Skip to main content

Posts

Showing posts with the label Independence

ସ୍ୱାଧୀନତାର ସ୍ୱାଦ ଚଖାଇଛି ସମ୍ୱିଧାନ

ଦେଶ ସ୍ୱାଧୀନ ହେବାର ଠିକ୍ ୨ ବର୍ଷ ୩ ମାସ ୧୧ ଦିନ ପରେ, ଅର୍ଥାତ୍ ନଭେମ୍ୱର ୨୬, ୧୯୪୯ରେ ସଦ୍ୟ ସ୍ୱାଧୀନ ହୋଇଥିବା ଏକ ବିଶାଳ ଦେଶକୁ ତା’ର ଅଧିବାସୀଙ୍କ ଆକାଂକ୍ଷା ଅନୁରୂପ ପରିଚାଳନା କରିବା ପାଇଁ ସମ୍ୱିଧାନ ପ୍ରଣୟନ ସଭା ଦ୍ୱାରା ପ୍ରଣୀତ ‘ଭାରତୀୟ ସମ୍ୱିଧାନ’ ଗୃହୀତ ହୋଇଥିଲା ଓ ଠିକ ଦୁଇ ମାସ ପରେ ଜାନୁଆରି ୨୬,୧୯୫୦ ରେ ତାହା କାର୍ଯ୍ୟକାରୀ ହେଲା । ସ୍ୱାଧୀନତା ପରେ ବି ଭାରତ ବ୍ରିଟେନର ଏକ ‘ଡୋମିନିଅନ’ ଭାବେ ‘ଭାରତ ସରକାର ଆଇନ, ୧୯୩୫’ ଅନୁଯାୟୀ ଶାସିତ ହେଉଥିଲା । ସେହି ଆଇନ ସ୍ଥାନରେ ‘ଭାରତୀୟ ସମ୍ୱିଧାନ’ ଗୃହୀତ ହେଲା ପରେ ଭାରତ ଆଉ ‘ଡୋମିନିଅନ’ ନ ରହି ଏକ ‘ଗଣତନ୍ତ୍ର’ (ରିପବ୍ଲିକ)ରେ ପରିଣତ ହେଲା ଓ ଦେଶ ପ୍ରକୃତ ଅର୍ଥରେ ସ୍ୱାଧୀନ ହୋଇଥିଲା । ତେଣୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଆମ ସମ୍ୱିଧାନ ମଧ୍ୟ ଆଉ ଅଳ୍ପ ଦିନ ପରେ ତେସ୍ତରି ବର୍ଷରେ ପାଦ ଥାପିବାକୁ ଯିବା ଦେଶର ସବୁ ନାଗରିକଙ୍କ ପାଇଁ ଆନନ୍ଦ ତଥା ଗର୍ବର ବିଷୟ । କାରଣ ଭାରତ ସହ ପ୍ରାୟ ଏକା ସମୟରେ ସ୍ୱାଧୀନତା ଲାଭ କରି ନିଜ ନିଜ ଦେଶ ପାଇଁ ସମ୍ୱିଧାନ ପ୍ରସ୍ତୁତ କରିଥିବା ଦେଶଗୁଡିକ ମଧ୍ୟରୁ ଅଧିକାଂଶଙ୍କର ସମ୍ୱିଧାନ ବଦଳି ସାରିଛି । ଭାରତୀୟ ସମ୍ୱିଧାନ ପ୍ରଣୟନ ହେବାର ବର୍ଷକ ପରେ ୧୯୫୧ରେ ପ୍ରଖ୍ୟାତ ବ୍ରିଟିଶ ସମ୍ୱିଧାନ ଆଇନ ବିଶାରଦ ସାର୍ ଆଇଭର ଜେନିଙ୍ଗସ ଭାରତୀୟ ସମ୍ୱିଧାନ ସମ୍ପର୍କରେ ଏକ କଟୂ ମନ୍ତବ୍ୟ ପ୍ରକାଶ କରି କହିଥିଲେ ...