Skip to main content

Posts

Showing posts from December, 2019

ପିଆଜ ଦର ଏମିତି ବେଲଗାମ କାହିଁକି ?

ସଂସଦରେ ଆଲୋଚନା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେତେବେଳେ କହିଲେ ଯେ ତାଙ୍କ ଘରେ ପିଆଜର ବ୍ୟବହାର ଅଧିକ ନଥିବାରୁ ପିଆଜର ମୂଲ୍ୟ ବୃଦ୍ଧି ତାଙ୍କ ପାଇଁ କୌଣସି ମାନେ ରଖେ ନାହିଁ, ସେତେବେଳେ ତାହା ଅନେକଙ୍କ ଭ୍ରୁକୁଂଚନ ସୃଷ୍ଟି କରିଥିଲା । ତେବେ ଭାତ ବା ରୁଟି ସହ ପିଆଜକୁ ଭରସା କରିଥିବା ସାଧାରଣ ଭାରତୀୟ ଉପରେ ପିଆଜର ଅହେତୁକ ମୂଲ୍ୟ ବୃଦ୍ଧିର ପ୍ରଭାବ କ'ଣ ହୋଇଛି, ତାହା ହୁଏତ ଅର୍ଥମନ୍ତ୍ରୀ ହୃଦୟଙ୍ଗମ କରିନାହାନ୍ତି । ସେଥିପାଇଁ ଏଭଳି ସମ୍ବେଦନହୀନ ମନ୍ତବ୍ୟ । ପିଆଜର ମୂଲ୍ୟ କେଜି ପିଛା ଶହେ ଟଙ୍କା ଟପିବା ପରେ ଏଭଳି ସ୍ଥିତିରୁ ନିସ୍ତାର ପାଇବା ପାଇଁ ସମସ୍ତେ ସରକାରଙ୍କୁ ଚାହିଁ ରହିଥିବା ବେଳେ ସରକାର ନେଉଥିବା ପଦକ୍ଷେପଗୁଡିକ ମୂଲ୍ୟ ହ୍ରାସରେ ବିଶେଷ ସହାୟକ ହେଉନାହିଁ । ବର୍ଷ ପରେ ବର୍ଷ ତିରୋଟ ସମୟରେ ପିଆଜ ଲୋକଙ୍କୁ କନ୍ଦାଇ ଆସୁଥିଲେ ବି ପିଆଜର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସରକାର ସଫଳ ହୋଇ ପାରୁ ନ ଥିବାର କାରଣ ଖୋଜିଲା ବେଳେ ମନକୁ ପ୍ରଶ୍ନ ଉଠିଥାଏ ଯେ ଏହି ମୂଲ୍ୟ ବୃଦ୍ଧି କିଛି ମାତ୍ରାରେ ମନୁଷ୍ୟକୃତ ନୁହେଁ ତ ? ଭାରତରେ ପିଆଜ ଖରିଫ, ବିଳମ୍ବ ଖରିଫ ଓ ରବି ଏହିପରି ତିନିଟି ଋତୁରେ ଚାଷ କରା ଯାଇଥାଏ । ଖରିଫ ଚାଷ ଅକ୍ଟୋବର ମାସରୁ ଅମଳ ହୋଇ ଆନ୍ଧ୍ର ପ୍ରଦେଶର କର୍ଣ୍ଣୁଲ ଓ କର୍ଣ୍ଣାଟକରୁ ବଜାରକୁ ଆସିଥାଏ । ସେହିପରି ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟରେ ହେଉଥିବ

ଗାନ୍ଧୀଜୀ ଓ ଲୁଣ

ଲୁଣକୁ ବାଦ ଦେଇ ଏକ ଅଲଣା ଜୀବନ ଯେ ବ ଞ୍ଚି ବା ସମ୍ଭବ, ତାହା ଭାବି ହେଉନାହିଁ । ଆଶ୍ଚର୍ଯ୍ୟ ହେବାକୁ ହୁଏ, ଲବଣ ସତ୍ୟାଗ୍ରହ ଜରିଆରେ ଯେଉଁ ଲୁଣ ଗାନ୍ଧୀଜୀଙ୍କୁ ବିଶ୍ୱ ପ୍ରସିଦ୍ଧି ଆଣି ଦେଇଥିଲା, ସେହି ଲୁଣକୁ ସେ ଭଲ ପାଉ ନଥିଲେ ଓ ଖାଦ୍ୟରେ ତାର ବ୍ୟବହାରକୁ ଗ୍ରହଣ କରି ପାରୁ ନଥିଲେ । ସେ ଖାଉଥିବା ଫଳ ଓ ପନି ପରିବାଗୁଡିକରେ ପ୍ରଚୁର ପରିମାଣରେ ଲବଣାଂଶ ଥିବାରୁୁ ତାଙ୍କ ଖାଦ୍ୟରେ ଆଉ ଅଲଗା କରି ଲୁଣ ମିଶାଇବା ସପକ୍ଷରେ ସେ ନ ଥିଲେ । ଆଧୁନିକ ଆହାର ବିଜ୍ଞାନୀମାନେ ମଧ୍ୟ ସେହି କଥାରେ ଏକମତ ହୋଇ କହୁଛନ୍ତି ଯେ ଯଦି ଜଣେ ସନ୍ତୁଳିତ ଆହାର ଗ୍ରହଣ କରୁଥାଏ, ତେବେ ତା ଖାଦ୍ୟରେ ଆଉ ଲୁଣ ମିଶାଇବାର ଆବଶ୍ୟକତା ନାହିଁ । ଗାନ୍ଧୀଜୀ ୧୯୧୧ ମସିହାରେ ତାଙ୍କ ଖାଦ୍ୟକୁ ସମ୍ପୂର୍ଣ୍ଣ ଲବଣମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ବୋଲି ଗାନ୍ଧୀଜୀଙ୍କ ଖାଦ୍ୟାଭ୍ୟାସ ଉପରେ ଗବେଷଣା କରିଥିବା ନିକୋ ସ୍ଲେଟଙ୍କ ନିକଟରେ ପ୍ରକାଶିତ ପୁସ୍ତକ ‘ଗାନ୍ଧୀଜ୍ ସର୍ଚ୍ଚ ଫର ଏ ପରଫେକ୍ଟ ଡାଏଟ’ରେ ଉଲ୍ଲେଖ ହୋଇଛି । ତେବେ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଧୀରେ ଧୀରେ ଲୁଣ ପ୍ରତି ତାଙ୍କ କଠୋର ମନୋଭାବରେ ପରିବ ର୍ତ୍ତ ନ ଆସିଥିଲା । ବେଶ କିଛି ବର୍ଷ ପରେ ତାଙ୍କ ଖାଦ୍ୟରେ ଅଳ୍ପ ପରିମାଣରେ ଲୁଣ ମିଶାଯିବା ଆରମ୍ଭ ହେଲା । ତେବେ ଦିନକୁ ୩୦ଟି ଦାନାରୁ ଅଧିକ ଲୁଣ ସେ ସେବନ କରୁ ନଥିଲେ । ବିଲବାଡିରେ କାମ କରୁଥିବା ସାଧାରଣ ଚାଷୀ ମୂଲିଆଟିଏ ପାଇଁ ଯ

ନିର୍ବାଚନୀ ବଣ୍ଡରୁ ଭ୍ରଷ୍ଟାଚାରର ଗନ୍ଧ

ଆରଟିଆଇ ମାଧ୍ୟମରେ ଉପଲବ୍ଧ ସୂଚନା ଆଧାରରେ ନିର୍ବାଚନୀ ବଣ୍ଡ ଯୋଜନାରେ ଏକ ବଡ ଧରଣର ଭ୍ରଷ୍ଟାଚାର ହୋଇଥିବାର ପ୍ରାରମ୍ଭିକ ସୂଚନା ମିଳୁଛି । ଶାସକ ଦଳକୁ ସୁହାଇବା ଲାଗିି ଯେଉଁ ଭଳି ଚତୁରତାର ସହ ନିର୍ବାଚନୀ ବଣ୍ଡ ଯୋଜନାର ପ୍ରଣୟନ କରାଗଲା, ତାହା ଯେ ସାଧାରଣ ନାଗରିକଙ୍କ ସ୍ୱାର୍ଥ ବିରୋଧୀ, ତାହା ସୁସ୍ପଷ୍ଟ । ୨୦୧୭ ମସିହାରେ କେନ୍ଦ୍ର ବଜେଟ ସହ ନିର୍ବାଚନୀ ବଣ୍ଡ ଯୋଜନାକୁ ଏକ ଆର୍ଥିକ ବିଲ ଭାବେ ଉପସ୍ଥାପନ କରାଗଲା ବେଳେ ଏହାକୁ ନଗଦ ଚାନ୍ଦା ପ୍ରଦାନର ବିକଳ୍ପ କହି ଏହା ଦ୍ୱାରା ରାଜନୈତିକ ଚାନ୍ଦା ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ବୋଲି ଦାବି କରାଯାଉଥିଲା । ଏହି ଆଇନ ପ୍ରଣୟନ ପାଇଁ ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪, ଜନ ପ୍ରତିନିଧିତ୍ୱ ଆଇନ ୧୯୫୧, ଆୟକର ଆଇନ ୧୯୬୧ ଓ କମ୍ପାନୀ ଆଇନ ଭଳି ଚାରିଟି ଆଇନରେ ସଂଶୋଧନ କରାଗଲା । ନିର୍ବାଚନ କମିଶନ ନିର୍ବାଚନୀ ବଣ୍ଡର ପ୍ରଚଳନକୁ ବିରୋଧ କରିଥିଲେ । ରିଜର୍ଭ ବ୍ୟାଙ୍କ ଆଇନରେ ସଂଶୋଧନର ପ୍ରସ୍ତାବ ଥିବାରୁ ରିଜର୍ଭ ବ୍ୟାଙ୍କର ମତ ଲୋଡା ଯାଇଥିଲା । ବ୍ୟାଙ୍କ ନିଜ ବିରୋଧ ପ୍ରଦର୍ଶନ କରି ସ୍ପଷ୍ଟ ମତ ରଖିଥଲା ଯେ ଏହି ସଂଶୋଧନ ଏକ ଖରାପ ଉଦାହରଣ ପ୍ରତିଷ୍ଠା କରିବା ସହ କଳା ଟଙ୍କାକୁ ଧଳା କରିବାକୁ ପ୍ରୋତ୍ସାହିତ କରିବ । ବ୍ୟାଙ୍କ ଅନୁସାରେ, “ବହୁ ପରିମାଣରେ ବଣ୍ଡ ଜାରି ହେଲେ ଲୋକଙ୍କର ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଟଙ୍କା ଉପରୁ ବିଶ୍ୱାସ ହ୍ରାସ ପାଇବାର ଆଶ

ଗାନ୍ଧୀଜୀ ଓ ଚା’

କର୍ଣ୍ଣାଟକସ୍ଥିତ ମାଙ୍ଗାଲୁରୁର ଶ୍ରୀ ବ୍ରହ୍ମା ବୈଦରକଳାକ୍ଷେତ୍ରରେ ଅନ୍ୟାନ୍ୟ ଦେବଦେବୀଙ୍କ ମନ୍ଦିର ସହ ଗାନ୍ଧୀଜୀଙ୍କ ପାଇଁ ମଧ୍ୟ ଏପରି ଏକ ମନ୍ଦିର ଅଛି ଯେଉଁଠି ପ୍ରତିଦିନ ସକାଳେ ଗାନ୍ଧୀଜୀଙ୍କ ପ୍ରତିମା ସମ୍ମୁଖରେ କଦଳୀ ସହ ଚା’ ଭୋଗ ଆକାରରେ ରଖା ଯାଇଥାଏ । ତେବେ ସେଠିକା ଭକ୍ତମାନେ ହୁଏତ ଅବଗତ ନ ଥିବେ ଯେ ଗାନ୍ଧୀଜୀ ଚା’ ପିଇବା ତ ଦୂରର କଥା ବରଂ ସେ ଚା’ର ଘୋର ବିରୋଧୀ ଥିଲେ । ଅନୁଧ୍ୟାନ କଲେ ଜଣାଯାଏ ଯେ ଗାନ୍ଧୀଜୀଙ୍କ ଜୀବନ କାଳରେ ଚା’ ସହିତ ତାଙ୍କର ଉଭୟ ଭଲ ପାଇବା ଓ ଘୃଣା କରିବାର ସମ୍ପର୍କ ରହି ଆସିଥିଲା । ଗାନ୍ଧୀଜୀ ତାଙ୍କ ‘କି ଟୁ  ହେଲଥ ’ ପୁସ୍ତକରେ ଲେଖିଛନ୍ତି ଯେ ଶରୀର ପାଇଁ ଚା’ର ଆବଶ୍ୟକତା ନାହିଁ । ତାଙ୍କ ଭାଷାରେ, “ଚା’ର ବ୍ୟବହାର ଚୀନରୁ ଆରମ୍ଭ ହୋଇଛି ବୋଲି କୁହାଯାଏ । ସେହି ଦେଶରେ ଏହାର ଏକ ବିଶେଷ ବ୍ୟବହାର ରହିଛି । ଚୀନରେ ପାନୀୟ ଜଳର ଶୁଦ୍ଧତା ଉପରେ ଭରସା କରି ହେଉ ନଥିବାରୁ ତାହା ସୁନିଶ୍ଚିତ କରିବା ପାଇଁ ପାଣିକୁ ନିହାତି ଭାବେ ଫୁଟା ଯାଇଥାଏ । କିଛି ଚତୁର ଚୀନ  ଅଧି ବାସୀ ଚା’ ନାମକ ଏକ ଘାସକୁ ଆବିଷ୍କାର କଲେ, ଯାହା ଅଳ୍ପ ପରିମାଣରେ ଏହି ଫୁଟୁଥିବା ପାଣିରେ ପକାଇଲେ ତାହା ସ୍ୱର୍ଣ୍ଣିମ ରଙ୍ଗ ଧାରଣ କରୁଥିଲା । ପାଣି ନ ଫୁଟିଲେ ରଙ୍ଗ ବାହାରୁ ନଥିଲା । ଏହିପରି ଭାବେ ପାଣି ଫୁଟିଲା କି ନାହିଁ ତାହା ଜାଣିବା ପାଇଁ ଏହି ଘାସଟି ଏକ ଅବ୍ୟର୍ଥ ପରୀକ୍ଷାର ଉପାଦାନ ପାଲଟିଗଲା । ଯେ