Skip to main content

Posts

Showing posts with the label Bihar Election Mahagathbandhan

ମହା ଗଠବନ୍ଧନ ଝୁଣ୍ଟିଲା କାହିଁକି ?

ଗଣତନ୍ତ୍ରରେ ଜନାଦେଶ ହିଁ ସର୍ବୋପରି । ତେବେ ସବୁ ସମୟରେ ଜନାଦେଶ ପାଇଥିବା ଗୋଟିଏ ଦଳ ବା ମେଣ୍ଟ ପ୍ରତି ଯେ ଜନ ସମର୍ଥନ ରହିଛି ତାହା ଜୋର ଦେଇ କହି ହେବ ନାହିଁ । ବିହାର ବିଧାନସଭା ନିର୍ବାଚନ ଫଳାଫଳରୁ ଅନ୍ତତଃ ଜନାଦେଶ ଓ ଜନ ସମର୍ଥନ ଏକା କଥା ହୋଇ ନ ପାରେ ବୋଲି ଏକ ଧାରଣା ସୃଷ୍ଟି ହୋଇଛି । କାରଣ ସେଠାରେ ଏନଡିଏ ଓ ମହା ଗଠବନ୍ଧନ (ଏମଜିବି) ଭଳି ଯେଉଁ ଦୁଇଟି ପ୍ରମୁଖ ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଉଭୟଙ୍କୁ ୩୭ ପ୍ରତିଶତ ଲେଖାଏଁ ଭୋଟ ମିଳିଥିଲେ ବି ଏନଡିଏକୁ ୧୨୫ଟି ଓ ଏମଜିବିକୁ  ୧ ୧୦ ଟି ଆସନ ମିଳିଛି । ବସ୍ତୁତଃ ସମଗ୍ର ରାଜ୍ୟରେ ଏନଡିଏ ମେଣ୍ଟକୁ ସମୁଦାୟ  ୧ , ୫୭ ,୦ ୦ ,୬ ୧୮  ଖଣ୍ଡ ଭୋଟ ମିଳିଥିବା ବେଳେ ଏମଜିବିକୁ  ୧ , ୫ ୬ , ୧ ୫ , ୭ ୦ ୯  ଭୋଟ ମିଳିଛି, ଅର୍ଥାତ୍ ଉଭୟ ମେଣ୍ଟ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର  ୮୪ , ୯ ୦ ୯  । ବିଡମ୍ୱନା ଏହି ଯେ ରାଜ୍ୟରେ  ୭  ଲକ୍ଷରୁ ଅଧିକ ମତଦାତା ନୋଟାରେ ଭୋଟ ଦେଇଛନ୍ତି ।  ୧ ୧ ଟି ଆସନରେ ବିଜୟୀ ପ୍ରାର୍ଥୀ ଏକ ହଜାର ଭୋଟରୁ ବି କମ ବ୍ୟବଧାନରେ ଜିତିଛନ୍ତି । ଏହି ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କଲେ ଏହା କୌଣସି ଗୋଟିଏ ମେଣ୍ଟ ସପକ୍ଷରେ ସ୍ପଷ୍ଟ ଭାବେ ନ ଥିବାରୁ ଏହାକୁ ଅତି ବେଶିରେ ଏକ ବିଖଣ୍ଡିତ ଜନାଦେଶ (ଫ୍ରାକଚରଡ ମେଣ୍ଡେଟ) ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଗାମୀ ଦିନରେ ନି...