Skip to main content

Posts

Showing posts from April, 2019

ପରିସଂଖ୍ୟାନ ଚପାଇ ଦେବା ଏକ ଅସୁସ୍ଥ ଧାରା

ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନମାନଙ୍କରେ କାର୍ଯ୍ୟରତ ୧୦୮ଜଣ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଓ ସମାଜବିଜ୍ଞାନୀ ଯେତେବେଳେ ଭାରତ ସରକାରଙ୍କୁ ତଥ୍ୟ ଲୁଚାଇବାରୁ ନିବୃ ତ୍ତ  ହେବା ପାଇଁ ଅପିଲ କଲେ, ସରକାର ତଥ୍ୟ ଲୁଚାଇବାର ପ୍ରୟାସ କରୁଥିବାର ବା ର୍ତ୍ତା  ବିଦେଶ ପର୍ଯ୍ୟନ୍ତ ପହ ଞ୍ଚି ଲା ଓ ଉଭୟ ଦେଶ ତଥା ସରକାରଙ୍କ ଭାବମୂ ର୍ତ୍ତି  ଲାଗି ହାନିକାରକ ସାବ୍ୟସ୍ତ ହେଲା । କେବଳ ସେତିକି ନୁହେଁ, ଅର୍ଥନୀତିଜ୍ଞ ଓ ପରିସଂଖ୍ୟାନବିଦମାନେ ସେମାନଙ୍କ ନୀତି ଓ ଆଦର୍ଶଗତ ବିଭେଦର ଊଦ୍ଧ୍ୱର୍କୁ ଉଠି ଏବେକାର ତଥା ଭବିଷ୍ୟତର ସରକାରମାନଙ୍କୁ ସୁହାଉ ନଥିବା ତଥ୍ୟକୁ ଚାପିବା ପାଇଁ ସରକାରୀ କଳର ମନୋବୃ ତ୍ତି କୁ ନିନ୍ଦା କରିବା ସହ ଏପରି ଅପଚେଷ୍ଟା ବିରୁଦ୍ଧରେ ମୁହଁ ଖୋଲିବା ପାଇଁ ଆହ୍ୱାନ ଦେଇଛନ୍ତି । ଏଥି ସହିତ ସବୁ ସ୍ତରରେ ସର୍ବସାଧାରଣ ପରିସଂଖ୍ୟାନର ଉପଲବ୍ଧତା ଓ ପ୍ରାମାଣିକତା ବଜାୟ ରହିବା ସଙ୍ଗେସଙ୍ଗେ ପରିସଂଖ୍ୟାନ ଅନୁଷ୍ଠାନଗୁଡିକର ସ୍ୱାୟତତାର ପୁନଃ ପ୍ରତିଷ୍ଠା ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ସରକାରଙ୍କ ଦ୍ୱାରା ସର୍ବସାଧାରଣଙ୍କ ସମ୍ମୁଖରେ ସଠିକ ତଥ୍ୟ ଉପସ୍ଥାପନ କରିବା ନେଇ ସତରେ କଣ ଏପରି କିଛି ଅନିୟମିତତା ହୋଇଛି ଯେଉଁଥିପାଇଁ ଅର୍ଥନୀତିଜ୍ଞମାନଙ୍କୁ ଏଭଳି ଚରମ ପଦକ୍ଷେପ ନେବାକୁ ପଡିଲା ? ଜାତୀୟ ନମୁନା ସର୍ଭେକ୍ଷଣ ସଂଗଠନ (ଏନଏସଏସଓ) ଦ୍ୱାରା ନିଯୁକ୍ତି ସ୍ଥିତିର ଆକଳନ ପାଇଁ ନିୟମିତ

'ନିର୍ବାଚନୀ ବଣ୍ଡ'ର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ

୨୦୧୭-୧୮ ଆର୍ଥିକ ବର୍ଷରେ ଜାରି ହୋଇଥିବା ୨୨୨ କୋଟି ଟଙ୍କାର ନିର୍ବାଚନୀ ବଣ୍ଡରୁ କେବଳ ବିଜେପି ଦଳ ୨୧୦ କୋଟି ଟଙ୍କା ଅର୍ଥାତ ପ୍ରାୟ ୯୪ ପ୍ରତିଶତର ସିଂହଭାଗ ହାତେଇବା କଥା ଜଣା ପଡିବା ପରେ ଏହା ଅନେକଙ୍କୁ ବିସ୍ମିିତ କରିଥିଲା । ଏହି ସମୟରେ କଂଗ୍ରେସ ଦଳ ମାତ୍ର ୫ କୋଟି ଟଙ୍କା ପାଇଥିବା ବେଳେ ଅନ୍ୟ ସବୁ ଦଳ ମିଶି ମାତ୍ର ୭ କୋଟି ଟଙ୍କା ପାଇଥିବା ଜଣା ପଡିଲା । ଅଡିଟ ପରେ ୨୦୧୮-୧୯ ଆର୍ଥିକ ବର୍ଷର ସ୍ଥିତି ସ୍ପଷ୍ଟ ହେବାକୁ ଥିଲେ ମଧ୍ୟ ଶାସକ ବିଜେପି ଦଳ ଯେ ନିର୍ବାଚନୀ ବଣ୍ଡ ଯୋଜନାର ସର୍ବାଧିକ ଲାଭାର୍ଥୀ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଶାସକ ଦଳର ଚୁମ୍ବକୀୟ ଆକର୍ଷଣ ନିର୍ବାଚନୀ ବଣ୍ଡକୁୁ ତା ନିକଟକୁୁ ଟାଣି ନେଇଯିବା ପ୍ରଣିଧାନର ବିଷୟ ହୋଇପାରେ, କିନ୍ତୁ ତାହା ନିଶ୍ଚିତ ରୂପେ ଗଣତନ୍ତ୍ର ପ୍ରତି ବିପଜ୍ଜନକ । ନିର୍ବାଚନୀ ବଣ୍ଡର ପ୍ରଚଳନ  କରାଯିବା ବେଳେ  ଅର୍ଥମନ୍ତ୍ରୀ କହିଥିଲେ ଯେ ରାଜନୈତିକ ଦଳଗୁଡିକର  ପାଣ୍ଠି  ସଂଗ୍ରହ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବା ଦରକାର । ଏହାଦ୍ୱାରା ଦଳଗୁଡିକ ସ୍ୱଚ୍ଛ ଟଙ୍କା ପାଇବେ ଓ ପ୍ରଚଳିତ ଅସ୍ୱଚ୍ଛ  ପାଣ୍ଠି  ସଂଗ୍ରହ ପ୍ରକ୍ରିୟାର ପରିସମାପ୍ତି ଘଟି ଏକ ଯଥେଷ୍ଟ ସ୍ୱଚ୍ଛ ପ୍ରକ୍ରିୟାର ଅୟମାରମ୍ଭ ହେବ । ହଜାରେ, ଦଶ ହଜାର, ଲକ୍ଷେ, ଦଶ ଲକ୍ଷ ଓ ଏକ କୋଟି ଟଙ୍କା ମୂଲ୍ୟର ଏହି ବଣ୍ଡଗୁଡିକ ସାରା ଦେଶରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨୯ଟି ଭାରପ୍ରାପ୍ତ ଶାଖାରେ ବର୍ଷ

‘ନ୍ୟାୟ’ – ସଫଳ ନିର୍ବାଚନୀ ଆୟୁଧ ହେବ?

ନିର୍ବାଚନର ଅଳ୍ପ କେଇ ଦିନ ପୂର୍ବରୁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ଦ୍ୱାରା ‘ନ୍ୟୂନତମ ଆୟ ଯୋଜନା’ (ନ୍ୟାୟ) ସମ୍ପର୍କରେ ଘୋଷଣା ହେବା ପରେ ବିଧିବଦ୍ଧ ଭାବେ ତାହା ଦଳର ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇଛି । ସେ ଯୋଜନାଟିକୁ ‘ଦାରିଦ୍ର‌୍ୟ ବିରୁଦ୍ଧରେ ସର୍ଜିକାଲ ଷ୍ଟ୍ରାଇକ’ ବୋଲି ଅଭିହିତ କରିଛନ୍ତି । ଯୋଜନା ପାଇଁ ଏତେ ଟଙ୍କା କେଉଁଠୁ ଆସିବ ବୋଲି ଅନେକେ ପ୍ରଶ୍ନ ଉଠାଉଥିବା ବେଳେ, କଂଗ୍ରେସ ଦ୍ୱାରା ଅତୀତରେ ମନରେଗା କାର୍ଯ୍ୟକ୍ରମ ଓ ଋଣଛାଡ ଘୋଷଣା ବେଳେ ବିରୋଧୀମାନେ ଠିକ ଏଭଳି ପଚାରୁଥିଲେ ବୋଲି ଦଳ କହିଛି । ଯୋଜନା ପାଇଁ କେଉଁ ଉତ୍ସରୁ ଅର୍ଥ ଆସିବ, ତାହା ସ୍ପଷ୍ଟ ହୋଇ ନଥିବାରୁ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଏହାର କ୍ରିୟାନ୍ୱୟନକୁ ନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ । ଗରିବ ଲୋକଙ୍କର ମଧ୍ୟ ସମ୍ମାନର ସହ ଜୀବନ ନିର୍ବାହ କରିବାର ଅଧିକାର ଅଛି ଓ ସେମାନଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେମାନଙ୍କୁ ଏକ ସର୍ବନିମ୍ନ ଆୟର  ଗ୍ୟାରେଣ୍ଟି  ପ୍ରଦାନ କରିବାକୁ ହେବ ବୋଲି କ୍ରମଶଃ ବିଶ୍ୱବ୍ୟାପୀ ଏକ ଜନମତ ସୃଷ୍ଟି ହେଲାଣି । ‘ନ୍ୟାୟ’ ଏହି ଭଳି ଏକ ଯୋଜନା ଯେଉଁଥିରେ ଦେଶର ସର୍ବନିମ୍ନ ଆୟବର୍ଗର ୫ କୋଟି ଗରିବ ପରିବାରଙ୍କ ବ୍ୟାଙ୍କ ଖାତାରେ ମାସିକ ହାରାହାରି ୬୦୦୦ ଟଙ୍କା ଲେଖାଏଁ ଏହିପରି ବର୍ଷକୁ ୭୨୦୦୦ ଟଙ୍କା ଜମା କରାଯିବାର ପ୍ରତିଶ୍ରୁତି ଦିଆଯାଇ ସେମାନଙ୍କ ମାସିକ ଆୟକୁ ୧୨ ହଜାର ଟଙ୍କାକୁ