Skip to main content

Posts

Showing posts with the label Contraction

ଆଗକୁ ଭାରତୀୟ ଅର୍ଥନୀତିର ସଙ୍କୁଚନର ଦିନ

ଦୀର୍ଘ ଦିନ ଧରି ଭାରତୀୟ ଅର୍ଥନୀତିର ଦୁଃସ୍ଥିତିକୁ ନେଇ ସରକାର ପ୍ରତ୍ୟକ୍ଷ ଭାବେ ସ୍ୱୀକାର କରୁ ନ ଥିଲେ ବି ଗତ ମେ ୨୨, ୨୦୨୦ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଯେତେବେଳେ ଆର୍ଥିକ ନୀତି ଘୋଷଣା କରିବା  ଅବସରରେ କହିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୀତି ସଙ୍କୁଚନର ସମ୍ମୁଖୀନ ହେବାକୁ ଯାଉଛି ବୋଲି ସେତେବେଳେ ଦେଶର ଅର୍ଥନୀତିର ଦୟନୀୟ ବାସ୍ତବ ସ୍ଥିତି ସମ୍ପର୍କରେ ସର୍ବସାଧାରଣଙ୍କ ବୁଝିବାକୁ ଆଉ କିଛି ଅସୁବିଧା ରହିଲା ନାହିଁ । ଅବଶ୍ୟ ଇତିମଧ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଜିଡିପିର ଅଭିବୃଦ୍ଧି ନ ହୋଇ ସଙ୍କୁଚନ ହେବ ବୋଲି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀ ୟ  ରେଟିଙ୍ଗ ସଂସ୍ଥା ପୂର୍ବାନୁମାନ କରି ସାରିଥିଲେ ଯେପରି ବର୍ଣ୍ଣଷ୍ଟେନ (-୭%), ଇକରା (-୫%) ନୋମୁରା (-୫.୨%), ଏସ ଆଣ୍ଡ ପି ଗ୍ଲୋବାଲ ରେଟିଙ୍ଗସ (- ୫%), ଫିଚ ରେଟିଙ୍ଗସ (-୫%), କ୍ରିସିଲ (-୫%), ଫିଚ ସଲ୍ୟୁସନ୍ସ (-୪.୨%), କେୟାର ରେଟିଙ୍ଗସ (-୧.୫%) ।  କିଂତୁ  ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ମଇ ୨୬, ୨୦୨୦ରେ ପ୍ରକାଶିତ ‘ଇକୋରାପ’ ରିପୋର୍ଟରେ ଏହି ସଙ୍କୁଚନ ମାଇନସ ବା ବିଯୁକ୍ତ ୬.୮ ପ୍ରତିଶତ ହୋଇପାରେ ବୋଲି ପୂର୍ବାନୁମାନ ପ୍ରକାଶ ପାଇବା ପରେ ଦେଶର ଅର୍ଥନୀତି ଯେ ଅତ୍ୟଧିକ ଚାପଗ୍ରସ୍ତ, ତାହା ସହଜରେ ଅନୁମେୟ ।      ଷ୍ଟେଟ ବ୍ୟାଙ୍କର ‘ଇକୋରାପ’ ରିପୋର୍ଟରେ ୨୦୧୯-୨୦ ଓ ୨୦୨୦-୨୧ ଆର୍...