Skip to main content

Posts

Showing posts from October, 2018

ମୋ’ ସୌନ୍ଦର୍ଯ୍ୟ ତୁମ ବୁଦ୍ଧିମତ୍ତା

କୁହାଯାଏ ତିନି ତୁଣ୍ଡରେ ଛେଳି କୁକୁର l ଅର୍ଥାତ୍ ବହୁ ଲୋକଙ୍କ ମୁହଁରୁ ସତ କଥାଟିକୁ ମିଛ ଭଳି ବାରମ୍ଵାର ପରିବେଷଣ କରାଗଲେ କ୍ରମଶଃ ପ୍ରଚାରିତ ମିଛଟି ସତ ଭଳି ଜଣା ପଡିଥାଏ l ସତଟି ମିଛ ହୋଇଯାଏ ଓ ଭଲଟି ଖରାପ ପାଲଟିଯାଏ l ଏହିଭଳି କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଜଣକର ସମ୍ମାନ ହାନି ବା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି l ଛେଳିକୁ ଭଲ ଓ ସତର ପ୍ରତୀକ ଓ କୁକୁରକୁ ଖରାପ ଓ ମିଛର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ l ସେହି ଏକା ଯୁକ୍ତିରେ ତିନି ତୁଣ୍ଡରେ କୁକୁର ମଧ୍ୟ ଛେଳି ପାଲଟି ଯାଇପାରେ , ଅର୍ଥାତ୍ ମିଛଟିଏ ସତ ହୋଇ ଯାଉଥିବା ବେଳେ ଖରାପଟି ଭଲ ପାଲଟିଯାଏ l ଘଟି ନଥିବା ଘଟଣା ବା ସେଭଳି ଭାବେ ଘଟି ନଥିବା ଘଟଣାଟିଏକୁ ଲୋକଙ୍କ ମୁହଁରେ ବାରମ୍ଵାର ପ୍ରଚାର କରାଗଲେ ତାହାର ସତ୍ୟାସତ୍ୟ ପରଖିବାର କୌଣସି ଅବକାଶ ନଥିଲେ , ତାହା ହିଁ ସତ ବୋଲି କାଳକ୍ରମେ ସାଧାରଣ ଲୋକଙ୍କ ମନରେ ଧାରଣା ବସା ବାନ୍ଧିଥାଏ ଓ କ୍ରମଶଃ ତାହା ଉପାଖ୍ୟାନ ପର୍ଯ୍ୟାୟବାଚୀ ହୋଇଯାଇଥାଏ l ଏହିପରି ସାଧାରଣ ଲୋକଙ୍କୁ ବ୍ୟବହାର କରି ଜଣେ ବ୍ୟକ୍ତିକୁ ମହିମାମଣ୍ଡିତ କରିବା ସଙ୍ଗେସଙ୍ଗେ ଜନ ସାଧାରଣଙ୍କ ସମ୍ମୁଖରେ ତାର ଏକ ଭିନ୍ନ ଛବି ପ୍ରସ୍ତୁତ କରିହୁଏ l ଅନେକ ପ୍ରବ