Skip to main content

Posts

Showing posts from July, 2022

ଦୁର୍ବଳ ଟଙ୍କା ଚିନ୍ତାର କାରଣ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇ ଜୁଲାଇ ୧୯, ୨୦୨୨ରେ ୮୦ ଟଙ୍କା ଛୁଇଁବା ଦେଶର ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି । ଟଙ୍କାର ଦୁର୍ବଳତାକୁ ସ୍ୱୀକାର କରି ବୈଶ୍ୱିକ କାରଣଗୁଡିକ ଏଥିପାଇଁ ଦାୟୀ ବୋଲି ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ପ୍ରକାଶ କରିଥିଲେ ବି ଟଙ୍କା ଲଗାତାର ଦୁର୍ବଳ ହେବାର ପ୍ରକୃତ କାରଣଗୁଡିକୁ ବିଶ୍ଳେଷଣ କରାଯାଇପାରେ ।  ଟଙ୍କା ସମେତ ଯେ କୌଣସି ଦେଶର ମୁଦ୍ରାର ମୂଲ୍ୟ ତାର ଚାହିଦା ଉପରେ ନିର୍ଭର କରିଥାଏ । ଚାହିଦା ଅଧିକ ଥିଲେ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇ ତାହା ସୁଦୃଢ ହୋଇଥାଏ, ଚାହିଦା କମ ହେଲେ ମୂଲ୍ୟ ହ୍ରାସ ପାଇ ତାହା ଦୁର୍ବଳ ହୋଇଥାଏ । ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ପୁଞ୍ଜି ନିବେଶ କଲେ ଦେଶକୁ ଡଲାର ସମେତ ଅନ୍ୟ ବୈଦେଶିକ ମୁଦ୍ରା ଆସିବା ଦ୍ୱାରା ଟଙ୍କା ସୁଦୃଢ ହୋଇଥାଏ । ଅନୁରୂପ ଭାବେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ମାନେ ଦେଶରୁ ପୁଞ୍ଜି ପ୍ରତ୍ୟାହାର କଲେ ଡଲାରର ଚାହିଦା ବୃଦ୍ଧି ପାଇ ଟଙ୍କାର ଚାହିଦା କମ ହୋଇଥାଏ । ଆମେରିକାରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ଫେଡ ରେଟ (ଭାରତରେ ରେପୋ ରେଟ ଭଳି ସୁଧ ହାର) ବଢାଇବା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘ ଦିନ ଧରି ଲାଗି ରହିବା ଯୋଗୁଁ ଏଫପିଆଇମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି । ଉପଲବ୍ଧ ତଥ୍ୟ ଅନୁଯାୟୀ ଜାନୁଆରୀରୁ ଜୁନ ୨୦୨୨ ମଧ୍ୟରେ ସେମାନେ ଅଂଶଧନ (ଇକ୍ୱୁଇଟି) ଓ ଋଣ (ଡେଟ)

ଚଳିତ ରାଜ୍ୟ କୃଷି ବଜେଟ ଅଧିକ ଅର୍ଥ ବରାଦ, କିନ୍ତୁ ଚମକହୀନ

କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ୨୦୧୩ରୁ ପ୍ରତି ବର୍ଷ ଏକ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି । ଓଡିଶା ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ସ୍ୱତନ୍ତ୍ର କୃଷି ବଜେଟର ଆକାର ୨୧୧୧୬ କୋଟି ଟଙ୍କା, ଯାହା ସମଗ୍ର ବଜେଟ ରାଶି ୨ ଲକ୍ଷ କୋଟି ଟଙ୍କାର ୧୧ ପ୍ରତିଶତ । ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ କୃଷି ବଜେଟରେ ପ୍ରାୟ ୨୧ ପ୍ରତିଶତ ବୃଦ୍ଧି ହୋଇଥିଲେ ବି ଏଥିରେ ଉଲ୍ଲେଖନୀୟ ନୂତନତା ପରିଲକ୍ଷିତ ନ ହେବା ଉଦବେଗର ବିଷୟ । ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୬୪୪୬ କୋଟି ଟଙ୍କାର ଆବଣ୍ଟନ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୩୧ ପ୍ରତିଶତ ଓ ଗତ ବର୍ଷ ଅପେକ୍ଷା ପ୍ରାୟ ୭୦୦ କୋଟି ଟଙ୍କା ଅଧିକ । ଏଥିରୁ ପ୍ରାୟ ୧୫ ପ୍ରତିଶତ ରାଶି ପ୍ରଶାସନିକ ବ୍ୟୟ ବାବଦରେ ଆବଣ୍ଟିତ ହୋଇଥିବା ବେଳେ ୧୮୭୪ କୋଟି ଟଙ୍କା ବା ପ୍ରାୟ ୨୯ ପ୍ରତିଶତ ‘କାଳିଆ’ କାର୍ୟ୍ୟକ୍ରମ ପାଇଁ ଉଦ୍ଦିଷ୍ଟ । ଅର୍ଥାତ୍, ବିଭାଗର ସମସ୍ତ କାର୍ୟ୍ୟକ୍ରମ ବ୍ୟୟ ପାଇଁ ଅବଶିଷ୍ଟ ମାତ୍ର ୩୭୭୯ କୋଟି ଟଙ୍କା ଉପଲବ୍ଧ । କୃଷି କ୍ଷେତ୍ରରେ ନୂଆ ନୂଆ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଓ ଚାହିଦା ବଢୁଥିବା ବେଳେ ରାଜ୍ୟରେ କୃଷି ଯାନ୍ତ୍ରିକୀକରଣକୁ ଗତି ପ୍ରଦାନ କରାଯିବା ଆବଶ୍ୟକ । ହେଲେ ଏଥିପାଇଁ ଗତ ବଜେଟରେ

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍