Skip to main content

Posts

Showing posts with the label Digital Detox India Odia

ଡିଜିଟାଲ ବିଷ ବଳୟରୁ ମୁକ୍ତି

ଭାରତରେ ମୋବାଇଲ ଫୋନର ବ୍ୟବହାର ବଢି ଚାଲିଛି । ମୋବାଇଲ ଡାଟା ଓ ଆନାଲିଟିକ ସଂସ୍ଥା ‘ଆପ ଆନି’ ତରଫରୁ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ୨୦୨୧ରେ ଭାରତୀୟମାନେ ଦୈନିକ ହାରାହାରି ୪.୭ ଘଣ୍ଟା ମୋବାଇଲରେ ବିତାଇଛନ୍ତି । କୋଭିଡ ପୂର୍ବରୁ ୨୦୧୯ରେ ଏହା ଦୈନିକ ୩.୭ ଘଣ୍ଟା ଥିଲା । ସୁତରାଂ ଦୁଇ ବର୍ଷ ଭିତରେ ମୋବାଇଲ ବ୍ୟବହାର ପ୍ରାୟ ୩୭ ପ୍ରତିଶତ ବୃଦ୍ଧି ପାଇଛି । ଭାରତୀୟମାନେ ମୋବାଇଲରେ ସମୁଦାୟ ୬୬,୫୦୦ କୋଟି ଘଣ୍ଟା ଅତିବାହିତ କରିଥିବାରୁ ବ୍ରାଜିଲ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ ଓ ମେକ୍ସିକୋ ପଛକୁ ସମଗ୍ର ବିଶ୍ୱରେ ଭାରତ ପଞ୍ଚମ ସର୍ବାଧିକ ମୋବାଇଲ ବ୍ୟବହାରକାରୀ ଦେଶ ରୂପେ ଉଭା ହୋଇଛି । ଉଲ୍ଲେଖଯୋଗ୍ୟ ଯେ ବିଶ୍ୱବାସୀ ଦୈନିକ ହାରାହାରି ୩.୨୫ ଘଣ୍ଟା ମୋବାଇଲ ବ୍ୟବହାର କରୁଥିବା ବେଳେ ଭାରତୀୟମାନେ ତା’ଠାରୁ ପ୍ରାୟ ଦେଢଗୁଣ ଅଧିକ ବ୍ୟବହାର କରୁଛନ୍ତି । ଭାରତୀୟମାନେ ଦିନର ଯେତିକି ସମୟ ଜାଗ୍ରତ ରହୁଛନ୍ତି ତା’ର ପ୍ରାୟ ଏକ-ତୃତୀୟାଂଶ ସମୟ ମୋବାଇଲରେ ବିତୁଛି । ସେହିପରି ଭାରତୀୟମାନେ ଦୈନିକ ହାରାହାରି ୩.୫ ଘଣ୍ଟା ଟିଭି ଦେଖାରେ ବିତାଉଛନ୍ତି ଏବଂ କମ୍ପ୍ୟୁଟର ଜାଣିଥିବା ଲୋକଙ୍କର କମ୍ପ୍ୟୁଟର ଆଗରେ ଯଥେଷ୍ଟ ସମୟ ଅତିବାହିତ ହେଉଛି । ଫଳରେ ପରିବାର ଓ ପରିଜନଙ୍କ ସହ ଦୁଇ ପଦ କଥା ହେବା ପାଇଁ ବା ହସଖୁସିରେ ସମୟ ବିତାଇବା ପାଇଁ ଲୋକଙ୍କ ପାଖରେ ଆଉ ବଳକା ସମୟ ରହୁନାହିଁ । ଇଲେକ୍ଟ୍ରୋନିକ ଉପକରଣର ବ୍ୟବହାର ଯେତିକି ବଢୁଛି ସମ...