Skip to main content

Posts

Showing posts with the label EPI Zero-emission India Odia

ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥିତି

ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ୟେଲ ବିଶ୍ୱବିଦ୍ୟାଳୟ ଓ କଲମ୍ୱିଆ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରତି ଦୁଇ ବର୍ଷରେ ଥରେ ପ୍ରକାଶ ପାଉଥିବା ‘ପରିବେଶଗତ ପ୍ରଦର୍ଶନ ସୂଚକାଙ୍କ’ (ଏନଭାଇରନମେଣ୍ଟାଲ ପରଫର୍ମାନ୍ସ ଇଣ୍ଡେକ୍ସ ବା ଇପିଆଇ)ର ୨୦୨୨ରେ ପ୍ରକାଶିତ ରିପୋର୍ଟରେ ୧୮୦ଟି ଦେଶର ତାଲିକାରେ ଭାରତ ସବା ତଳେ ରହିଛି । ୧୧ଟି ବର୍ଗରେ ସ୍ଥାନିତ ଭିନ୍ନ ଭିନ୍ନ ୪୦ଟି ପ୍ରଦର୍ଶନ ସୂଚକକୁ ବ୍ୟବହାର କରି ଜଳବାୟୁ ପରିବର୍ତ୍ତନର ପ୍ରଶମନ, ପରିବେଶଗତ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ପରିମଣ୍ଡଳୀୟ ପ୍ରାଣଶକ୍ତିର ବୃଦ୍ଧି (ଇକୋସିଷ୍ଟମ ଭାଇଟାଲିଟି) ଭଳି ତିନୋଟି ଲକ୍ଷ୍ୟ ହାସଲ କରିବା ଲାଗି ବିଭିନ୍ନ ଦେଶ କରିଥିବା ପ୍ରୟାସ ଆଧାରରେ ପ୍ରସ୍ତୁତ ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ସବୁ ଦେଶର ସ୍ଥିତି ନିର୍ଦ୍ଧାରଣ କରି ଦେଶଗୁଡିକର ସ୍ଥାନ ନିର୍ଦ୍ଧାରିତ ହୋଇଥାଏ । ସେହି କ୍ରମରେ ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ଗୋଟିଏ ବର୍ଗର ୯ଟି ସୂଚକ, ପରିବେଶଗତ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବାୟୁର ଗୁଣବତ୍ତା, ବର୍ଜ୍ୟ ପରିଚାଳନା, ଜଳ ଓ ପରିମଳ ବ୍ୟବସ୍ଥା, ଭାରି ଧାତବ (ହେଭି ମେଟାଲ) ଭଳି ୪ଟି ବର୍ଗର ୧୨ଟି ସୂଚକ ଓ ପରିମଣ୍ଡଳୀୟ ପ୍ରାଣଶକ୍ତି ବୃଦ୍ଧି ପାଇଁ ଜୈବ ବିବିଧତା ଓ ପ୍ରାକୃତିକ ବାସସ୍ଥଳୀ, ପରିମଣ୍ଡଳୀୟ ସେବା, ମତ୍ସ୍ୟ, କୃଷି, ଏସିଡ ବର୍ଷା, ଜଳ ଉତ୍ସ ପରି ୬ଟି ବର୍ଗର ୧୮ଟି ସୂଚକରେ ତଥ୍ୟ ସଂଗ୍ରହ କରି ପ୍ରତ୍ୟେକ ଦେଶର ପ୍ରଦର୍ଶନ ଆଧାରରେ ଅଙ୍...