Skip to main content

Posts

Showing posts from May, 2024

କମ୍ ମତଦାନର କିଛି ସମ୍ଭାବ୍ୟ କାରଣ

ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଥମେ ଜାରି ହୋଇଥିବା ସୂଚନାରୁ ୨୦୨୪ ସାଧାରଣ ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟଗୁଡ଼ିକରେ ଭୋଟଦାନ ହାର ଯଥେଷ୍ଟ କମ ହୋଇଥିଲା ବୋଲି ଜଣାପଡ଼ୁଥିଲା। ତେବେ ମେ ୨୫ ତାରିଖରେ କମିସନଙ୍କ ଦ୍ୱାରା ପ୍ରଥମ ୫ଟି ପର୍ଯ୍ୟାୟରେ ସଂସଦ କ୍ଷେତ୍ର ଆସନ ପିଛା ମତଦାନ ସମ୍ପର୍କରେ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ୁଛି ଯେ ସମଗ୍ର ଦେଶରେ ମୋଟାମୋଟି ପ୍ରାୟ ୬୬.୮ ପ୍ରତିଶତ ମତଦାନ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪ ପ୍ରତିଶତ ଥିଲା। ସୁତରାଂ, ପାଞ୍ଚ ପର୍ଯ୍ୟାୟର ଭୋଟଦାନ ହାରକୁ ବିଚାର କଲେ ମତଦାନ ମାତ୍ର ୦.୬ ପ୍ରତିଶତ ଊଣା ହୋଇଛି। ଆଗାମୀ ଦୁଇ ପର୍ଯ୍ୟାୟର ମତଦାନ ତଥ୍ୟ ସାର୍ବଜନୀନ ହେଲେ ଚୂଡ଼ାନ୍ତ ସ୍ଥିତି ଜଣାପଡ଼ିବ। ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗ. ଆନ୍ଧ୍ରପ୍ରଦେଶ ଓ ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ ଅନେକ ସ୍ଥାନରେ ୮୦ ପ୍ରତିଶତରୁ ଅଧିକ ଭୋଟଦାନ ହୋଇଥିବାବେଳେ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ହାରାହାରି ମତଦାନ ୬୦ ପ୍ରତିଶତରୁ କମ୍ ହୋଇଛି। ଅନେକ ସ୍ଥାନରେ ତ ତାହା ୫୦ ପ୍ରତିଶତ ବି ଛୁଇଁ ପାରିନାହିଁ। ଓଡ଼ିଶାରେ ହାରାହାରି ମତଦାନ ହାର ଭଲ ଥିଲେ ସୁଦ୍ଧା ଆସ୍କା, ବ୍ରହ୍ମପୁର, ଭୁବନେଶ୍ୱର ଭଳି କେତେକ ଆସନରେ ତାହା କମ୍ ହୋଇଛି। ଏଭଳି ସ୍ଥଳେ ଭୋଟଦାନର ବିଭିନ୍ନ ଦିଗ ସମ୍ପର୍କରେ ଏକ ଆଲୋଚନା କରାଯାଇପାରେ। ବିଶ୍ଳେଷକ

ନିର୍ବାଚନୀ ବଣ୍ଡ୍ ଦୁର୍ନୀତିର ବିବରଣୀ

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ପତି ପରକାଲା ପ୍ରଭାକର ନିର୍ବାଚନୀ ବଣ୍ଡ୍ ପ୍ରସଙ୍ଗକୁ କେବଳ ଭାରତର ନୁହେଁ ବରଂ ସମଗ୍ର ବିଶ୍ୱର ସର୍ବବୃହତ୍ ଦୁର୍ନୀତି କହିବା ସଙ୍ଗେ ସଙ୍ଗେ ଏହାକୁ ‘ମୋଦୀଗେଟ’ ବୋଲି ଅଭିହିତ କରିଛନ୍ତି । ମତଦାତାମାନେ ନିର୍ବାଚନରେ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବାର ଆବଶ୍ୟକତାକୁ ଉପଲବ୍ଧି କରି ନିର୍ବାଚନ କମିସନ ପ୍ରାର୍ଥୀମାନଙ୍କ ସମ୍ପର୍କିତ ତଥ୍ୟ ୱେବସାଇଟରେ ଦିଅନ୍ତି । ସେହିଭଳି ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ସଂଗୃହୀତ ବିପୁଳ ଅର୍ଥ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ସତ୍ୟ ଜନସାଧାରଣଙ୍କ ସମ୍ମୁଖରେ ଉନ୍ମୋଚିତ ହେବାର ଆବଶ୍ୟକତା ରହିଛି । ନିର୍ବାଚନ କମିସନଙ୍କ ୱେବସାଇଟରେ କେଉଁ ବ୍ୟକ୍ତି ବା କମ୍ପାନୀ କେତେ ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛନ୍ତି ଓ କେଉଁ ରାଜନୈତିକ ଦଳ କେତେ ଟଙ୍କାର ନିର୍ବାଚନୀ ବଣ୍ଡ୍ ପାଇଛନ୍ତି, ଏତିକି ତଥ୍ୟ ସିନା ମିଳୁଛି, କିନ୍ତୁ ଚାନ୍ଦା ଦେବା ପଛର ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ଜାଣି ହେଉନାହିଁ । ନିର୍ବାଚନ ପ୍ରକ୍ରିୟାକୁ ବହୁଳ ଭାବେ ପ୍ରଭାବିତ କରିବାର କ୍ଷମତା ରଖୁଥିବା ନିର୍ବାଚନୀ ବଣ୍ଡର ଚାନ୍ଦାଦାତା, ଲାଭାର୍ଥୀ ଓ ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ମତଦାତା ଅବଗତ ହୋଇ ମତଦାନ କରିବା ହୁଏତ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଉଚିତ ହୁଅନ୍ତା । କିନ୍ତୁ ଏହି ତଥ୍ୟର ଅଭାବରେ କିଛି ସନ୍ଧାନୀ ସା

ସମ୍ୱିଧାନ ବଦଳିବାର ଭୟ !

ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତି  ‘ଏଇ ଥର, ଚାରିଶହ ପାର’ ପରିପ୍ରେକ୍ଷୀରେ ବିଶ୍ଳେଷକମାନେ ତହିଁର ନିହିତାର୍ଥ ବୁଝିବା ଲାଗି ଭିନ୍ନ ଭିନ୍ନ ପ୍ରକାରେ ତର୍ଜମା କରୁଛନ୍ତି । ଏହା ହୁଏତ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଆତ୍ମବିଶ୍ୱାସର ସଂକେତ ହୋଇପାରେ ବା ଦଳୀୟ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ଏହା ଏକ ଉଦ୍ୟମ ମଧ୍ୟ ହୋଇପାରେ ନା ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ! ଦେଶରେ ଦରବୃଦ୍ଧି, ବେକାରୀ ଭଳି ଉତ୍କଟ ସମସ୍ୟାଗୁଡ଼ିକ କାରଣରୁ ଜନତାଙ୍କ ରୋଷ ବୃଦ୍ଧି ପାଇଥିବାରୁ ୪୦୦ରୁ ଅଧିକ ଆସନ ସହଜସାଧ୍ୟ ହୋଇ ନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦଘୋଷଣା ପଛରେ ଆଉ କିଛି ଅଭିସନ୍ଧି ଥାଇପାରେ ବୋଲି ବିରୋଧୀ ପକ୍ଷଙ୍କ ଅନୁମାନ । ସେମାନେ କହନ୍ତି ଯେ ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ୪୦୦ରୁ ଅଧିକ ଆସନ ଅର୍ଥାତ୍ ସମ୍ପୂର୍ଣ୍ଣ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଭ କରି ସମ୍ୱିଧାନକୁ ବଦଳାଇବା ଲାଗି ସରକାର ଉଦ୍ୟମ କରିବେ । ତେଣୁ ଏ ସଂଦର୍ଭରେ ଏକ ଆଲୋଚନା କରାଯିବା ଉଚିତ ।  ବିଜେପିର ୪୦୦ ପାର ସ୍ଳୋଗାନ ବିରୋଧୀ ଦଳଗୁଡ଼ିକ ହାତରେ ସତେ ଯେମିତି ଅସ୍ତ୍ରଟିଏ ଧରାଇଦେଇଛି । ‘ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜେପି ସମ୍ୱିଧାନକୁ ବଦଳାଇ ସମାଜର ଦଳିତ, ପଛୁଆ ତଥା ବଞ୍ଚିତ ବର୍ଗର ଲୋକଙ୍କ ଅଧିକାରକୁ ସେମାନଙ୍କଠାରୁ ଛଡ଼ାଇ ନେବାକୁ ଚାହୁଁଛି କି ?’ ଏଭଳି ବଖାଣଟିଏ ଏବେ ପ୍ରସାରିତ ହେବାରେ ଲାଗିଛି; ଯାହା ସେହି ବର୍ଗର ଲୋ