ୍ର ମନ୍ତ୍ରୀମାନେ ପିଓକେକୁ ନେଇ ଅଧିକ ମୁଖର ଥିଲେ ମଧ୍ୟ ତାହା ପାକିସ୍ତାନକୁ ପଶ୍ଚାତପଦ କରିବା ପାଇଁ ଉଦ୍ଦିଷ୍ଟ ନା ଘରୋଇ ଦର୍ଶକଙ୍କ ମଧ୍ୟରେ ଜାତୀୟତା ଭାବ ଉଦ୍ରେକ କରିବା ପାଇଁ ଅଭିପ୍ରେତ, ତାହା ସ୍ପଷ୍ଟ ନୁହେଁ । କାଶ୍ମୀରର ମହାରାଜା ହରି ସିଂହ କାଶ୍ମୀରକୁ ଭାରତ ସହ ବିଲୟ କରିଥିବାରୁ ନ୍ୟାୟସଙ୍ଗତ ଭାବେ ପିଓକେ ଭାରତକୁ ଫେରି ଆସିବା ଦରକାର । କିନ୍ତୁ ସମସ୍ୟାଟି ଏତେ ସରଳ ନୁହେଁ । ମହାରାଜା ହରି ସିଂହଙ୍କ ଶାସିତ କାଶ୍ମୀର ରାଜ୍ୟଟିର ସୀମା ୧୯୪୭ ମସିହାରେ ଭାରତରେ ବିଲୟ ହେବା ପୂର୍ବରୁ ଜାମ୍ମୁ

ଫାସିବାଦର ସତର୍କ ଘଣ୍ଟି

ତୃଣମୂଳ କଂଗ୍ରେସ ଦଳର ନବ ନିର୍ବାଚିତ ସାଂସଦ ମହୁଆ ମୈତ୍ର ସଂସଦରେ ତାଙ୍କର ପ୍ରଥମ ଭାଷଣ ପାଇଁ ବେଶ ପ୍ରଶଂସିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏକଦା ନିଉୟର୍କ ଓ ଲଣ୍ଡନଠାରେ ଉଚ୍ଚ ପଦବୀରେ ଅଧିଷ୍ଠିିତ ଏହି ପ୍ରାକ୍ତନ ଇନଭେଷ୍ଟମେ ଣ୍ଟ  ବ୍ୟାଙ୍କର ତାଙ୍କ ଦଶ ମିନିଟର ଓଜସ୍ୱିନୀ ଭାଷଣରେ ପ୍ରଖ୍ୟାତ ହିନ୍ଦୀ କବି ଦିନକରଙ୍କୁ ଉଦ୍ଧାର କରି କହିଥିଲେ ଯେ ଅସହମତି ହେଉଛି ଏହି ଦେଶର ରାଷ୍ଟ୍ରୀୟ ଚରିତ୍ର ଓ କେହି ଏହାକୁ ବଦଳାଇ ପାରିବେ ନାହିଁ । ସରକାର ଫାସିବାଦ ଆଡକୁ ଅଗ୍ରସର ହେଉଛନ୍ତି ବୋଲି ସତର୍କ ବାଣୀ ଶୁଣାଇ ସେ ଯେଉଁ ସାତୋଟି ବିନ୍ଦୁ ଉପରେ ଆକ୍ରମଣ କରିଥିଲେ ସେଗୁଡିକ ହୋଲୋକଷ୍ଟ ମ୍ୟୁଜିୟମରେ ସ୍ଥାନିତ ଏକ ପୋଷ୍ଟରରେ ଉଲ୍ଲିଖିତ ଫାସିବାଦ ପୂର୍ବ ସୂଚନାର ଅଂଶ ବିଶେଷ ବୋଲି ସେ ଉଲ୍ଲେଖ କରିଥିଲେ । ୟୁରୋପରେ ନାଜୀ ଗଣସଂହାରରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ନୃତିରେ ଆମେରିକାରେ ସ୍ଥାପିିତ ହୋଲୋକଷ୍ଟ ମେମୋରିଆଲ ମ୍ୟୁଜିୟମର ଏକ ଉପହାର ଦୋକାନରେ ୨୦୧୭ ମସିହା ଜାନୁଆରୀ ମାସରେ ଏକ ପୋଷ୍ଟର ବିକ୍ରି ପାଇଁ ସ୍ଥାନିତ ହୋଇଥିବା ଲକ୍ଷ୍ୟ କରାଗଲା, ଯେଉଁଥିରେ ଫାସିବାଦର ଚଉଦଟି ଲକ୍ଷଣର ସତର୍କ ସୂଚନା ଉଲ୍ଲିଖିତ ଥିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନରେ ଫାସିବାଦୀ ଲକ୍ଷଣ ଦେଖୁଥିବା କିଛି ଲୋକ ଏହି ପୋଷ୍ଟରର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିବାକୁ ଲାଗିଲେ । ତେବେ ଏହି ତାଲିକାରେ ଥିବା ଲକ୍ଷଣଗୁଡିକ ସ

କି ହେବ ଜୀବନ ହାରି

ବର୍ଷକ ତଳୁ ପାଠପଢା ଛାଡି ପିୟୁବିଜି ମୋବାଇଲ ଖେଳରେ ଅଧିକ ସମୟ ବିତାଉଥିବା ଜଣେ ୧୭ ବର୍ଷୀୟ ବାଳକ ମାଆଙ୍କ ଦ୍ୱାରା ଭର୍ତ୍ସିତ ହୋଇ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଖବର ନିକଟରେ ମୁମ୍ବଇର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିଛି ମାସ ତଳେ ଓଡିଶାର ଜଣେ ପୋଲିସ ଏସିପିଙ୍କ ବାର ବର୍ଷର ପୁଅର ଆତ୍ମହତ୍ୟା ଘଟଣା ମଧ୍ୟ ଅନେକଙ୍କୁ ବ୍ୟଥିତ କରିଥିଲା । ସେହିପରି ଅତୀତରେ ବ୍ଲୁ ହ୍ୱେଲ ଖେଳ ବା ମୋମୋ ଚ୍ୟାଲେଞ୍ଜ ଭଳି ଅନଲାଇନ ଖେଳ ଖେଳି ଅନେକ ପିଲାଙ୍କ ଅକାଳରେ ଜୀବନ ଯିବା ପରେ ଅଭିଭାବକମାନେ ଏଥିପାଇଁ ସେହି ଖେଳଗୁଡିକୁ ଦାୟୀ କରିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗ ଅନୁଯାୟୀ ଆତ୍ମହତ୍ୟା କରୁଥିବା ୯୦ ପ୍ରତିଶତ ଲୋକ ଅବସାଦ, ବାଇପୋଲାର ଡିସଅର୍ଡର, ସ୍କିଜୋଫ୍ରେନିଆ, ମଦ୍ୟାସକ୍ତି ଭଳି ଏକ ବା ଏକାଧିକ ମାନସିକ ଅସୁସ୍ଥତାରେ ପୀଡିତ ହୋଇଥାନ୍ତି । ତେଣୁ ମାନସିକ ଅସୁସ୍ଥତାକୁ ଆତ୍ମହତ୍ୟାର ମୂଳ କାରଣ ବୋଲି ଗ୍ରହଣ ନ କରିବା ଯାଏଁ ସମସ୍ୟା ଉ ତ୍କ ଟ ହୋଇ ରହିଥିବ । ଏଥି ସଂଲଗ୍ନ ସାମାଜିକ କଳଙ୍କ ପାଇଁ ଅଧିକାଂଶ ଲୋକ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିବାରୁ ଉପଚାର ପାଇଁ ପଦକ୍ଷେପ ନେବାର ପ୍ରଶ୍ନ ଉଠୁଛି ବା କାହିଁକି ? ଆତ୍ମହତ୍ୟା ଏକ ବିଶ୍ୱବ୍ୟାପି ସମସ୍ୟା ଓ ପ୍ରତିବର୍ଷ ସାରା ବିଶ୍ୱରେ ପ୍ରାୟ ୮ରୁ ୧୦ ଲକ୍ଷ ଲୋକ ଆତ୍ମହତ୍ୟା ଜନିତ ମୃତ୍ୟୁର ଶିକାର ହେଉଛନ୍ତି, ଯାହା ସମଗ୍ର ମୃତ୍ୟୁର ୧.୪ ପ୍ରତି

ରିଜର୍ଭ ବ୍ୟାଙ୍କର ପାଣ୍ଠି ହସ୍ତାନ୍ତରଣ ଉଚିତ କିି ?

ରିଜର୍ଭ ବ୍ୟାଙ୍କ ଆଇନ, ୧୯୩୪ର ଧାରା ୪୭ ଅନୁଯାୟୀ ବ୍ୟାଙ୍କ ନିକଟରୁ ଏକକାଳୀନ ୧.୭୬ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ହସ୍ତାନ୍ତରିତ ହେବା ରାଜସ୍ୱ ସଂଗ୍ରହ ପାଇଁ କସରତ କରୁଥିବା ସରକାରଙ୍କ ପାଇଁ ଏକ ଲଟେରୀ ପାଇଲା ଭଳି ହୋଇଛିି । ଏହି ରାଶି ମୋଟ ଘରୋଇ ଉତ୍ପାଦର ପ୍ରାୟ ୦.୮ ପ୍ରତିଶତ । ବ୍ୟାଙ୍କ ଯେ ବିନା ବିରୋଧ ବା ଦ୍ୱିଧାରେ ସରକାରଙ୍କୁ ଏତେ ପରିମାଣର ପାଣ୍ଠି ହସ୍ତାନ୍ତର କରି ଦେଲା, ତାହା ଠିକ ନୁହେଁ । ବରଂ ଅତୀତରେ ଗଭର୍ଣ୍ଣର ଡି. ସୁବ୍ବା ରାଓ, ରଘୁରାମ ରାଜନ, ଉର୍ଜିତ ପଟେଲ ଆଦି ଏହି ପାଣ୍ଠି ହସ୍ତାନ୍ତରଣକୁ ବିରୋଧ କରି ସଫଳ ହୋଇଥିଲେ । ଅବଶ୍ୟ ବିଗତ ବର୍ଷମାନଙ୍କରେ ମଧ୍ୟ ରିଜର୍ଭ ବ୍ୟାଙ୍କର ସମଗ୍ର ନିଟ ଆୟ କେନ୍ଦ୍ର ସରକାରଙ୍କୁ ଲଗାତର ଭାବେ ହସ୍ତାନ୍ତରିତ ହୋଇ ଆସିଛି । ଏପରିକି ଗତ ବର୍ଷ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୫୦ ହଜାର କୋଟି ଟଙ୍କା ଦେଇଥିଲା । ତେବେ କେବଳ ନିଟ ଆୟ ହସ୍ତାନ୍ତରରେ ବୋଧେ ସରକାର ସନ୍ତୁଷ୍ଟ ନଥିଲେ । ୩୦ ଜୁନ ୨୦୧୮ ସୁଦ୍ଧା ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ୯.୬ ଲକ୍ଷ କୋଟି ଟଙ୍କାର ଗଚ୍ଛିତ ପାଣ୍ଠି ଉପରେ ସରକାରଙ୍କର ଆଖି ପଡି ଆସିଛି । ତେଣେ ଏତେ ବୃହତ ଗଚ୍ଛିତ ପାଣ୍ଠିର ପାହାଡ ଉପରେ ବ୍ୟାଙ୍କ ବସି ରହିବାର ଯୌକ୍ତିକତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ ଥିବା ହାରାହାରି ଗଚ୍ଛିତ ପାଣ୍ଠି ବାଲେନ୍ସ ସିଟର ଶତକଡା ୧୬ ପ୍ରତିଶତ ଥିବା ବେ