Skip to main content

Posts

Showing posts with the label Violence in Manipur Kumi Meitei Naga India Odia

‘ମୋ ମଣିପୁର ଜଳୁଛି’

‘ମୋ ରାଜ୍ୟ ଜଳୁଛି । ଦୟାକରି ସାହାଯ୍ୟ କର’ । କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଟ୍ୱିଟ ମାଧ୍ୟମରେ ଏପରି ଆକୁଳ ନିବେଦନଟିଏ କରିଥିଲେ ମଣିପୁରର ଖ୍ୟାତନାମା ମୁଷ୍ଟିଯୋଦ୍ଧା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ମେରି କମ୍ । ମଣିପୁରର ଇମ୍ଫାଲ, ଚୁରାଚାନ୍ଦପୁର ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଘଟି ଆଧିକାରିକ ଭାବେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଆହୁରି ଅଧିକ ବୋଲି ଜଣାପଡ଼ୁଛି । ହଜାର ହଜାର ଲୋକ ନିଜ ଘର ଛାଡ଼ି ଶରଣାର୍ଥୀ ଭାବେ ଅନ୍ୟତ୍ର ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଛନ୍ତି । ଯେଉଁ ଭଳି ବିଜୁଳି ବେଗରେ ହିଂସା ବ୍ୟାପିଗଲା ତା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ନଥିବାରୁ ସଂଘଟିତ ହିଂସାର ସେମାନେ କେବଳ ମୂକଦର୍ଶକ ସାଜିଲେ ଯାହା । ଘଟଣାକ୍ରମ ଥିଲା କିଛିଟା ଏହିପରି । ଏପ୍ରିଲ ୩୦, ୨୦୨୩ରେ ମେତିମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରିବାଲାଗି କେନ୍ଦ୍ର ସରକାରଙ୍କୁ ଅନୁମୋଦନ କରି ପ୍ରସ୍ତାବ ପଠାଇବା ପାଇଁ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶିତ କରିଥିଲେ । ଏବେ ମେତିମାନେ  ଅନୁସୂଚିତ ଜାତି ଓ ପଛୁଆ ବର୍ଗରେ ସ୍ଥାନ ପାଇଛନ୍ତି । ହାଇକୋର୍ଟଙ୍କ ଆଦେଶ ଯୋଗୁଁ ଆଦିବାସୀମାନଙ୍କର ସମ୍ୱିଧାନ ପ୍ରଦତ୍ତ ସୁରକ୍ଷା ଓ ଅଧିକାର ବାଧିତ ହେବାର ଆଶଙ୍କା କରି ସେମା...