Skip to main content

Posts

Showing posts from June, 2023

ବିହନ ଗୁଳାରେ ସବୁଜ ବଳୟ

ପ୍ରତିବର୍ଷ ଜୁଲାଇ ମାସ ଆସିଲେ ବନ ମହୋତ୍ସବମାନ ଆୟୋଜିତ ହୋଇ ଜନସାଧାରଣଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ ପ୍ରତି ଆଗ୍ରହ ଓ ତତ୍ପରତା ପ୍ରକାଶ ପାଇଥାଏ, ଯାହା ସ୍ୱାଗତଯୋଗ୍ୟ । ତେବେ ଚାରାରୋପଣ ପରେ ସେଗୁଡ଼ିକର ଯତ୍ନ ନେବା ପାଇଁ ସେତିକି ଆଗ୍ରହ ପ୍ରକାଶ ପାଉ ନଥିବାରୁ ସେଥିରୁ କେତେ ଗଛ ବଞ୍ଚିଲା କି ମଲା ତା’ର ହିସାବ ଆଉ ପ୍ରାୟ କାହା ପାଖରେ ନଥାଏ । ଅନେକଙ୍କ ପାଇଁ ଏହା ଏକ ଫଟୋ ଉଠା କାର୍ୟ୍ୟକ୍ରମ ହୋଇ ସାମାଜିକ ଗଣମାଧ୍ୟମରେ ପ୍ରଚାରର ବିଷୟ ଭାବେ ସୀମିତ ହୋଇରହିଯାଏ । ବସ୍ତୁତଃ, ପୃଥିବୀ ସାରା ପ୍ରାୟ ୯୯ ପ୍ରତିଶତ ଗଛ ଆପେ ଆପେ ଉଠୁଥିବାରୁ ମଣିଷର ବିନା ହସ୍ତକ୍ଷେପରେ ବି ମଞ୍ଜି ପଡ଼ି ଗଛ ସୃଷ୍ଟି ହୋଇ ପ୍ରାକୃତିକ ଉପାୟରେ ସବୁଜ ବଳୟର ରକ୍ଷା ହୋଇପାରନ୍ତା । କିନ୍ତୁ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ଗଛ ଓ ଜଙ୍ଗଲ ତୁଳନାରେ ମଣିଷ ଅଧିକ ସଂଖ୍ୟକ ଗଛ କାଟି ଚାଲିଥିବାରୁ ଜଙ୍ଗଲର ଦ୍ରୁତ କ୍ଷୟ ହୋଇ ବୃକ୍ଷରୋପଣର ଆବଶ୍ୟକତା ଉପୁଜେ । ବିକାଶ ନାମରେ ନିତିପ୍ରତି ଯଥାଅଯଥାରେ ଲକ୍ଷ ଲକ୍ଷ ବୃକ୍ଷ ବଳି ପଡ଼ୁଥିବାର ଦେଖାଯାଏ । ସାରା ବିଶ୍ୱରେ କେବଳ ଗତ ୧୪ ବର୍ଷ ମଧ୍ୟରେ ୪.୩ କୋଟି ହେକ୍ଟର ଜଙ୍ଗଲ କ୍ଷୟ ହେବା ଉଦବେଗଜନକ । ଭୂପୃଷ୍ଠ ଏହିପରି ଭାବେ ବୃକ୍ଷଶୂନ୍ୟ ହୋଇଯାଉଥିବା ବେଳେ କେବଳ ଚାରାରୋପଣ କରି ସେହି କ୍ଷତିକୁ ଭରଣା କରିବା ଏକ ପ୍ରକାର ଅସମ୍ଭବ । ତେଣୁ ଦ୍ରୁତ ପୁନଃ ବନୀକରଣ ପାଇଁ ବିହନ ଗୁଳାକୁ ଉପଯୋଗରେ

ଏତେ ଭାରତୀୟ ନାଗରିକତା ଛାଡୁଛନ୍ତି କାହିଁକି ?

ବିଶ୍ୱର ଅଧିକାଂଶ ଲୋକ ଯେଉଁ ଦେଶରେ ଜନ୍ମ ହୋଇଥାଆନ୍ତି ସେହିଠାରେ ହିଁ ସାରା ଜୀବନ ବିତାଇବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ପ୍ରତି ୩୦ ଜଣରେ କେବଳ ମାତ୍ର ଜଣେ ସ୍ୱେଚ୍ଛାରେ ବା ବାଧ୍ୟ ହୋଇ ପ୍ରବାସୀ ଭାବେ ଜୀବନ ବିତାଇଥାଏ । ଏକ ଆକଳନ ଅନୁସାରେ ୨୦୨୦ରେ ସାରା ବିଶ୍ୱରେ ପ୍ରାୟ ୨୮.୧୦ କୋଟି ବା ସମୁଦାୟ ଜନସଂଖ୍ୟାର ୩.୬ ପ୍ରତିଶତ ଲୋକ ଅନ୍ତର୍ଜାତୀୟ ପ୍ରବାସୀ ଭାବେ ଜୀବନ ଅତିବାହିତ କରୁଛନ୍ତି । ଗତ ୫୦ ବର୍ଷ ମଧ୍ୟରେ ଏହି ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇସାରିଲାଣି ।  ତେବେ ଲୋକମାନେ କେବଳ ଯେ ଉଚ୍ଚତର ଶିକ୍ଷା, ନିଯୁକ୍ତି ଓ ରୋଜଗାର ସୁଯୋଗ ଆଶାରେ ପ୍ରବାସୀ ଭାବେ ଅନ୍ୟ ଦେଶକୁ ଯାଆନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ କେତେକ ନିଜ ଦେଶର ନାଗରିକତା ପରିତ୍ୟାଗ କରି ସେମାନେ ଯାଇଥିବା ଦେଶର ନାଗରିକତା ଗ୍ରହଣ କରିବାକୁ ପସନ୍ଦ କରିଥାଆନ୍ତି । ଗତ କିଛି ବର୍ଷ ଧରି ଏହିପରି ଭାବେ ଭାରତୀୟ ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିବାରେ ଭାରତୀୟମାନେ ଅନ୍ୟ ସବୁ ଦେଶ ତୁଳନାରେ ଆଗରେ ଅଛନ୍ତି । ବିଦେଶ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତା ପରିତ୍ୟାଗ କରିଛନ୍ତି । କେବଳ ୨୦୨୨ରେ ୨.୨୫ ଲକ୍ଷ ଭାରତୀୟ ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି ଯାହା ଏକ ସର୍ବକାଳୀନ ରେକର୍ଡ । ତନ୍ମଧ୍ୟ

ମାଂସାହାର କମାନ୍ତୁ, ଦେହଦୁନିଆ ବଞ୍ଚାନ୍ତୁ

ଗତ ୩୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମାଂସ ଭକ୍ଷଣର ପରିମାଣ ଦୁଇ ଗୁଣ ବୃଦ୍ଧି ପାଇ ୨୦୨୨ରେ ତାହା ୩୬ କୋଟି ଟନରେ ପହଞ୍ଚି ସାରିଲାଣି । ଏହି ହାରରେ ମାଂସ ଭକ୍ଷଣ ଜାରି ରହିଲେ ୨୦୫୦ ସୁଦ୍ଧା ମାଂସର ଚାହିଦା ପ୍ରାୟ ୫୭ କୋଟି ଟନକୁ ବୃଦ୍ଧି ପାଇବ । ସେଥିପାଇଁ ଶିଳ୍ପ ଢ଼ାଞ୍ଚାରେ ସଘନ ମାଂସ ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେବ । ସଘନ ମାଂସ ଉତ୍ପାଦନ ଦ୍ୱାରା ଜଙ୍ଗଲ କ୍ଷୟ ହେବା ସହ, ଜଳ ପ୍ରଦୂଷିତ ହେଉଛି ଓ ପୃଥିବୀ ଅଧିକ ଉତ୍ତପ୍ତ ହେଉଥିବାରୁ ତାହା ଉଦବେଗର କାରଣ ପାଲଟିଛି । ଆମେରିକା, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନିଉଜିଲାଣ୍ଡ, ସ୍ପେନ ଭଳି ଦେଶଗୁଡ଼ିକରେ ବାର୍ଷିକ ମାଂସାହାର ମୁଣ୍ଡ ପିଛା ୧୦୦ କିଲୋଗ୍ରାମରୁ ମଧ୍ୟ ଅଧିକ । ଅବଶ୍ୟ ଭାରତରେ ତାହା ମାତ୍ର ୬.୮୨ କିଲୋଗ୍ରାମ ହୋଇଥିଲେ ବି ଅଧିକ ସଂଖ୍ୟକ ବ୍ୟକ୍ତି ମାଂସାହାରୀ ହେଉଥିବାରୁ ଏଠାରେ ମାଂସ ଭକ୍ଷଣର ପରିମାଣରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି । ତେଣୁ ମାଂସ ଭକ୍ଷଣର ପରିମାଣକୁ ହ୍ରାସ କରିବା ପାଇଁ ସାରା ବିଶ୍ୱରେ ବିମର୍ଶ ବୃଦ୍ଧି ପାଇବାକୁ ଲାଗିଲାଣି । ମାଂସାହାର ହ୍ରାସ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ପ୍ରକୃତପକ୍ଷେ ଉଭୟ ମଣିଷ ଓ ପୃଥିବୀର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖାଯାଇପାରିବ । ଆମେରିକା ଭଳି ଦେଶରେ ଲୋକମାନେ ଅନୁମୋଦିତ ପରିମାଣଠାରୁ ୩ରୁ ୬ ଗୁଣ ଅଧିକ ମାଂସ ଭକ୍ଷଣ କରିଥାନ୍ତି । ଅତିମାତ୍ରାରେ ମାଂସ ଭକ୍ଷଣ କରୁଥିବା ଲ

ସୁରକ୍ଷା ନା ବେଗ, କେଉଁଟି ଆଗ

ବାହାନଗାଠାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ଦେଶରେ ରେଳସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ଲାଗିଛି । ଅନ୍ୟ ପକ୍ଷରେ ସେହି ଅସୁରକ୍ଷିତ ବ୍ୟବସ୍ଥାରେ ବ୍ୟାପକ ସୁଧାର ନ ଆଣି ‘ବନ୍ଦେ ଭାରତ’ ଭଳି ଅଧିକ ସଂଖ୍ୟକ ଦ୍ରୁତଗାମୀ ରେଳ ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି । ଏନଡ଼ିଏ ସରକାର କ୍ଷମତାକୁ ଆସିବା ପରେ ଅଧିକ ସଂଖ୍ୟକ ବେଗସମ୍ପନ୍ନ ଟ୍ରେନ ଚଳାଚଳ ଉପରେ ଗୁରୁତ୍ୱ ଦିଆହୋଇଛି । ରେଳ ବ୍ୟବସ୍ଥାରେ ସରକାରଙ୍କ ତରଫରୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଥିଲେ ବି ସେଥିରୁ ସିଂହଭାଗ ଷ୍ଟେସନ ଓ ପ୍ଲାଟଫର୍ମଗୁଡ଼ିକର ଆଧୁନିକୀକରଣ ଓ ଦ୍ରୁତଗାମୀ ନୂଆ ଟ୍ରେନର ପ୍ରଚଳନ ପାଇଁ ବିନିଯୋଗ ହୋଇଥିଲା ବେଳେ ଅତ୍ୟାବଶ୍ୟକ ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ସେତେ ଅଧିକ ଧ୍ୟାନ ଦିଆଯାଇ ନାହିଁ । ବେଗ ବୃଦ୍ଧି ଆକାଂକ୍ଷିତ ନିଶ୍ଚୟ । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଦୁର୍ବଳ ଭିତ୍ତିଭୂମି ଉପରେ ଦ୍ରୁତଗାମୀ ରେଳ ଚଳାଚଳକୁ ପ୍ରୋତ୍ସାହିତ କରିବା କେତେ ଦୂର ସମୀଚୀନ ? ଅର୍ଥାତ୍ ଉଭୟ ସୁରକ୍ଷା ଓ ବେଗ ବୃଦ୍ଧି ସ୍ପୃହଣୀୟ ହୋଇଥିଲେ ବି ସମ୍ୱଳର ସୀମିତତା ଦୃଷ୍ଟିରୁ ତନ୍ମଧ୍ୟରୁ, ସୁରକ୍ଷା ନା ବେଗ, କେଉଁଟିକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ, ତାହା ବିବେଚନାର ବିଷୟ । ଗତ କିଛି ବର୍ଷ ଧରି ରେଳ ଦୁର୍ଘଟଣା ହ୍ରାସ ପାଇଥିଲେ ବି ଏବେ ମଧ୍ୟ ଟ୍ରେନ ଲାଇନଚ୍ୟୁତ ହେବା, ନିଆଁ ଲାଗିବା, ମୁହାଁମୁହିଁ ଧକ୍କା ହେବା ଓ ରେଳ ଫାଟକ ପରି

ତୁର୍କୀ ରାଷ୍ଟ୍ରପତି ଏର୍ଦୋଆନଙ୍କ ପୁନଃ ବିଜୟର ଅର୍ଥ କ’ଣ ?

ତୁର୍କୀର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ମେ, ୨୦୨୩ରେ ଅନୁଷ୍ଠିତ ନିର୍ବାଚନ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଦେଶ ଓ ଦେଶ ବାହାରେ ରହୁଥିବା ପ୍ରାୟ ସାଢ଼େ ୬ କୋଟି ତୁର୍କୀ ମତଦାତା ଅଂଶଗ୍ରହଣ କରିଥିବା ଏହି ନିର୍ବାଚନର ଫଳାଫଳ ଉପରେ ସମଗ୍ର ବିଶ୍ୱର ଧ୍ୟାନ କେନ୍ଦ୍ରିତ ଥିଲା । କାରଣ ଗୋଟିଏ ପଟେ ଦୀର୍ଘ ୨୦ ବର୍ଷ ଧରି କ୍ଷମତାରେ ରହି ଆସିଥିବା ଶକ୍ତିଶାଳୀ ରାଷ୍ଟ୍ରପତି ଏର୍ଦୋଆନ ଥିଲା ବେଳେ ତାଙ୍କ ବିପକ୍ଷରେ ଥିବା ଅପେକ୍ଷାକୃତ ଅନଭିଜ୍ଞ କ୍ଲୁଚଦାରୋଲୁଙ୍କ ପଛରେ ଥିଲା ପ୍ରବଳ ଜନ ସମର୍ଥନ । ନିର୍ବାଚନରେ ଏର୍ଦୋଆନଙ୍କ ପରାଜୟର ପୂର୍ବାନୁମାନ କରାଯାଉଥିଲା ବେଳେ ତାଙ୍କର ବିଜୟ ଅନେକଙ୍କୁ କେବଳ ଯେ ବିସ୍ମିତ କରିଛି ତାହା ନୁହେଁ, ବରଂ ଦେଶର ଶାସନ ଓ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ତା’ର କି ପ୍ରଭାବ ପଡ଼ିବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାକୁ ଲାଗିଲାଣି ।  ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ତଥା ନ୍ୟାୟ ଓ ବିକାଶ ଦଳ (ଏକେ ପାର୍ଟି)ର ନେତା ରିଚେପ ତାୟିପ ଏର୍ଦୋଆନ ୪ ଦଳୀୟ ପିପୁଲସ୍ ଆଲାଏନ୍ସ ମେଣ୍ଟ ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ରିପବ୍ଲିକାନ ପିପୁଲସ୍ ପାର୍ଟିର ନେତା କେମାଲ କ୍ଲୁଚଦାରୋଲୁ ଯେ ୬ ଦଳୀୟ ନ୍ୟାସନାଲ ଆଲାଏନ୍ସ ମେଣ୍ଟ ତରଫରୁ ପ୍ରାର୍ଥୀ ହୋଇଥିଲେ । ମେ ୧୪, ୨୦୨୩ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଦଫା ନିର୍ବାଚନରେ ଏର୍ଦୋଆନ ୪୯.୫ ପ୍