Skip to main content

Posts

Showing posts with the label Vietnam

ବିନା ଲକଡାଉନରେ କରୋନା ମୁକାବିଲା

ଆମେରିକା, ବ୍ରିଟେନ, ଇଟାଲି, ଜର୍ମାନୀ, ଫ୍ରାନ୍ସ, ସ୍ପେନ ଭଳି ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଥିବା ବିକଶିତ ଦେଶମାନେ କରୋନା ମୁକାବିଲା କରିବାକୁ ନାକେଦମ ହେଉଥିବା ବେଳେ ଆମେ ସେମାନଙ୍କ ଆଗରେ କ'ଣ ବୋଲି ପଚାରି, ତେଣୁ ତାର ଏକମାତ୍ର ଉପାୟ ଲକଡାଉନ ମାଧ୍ୟମରେ ସାମାଜିକ ଦୂରତା ବୋଲି ବାରମ୍ବାର କୁହାଯାଉଥିବାରୁ ଦେଶବାସୀ ଏହାକୁ ଏକ ପ୍ରକାର ଗ୍ରହଣ କରି ନେଇଛନ୍ତିି । ତେବେ ଅପେକ୍ଷାକୃତ ଅନୁନ୍ନତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଥିବା ସ ତ୍ତ୍ଵେ  ଦେଶବ୍ୟାପୀ ଲକଡାଉନ ନ କରି ଯେ କରୋନାକୁ ସଫଳତାର ସହ ମୁକାବିଲା କରି ହୁଏ, ତାହା ଭିଏତନାମ ଭଳି ଏକ ଛୋଟ ଦେଶ ପ୍ରମାଣ କରି ଦେଖାଇଛି । କରୋନା ମହାମାରୀକୁ ମୁକାବିଲା କଲା ବେଳେ ପ୍ରଥମେ ନାଗରିକଙ୍କ ଜୀବନ ରକ୍ଷା ହେଉ ପରେ ଜୀବିକା ଓ ଅର୍ଥନୀତି କଥା ଦେଖାଯିବ ବୋଲି ଗ୍ରହଣ କରୁଥିବା ଦେଶମାନେ ଲକଡାଉନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ନାଗରିକଙ୍କ ଜୀବନର ସୁରକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ଜୀବିକା ତଥା ଦେଶର ଅର୍ଥନୀତିର ସୁରକ୍ଷା ସମ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରୁଥିବା ଦେଶମାନେ ସେମାନଙ୍କ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ନିଷ୍ପ ତ୍ତି କୁ ଗ୍ରହଣ କରିନାହାନ୍ତି । ସ୍ୱିଡେନ, ଜାପାନ ଭଳି ବିଶ୍ୱର କେତେକ ଦେଶ ସମ୍ପୂର୍ଣ୍ଣ ଲକଡାଉନ ନ କରି ବି ସମସ୍ୟାର ମୁକାବିଲା କରିଛନ୍ତି । ତେବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ନ କରି କରୋନା ମୁକାବିଲା କରିବା...