Skip to main content

Posts

Showing posts with the label Import

ଖାଇବା ତେଲ ଦର ବେଲଗାମ କାହିଁକି ?

କୋଭିଡ କାଳରେ ଲୋକଙ୍କ ଆୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏହି ସମୟରେ ବାଦାମ ତେଲ, ସୋରିଷ ତେଲ, ବନସ୍ପତି, ସୋୟାବିନ ତେଲ, ସୂର୍ଯ୍ୟମୁଖୀ ତେଲ ଓ ପାମ ତେଲ - ଏହି ଛଅ ପ୍ରକାର ଖାଇବା ତେଲର ଦର ପ୍ରାୟ ଦେଢ ଗୁଣ ବା ତା’ଠାରୁ ଅଧିକ ବୃଦ୍ଧି ପାଇ ଖାଉଟିଙ୍କୁ ଅତିଷ୍ଠ କରିଛି । ଜନସାଧାରଣଙ୍କ ରୋଷକୁ ପ୍ରଶମିତ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଅଶୋଧିତ ଓ ବିଶୋଧିତ ପାମ ତେଲ, ସୋୟାବିନ ତେଲ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ଓ ସେସ ହ୍ରାସ କରିଛନ୍ତି, ଯଦ୍ଦ୍ୱାରା ତେଲ ଦର ଲିଟର ପିଛା ୫ରୁ ୧୦ଟଙ୍କା ହ୍ରାସ ପାଇଛି । ତେବେ ଦର ଦେଢଗୁଣ ବଢି ୧୦ ଟଙ୍କା କମିବାରେ ଅସନ୍ତୁଷ୍ଟ ଖାଉଟି ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଖାଇବା ତେଲ ଦରରେ ହଠାତ୍ ନିଆଁ ଲାଗିଲା କାହିଁକି ? ଖାଇବା ତେଲର ବ୍ୟବହାର ଦୃଷ୍ଟିରୁ ଆମେରିକା, ଚୀନ, ବ୍ରାଜିଲ ପଛକୁ ଭାରତର ସ୍ଥାନ ଚତୁର୍ଥ । ଏଠାରେ ଖାଇବା ତେଲର ଚାହିଦା ବାର୍ଷିକ ପ୍ରାୟ ୨.୫ କୋଟି ଟନ ଥିବା ବେଳେ ଘରୋଇ ଉତ୍ପାଦନର ପରିମାଣ ମାତ୍ର ପ୍ରାୟ ୧ କୋଟି ଟନ । ସାରା ବିଶ୍ୱର ତୈଳବୀଜ ଉତ୍ପାଦନର ୮ ପ୍ରତିଶତ ଭାରତରେ ହେଉଥିଲେ ବି ଏଠାକାର ଖାଇବା ତେଲ ଚାହିଦାର ପ୍ରାୟ ୬୦ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ । ଖାଇବା ତେଲ ଆମଦାନୀ କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ । ଦୁଇ ଦଶକ ତଳେ ବିଦେଶରୁ ମାତ୍ର ୪୦ ଲକ୍ଷ ଟନ ଖାଇବା ତେଲ ଆମଦାନୀ ହେଉଥିଲା । ଏବେ ତାହା ୧....

ହେଇଥାଉ ପଛେ ଚାଇନା ମାଲ !

“ଆମକୁ ଦେଶପ୍ରେମର ପାଠ ପଢେଇ ଚାଇନା ମାଲ ବର୍ଜନ କରିବାକୁ କହି ସରକାର ତ ନିଜେ ଭଲ ଚାଇନା ମାଲ ଆଣୁଛନ୍ତି ।“ “ଆମେ ଚାଇନା ମାଲ କିଣିଲେ ସେଥିରୁ ଲାଭ କରି ଚୀନ ଆମ ଉପରେ ବମ ପକାଉଛି ବୋଲି ଆମକୁ ବୁଝାଇ ଦିଆ ଯାଇଥିବାରୁ ଆମେ ଘର ପାଖରେ ମିଳୁଥିବା ୪୦ ଟଙ୍କିଆ ଚାଇନା ଟର୍ଚ୍ଚ ନ କିଣି ଏଭାରେଡିକୁ ୧୧୦ରେ କିଣିଲା ବେଳକୁ ସରକାର କାହିଁକି ଡବଲ ଦାମ ଦେଇ ଅକ୍ସିଜେନ ସିଲିଣ୍ଡର ଚାଇନାରୁ ମଗାଉଛନ୍ତି । ଏତେ ବେଳକୁ ଆଉ ଚୀନ ବମ ପକାଉନି ।” “ଦିଲ୍ଲୀକୁ ଅକ୍ସିଜେନ ଦେଇ ତ ଭାରି ବାହାଦୁରି ମାରୁଥିଲେ, ଏବେ ପୁଣି ଚାଇନାରୁ ସିଲିଣ୍ଡର ଆଣିବାକୁ ପଡୁଛି କାହିଁକି ?” “ଯେଉଁ ଚୀନ ସାରା ପୃଥିବୀରେ କରୋନା ଭାଇରସ ବାଣ୍ଟିଲା ସେ ପୁଣି ସିଲିଣ୍ଡରରେ କ’ଣ ଛାଡିଥିବ କିଏ ଜାଣେ ! ସିଲିଣ୍ଡର ମଗାଇବାକୁ କ’ଣ ଆଉ ଅନ୍ୟ ଦେଶ ମିଳିଲା ନାହିଁ କି?” “ଆମ ଟାଟା କି ଜିନ୍ଦଲଙ୍କୁ କହିଥିଲେ ପରା ଯେତେ ଦରକାର ସିଲିଣ୍ଡର ବାଡେଇ ଦେଇଥାଆନ୍ତେ, ସେଥିଲାଗି ପୁଣି ଚୀନ ଆଗରେ ହାତ ପାତିବାକୁ ହେଲା । ଆଗକୁ ପଞ୍ଚାୟତ ଇଲେକସନ ଅଛି । ମାଲ ଦରକାର । ସେଥିପାଇଁ ସବୁ ଫିସାଦି ।” ଏହିପରି କିଛି ଉକ୍ତି ଓ ପ୍ରଶ୍ନ ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କ ମନରେ ଉଙ୍କି ମାରି ଆଲୋଚନାର ବିଷୟ ପାଲଟିଥିବାର ଦେଖାଗଲା ମଇ ୩୧, ୨୦୨୧ରେ ଚୀନରୁ ଓଡିଶାକୁ ଅକ୍ସିଜେନ ସିଲିଣ୍ଡରର ପ୍ରଥମ ଖେପ ପହଞ୍ଚିବାର ଖବର ଜଣା ପଡିବା ପରେ । ଏଥିରୁ କିଛି ପ୍ରଶ୍ନ ସେମାନଙ...