Skip to main content

Posts

Showing posts with the label Startups India Odia

ଆଶା ଓ ଆଶଙ୍କାରେ ଷ୍ଟାର୍ଟଅପ୍

ଦୁଇ ଦଶନ୍ଧି ତଳେ ଏକ ଲାଭଜନକ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଆ ଖବରକାଗଜଗୁଡ଼ିକରେ ପ୍ରାୟ ପ୍ରତ୍ୟହ ବିଜ୍ଞାପନମାନ ପ୍ରକାଶ ପାଉଥିଲା । ଚାଷଟି ଥିଲା ‘ସଫେଦ ମୁସଲି’, ଯାହାର ଉତ୍ପାଦକୁ କେଜି ପିଛା ପ୍ରାୟ ୮୦୦ ଟଙ୍କା ଦରରେ କିଣି ନେବାର ବାଏବ୍ୟାକ୍  ଗ୍ୟାରେଣ୍ଟି ମଧ୍ୟ ଚାଷୀଙ୍କୁ ଦିଆଯାଉଥିଲା । ହେଲେ ସେଥିପାଇଁ ଆବଶ୍ୟକ ରୋପଣ ଉପାଦାନ (ଚେର) ଏଜେଣ୍ଟଙ୍କ ନିକଟରୁ ହିଁ ନିର୍ଦ୍ଦିଷ୍ଟ ଦରରେ କିଣିବାକୁ ହେଉଥିଲା । ସଫେଦ ମୁସଲିର ଚାହିଦା ଓ ବଜାର ସମ୍ପର୍କରେ ଅନଭିଜ୍ଞ ଚାଷୀଟି ଅତ୍ୟଧିକ ଲାଭର ସ୍ୱପ୍ନ ଦେଖି ସଫେଦ ମୁସଲି ଚାଷକୁ ଆଦରିଥିଲା ସିନା, ହେଲେ ଉଭୟ କଞ୍ଚାମାଲ ଓ ବିକ୍ରିବଟା ପାଇଁ ତାକୁ ସେହି ଏଜେଣ୍ଟ ଉପରେ ନିର୍ଭର କରିବାକୁ ହେଉଥିଲା । ସ୍ଫୀତ ଚାହିଦାକୁ ଦର୍ଶାଇ କେବଳ ଚେର କିଣି ସେହି ଚେରକୁ ଅନ୍ୟ ଚାଷୀଙ୍କୁ ବିକ୍ରି କରି ଗୋଟିଏ ବ୍ୟବସାୟ ମଡ଼େଲ ଆଉ କେତେ ଦିନ ବା ତିଷ୍ଠି ରହିପାରିଥାଆନ୍ତା? ଅନେକ ଚାଷୀ କ୍ଷତିଗ୍ରସ୍ତ ହେଲେ ଓ ସଫେଦ ମୁସଲି ଚାଷର ନାଁ ଗନ୍ଧ ଆଉ ଶୁଣିବାକୁ ମିଳିଲାନାହିଁ । ଅର୍ଥାତ୍ ଗୋଟିଏ ବ୍ୟବସାୟ ମଡ଼େଲ ସମ୍ପର୍କରେ ଭଲ କରି ନ ବୁଝି କେବଳ ଅନ୍ୟ କେହି ସ୍ୱପ୍ନ ବିକୁଛି ବୋଲି ତାକୁ ଯଦି ଗ୍ରହଣ କରିନିଆଯାଏ ତେବେ ତାକୁ ହୁଏତ ସଫେଦ ମୁସଲି ଚାଷୀର ଦୁରବସ୍ଥା ଭୋଗିବାକୁ ପଡ଼ିପାରେ । ଅନୁରୂପ ଭାବେ ଅଶୀ ଦଶକରେ ଓଏସଏଫସିରୁ ଋଣ ନେଇ ସମୁଦ୍ର ଦେଖି ନଥିବା କିଛି ଅନଭିଜ୍ଞ ଯ...