Skip to main content

Posts

Showing posts with the label Bauxite

ଅଶାନ୍ତ ମାଳି ପର୍ବତ

ହଠାତ୍ ଅଶାନ୍ତ ହୋଇପଡିଲା ମାଳିପର୍ବତ । କୋରାପୁଟ ଜିଲ୍ଲାର ଅନ୍ୟତମ ବକ୍ସାଇଟ ଖଣି ମାଳିପର୍ବତକୁ ହିନ୍ଦାଲକୋ କମ୍ପାନିକୁ ପଟ୍ଟା ଦେବା ଉଦ୍ଦେଶ୍ୟରେ ପରିବେଶ ମଞ୍ଜୁରୀ ପ୍ରଦାନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ କଙ୍କଡାଆମ୍ୱଠାରେ ସେପ୍ଟେମ୍ୱର ୨୨, ୨୦୨୧ ରେ ଜନଶୁଣାଣି ହେଉଥିଲା । ତେବେ କମ୍ପାନି ଚାପରେ ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯାଇ ନ ଥିବାର ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଅଧିବାସୀଙ୍କ ପ୍ରବଳ ବିରୋଧ ଯୋଗୁ ଅଳ୍ପ ସମୟ ମଧ୍ୟରେ ତାହା ରଣକ୍ଷେତ୍ରରେ ପରିଣତ ହୋଇ ଜନଶୁଣାଣି ବନ୍ଦ ହୋଇଗଲା । ଏହା ପରେ ପୁଲିସ ଦ୍ୱାରା ବ୍ୟାପକ ଗିରଫଦାରି ହୋଇ ସମଗ୍ର ଅଞ୍ଚଳଟି ଅଶାନ୍ତ ହୋଇ ପଡିଛି । ତେଣୁ ଏହାର କାରଣ ବୁଝି ଉତ୍ତେଜନା ହ୍ରାସ ଲାଗି ପ୍ରୟାସର ଆବଶ୍ୟକତା ରହିଛି । ଭାରତର ଅଧାରୁ ବେଶି ବକ୍ସାଇଟ ଓଡିଶାରେ ଗଚ୍ଛିତ । କୋରାପୁଟ ଜିଲ୍ଲାର ପଞ୍ଚପୁଟମାଳି, ପଟ୍ଟାଙ୍ଗୀ, ମାଳିପର୍ବତ, ବଳଦା, କୋଡିଙ୍ଗାମାଳି, ହାତୀମାଳି, କାକରିମାଳି, ଚିନ୍ତମଗୁଣ୍ଡି, କର୍ନାପାଡିକୋଣ୍ଡା, ମେଦାମଗୁଣ୍ଡି ଆଦି ସ୍ଥାନମାନଙ୍କରେ ବକ୍ସାଇଟ ଖଣି ରହିଛି । ଏଥିମଧ୍ୟରୁ ଭାରତର ସର୍ବବୃହତ୍ ଖଣି ପଞ୍ଚପୁଟମାଳିରୁ ନାଲକୋ ଗତ ଚାରି ଦଶନ୍ଧି ଧରି ବକ୍ସାଇଟ ଉତ୍ତୋଳନ କରି ଆସୁଛି । ପ୍ରାୟ ୧୮ ବର୍ଷ ତଳେ ହିନ୍ଦାଲକୋକୁ ଆନୁମାନିକ ୯୮ ଲକ୍ଷ ଟନ ବକ୍ସାଇଟ ଥିବା ମାଳିପର୍ବତକୁ ଲିଜ୍ ଦେବା ପାଇଁ ସ୍ଥିର ହେବା ପ...