Skip to main content

Posts

Showing posts from July, 2021

ଜାମ୍ମୁକାଶ୍ମୀରର ରାଜ୍ୟ ମାନ୍ୟତା ଓ ସୀମା ନିର୍ଦ୍ଧାରଣ

ସମ୍ୱିଧାନର ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟାଧାରାର ୮ଟି ରାଜନୈତିକ ଦଳର ୧୪ ଜଣ ନେତାଙ୍କ ସହ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକଟିକୁ ଗୁରୁତ୍ୱ ପ୍ରଦାନ କରା ଯାଉଥିବା ବେଳେ ଏହି ବୈଠକରେ ଜାମ୍ମୁ ଓ କାଶ୍ମୀର ତା’ର ପୂର୍ବ ରାଜ୍ୟ ମାନ୍ୟତା ଫେରି ପାଇବା ଆଲୋଚନାର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଅନୁଯାୟୀ ପୂର୍ବତନ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ବିଭାଜିତ କରି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରା ଯାଇଥିଲା । ଜାମ୍ମୁ ଓ କାଶ୍ମୀରର ରାଜ୍ୟ ମାନ୍ୟତା ଫେରସ୍ତ ସମ୍ପର୍କରେ  ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି ଥିଲା ଯେ ତାହା ଉପଯୁକ୍ତ ସମୟରେ ହେବ । ଏଥି ପୂର୍ବରୁ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣ ସମାପ୍ତ ହେବା ଓ ସେଥିପାଇଁ ରାଜନୈତିକ ଦଳଗୁଡିକ ସହଯୋଗ କଲେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଗଣତାନ୍ତ୍ରିକ ପ୍ରକ୍ରିୟା ସୁଦୃଢ ହୋଇପାରିବ । ତେବେ ସେଠାରେ ରାଜ୍ୟ ମାନ୍ୟତା ଫେରସ୍ତ ସହ ସୀମା ନିର୍ଦ୍ଧାରଣ ପ୍ରସଙ୍ଗଟିକୁ କାହିଁକି ଯୋଡା ଯାଉଛି, ତାହା ମଧ୍ୟ ବୁଝିବାର ଆବଶ୍ୟକତା ରହିଛି । ଜନସଂଖ୍ୟାରେ ପରିବର୍ତ୍ତନ ସହ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀଗୁଡିକର ସୀମାରେ ପରିବର୍ତ୍ତନ କରା ଯାଉଥିବା ପ୍ରକ୍ରିୟା

ତାଲିବାନ, ଆଫଗାନିସ୍ତାନ ଓ ଭାରତ

ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ଲକ୍ଷ୍ୟ ନେଇ ଫେବୃଆରୀ ୨୯, ୨୦୨୦ରେ ଆମେରିକା ଓ ତାଲିବାନ ମଧ୍ୟରେ ଦୋହାଠାରେ ହୋଇଥିବା ଚୁକ୍ତି ଅନୁସାରେ ଆଫଗାନିସ୍ତାନରୁ ସେପ୍ଟେମ୍ୱର ୧୧, ୨୦୨୧ ସୁଦ୍ଧା ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବ ବୋଲି ରାଷ୍ଟ୍ରପତି ବାଇଡେନ ଘୋଷଣା କଲେ । ଏହା ପରେ ତାଲିବାନ ଅଧିକ ଆକ୍ରମଣାତ୍ମକ ହୋଇ ଜିଲ୍ଲା ପରେ ଜିଲ୍ଲା ଦଖଲ କରି ପ୍ରଭାବ କ୍ଷେତ୍ର ବିସ୍ତାର କରିଚାଲିଛି । ତେଣୁ ଆଫଗାନିସ୍ତାନରେ ସଂଘର୍ଷ ଲାଗି ରହି ସ୍ଥିତି ଆହୁରି ଭୟାବହ ହୋଇଉଠିଛି । ତାଲିବାନର ପୁନରୁତ୍ଥାନ ଦ୍ୱାରା ଅନେକ ପଡୋଶୀ ରାଷ୍ଟ୍ର ମଧ୍ୟ ପ୍ରଭାବିତ ହୋଇପାରନ୍ତି । ଭାରତ ଉପରେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ କି ଭଳି ପଡିପାରେ, ତାହା ଏବେ ଚିନ୍ତାର ବିଷୟ ହୋଇଛି । ଆଫଗାନିସ୍ତାନ ଏକ ସ୍ଥଳାବଦ୍ଧ ଦେଶ । ଏହାର ସୀମାବର୍ତ୍ତୀ ୬ଟି ଦେଶ ମଧ୍ୟରୁ ଦକ୍ଷିଣ ଓ ପୂର୍ବରେ ପାକିସ୍ତାନ, ଉତ୍ତର-ପୂର୍ବରେ ଚୀନ, ଉତ୍ତରରେ ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଓ ପଶ୍ଚିମରେ ଇରାନ ଅବସ୍ଥିତ । ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନର ପ୍ରାୟ ତିନି-ଚତୁର୍ଥାଂଶ ଅଞ୍ଚଳ ତାଲିବାନ ନିୟନ୍ତ୍ରଣରେ ଥିଲା । ୨୦୦୧ରେ ଆମେରିକା ଯୁଦ୍ଧ ଆରମ୍ଭ କରିବା ପରେ କ୍ରମଶଃ ତାଲିବାନର ପ୍ରଭାବ କ୍ଷେତ୍ର ତା’ର ପାରମ୍ପରିକ ଦକ୍ଷିଣ ଓ ପୂର୍ବ ଆଫଗାନିସ୍ତାନକୁ ସଙ୍କୁଚିତ ହୋଇଗଲା । ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷ ଧରି ଯୁଦ୍

ଅକ୍ସିଜେନ ସଙ୍କଟ ଏକ ଜାତୀୟ ବିପତ୍ତି

ହୁଏତ ଆଉ ପଚାଶ ବର୍ଷ ପରେ ଆଗାମୀ ପିଢି ବିଶ୍ୱାସ କରି ନ ପାରେ ଯେ ଏଇ କାଳଖଣ୍ଡର ଭାରତରେ କିଛି ଲୋକ ହସପିଟାଲମାନଙ୍କରେ ଅକ୍ସିଜେନ ଅଭାବରୁ ସେମାନଙ୍କ ଆଖି ଆଗରେ ପ୍ରିୟଜନଙ୍କୁ ଶହ ଶହ ସଂଖ୍ୟାରେ ଛଟପଟ ହେଉଥିବାର ଓ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରାଣ ହରାଉଥିବାର ଦେଖୁଥିଲେ ବି ସେମାନଙ୍କ ପ୍ରାଣରକ୍ଷା ଲାଗି କିଛି ହେଲେ କରି ପାରି ନ ଥିଲେ । ଦୂରଦୃଷ୍ଟି, ଯୋଜନା ଓ ପ୍ରସ୍ତୁତି ଅଭାବରୁ ମନୁଷ୍ୟକୃତ ଏହି ସଙ୍କଟ କିପରି ଲୋକଙ୍କୁ ଅସହାୟ କରି ପକାଇଲା ଓ ଦେଶରେ ଏକ ବଡ ଧରଣର ଅକ୍ସିଜେନ ସଙ୍କଟ ସୃଷ୍ଟି ହେଲା ତାହାର ସ୍ମରଣ ହିଁ ମଣିଷକୁ ଆତଙ୍କିତ କରିବା ପାଇଁ ଯଥେଷ୍ଟ । ଏହି ସଙ୍କଟର କାରଣଗୁଡିକୁ ଅନୁଶୀଳନ କରି ସେଥିରୁ ଶିକ୍ଷା ଗ୍ରହଣ କରି ତାକୁ କାର୍ଯ୍ୟରେ ଲଗାଇ ପାରିଲେ ହୁଏତ ସେଭଳି ଭୁଲକୁ ଆଉ ଦୋହରାଇବାକୁ ପଡି ନ ପାରେ । ୨୦୨୧ ମସିହା ମାର୍ଚ୍ଚ ମାସରେ ଅଳ୍ପ କିଛି ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଏପ୍ରିଲ ୩୦ ତାରିଖ ସୁଦ୍ଧା ସାରା ଦେଶରେ କାୟାବିସ୍ତାର କରି ଦୈନିକ ସଂକ୍ରମଣ ପ୍ରାୟ ୪ ଲକ୍ଷ ଓ ମୃତ୍ୟୁ ହାରାହାରି ତିନି ହଜାରରୁ ଅଧିକ ହୋଇ ସାରିଥିଲା । ରୋଗୀସଂଖ୍ୟା ଦ୍ରୁତ ବଢିବା ଯୋଗୁ ହସପିଟାଲରେ ବେଡ ସମସ୍ୟା, ଅକ୍ସିଜେନ, ଭେଣ୍ଟିଲେଟରର ଉପଲବ୍ଧତାରେ ଉତ୍କଟ ସମସ୍ୟା ଦେଖା ଦେଇ ସ୍ଥିତି ଗମ୍ଭୀର ହେବାକୁ ଲାଗିଲା । ତେବେ ହସପିଟାଲଗୁଡିକରେ ଅକ୍ସିଜେନର ଅଭାବ ଏତେ ଅଧିକ ହେଲା ଯେ ସ୍ଥିତି

ଭାରତରେ ମୁସଲମାନ ଜନସଂଖ୍ୟା ବୃଦ୍ଧିର ବାସ୍ତବତା କ’ଣ ?

ଜନସଂଖ୍ୟା ନୀତି ସମ୍ପର୍କିତ ସମ୍ୱାଦପତ୍ରରେ ପ୍ରକାଶିତ ମୋର ଏକ ଆଲେଖ୍ୟ ପଢି ଜଣେ ପାଠକ ମୋତେ ଫୋନ କରି ଜଣାଇଲେ ଯେ ତାଙ୍କ ମନରେ ଭୟ ସୃଷ୍ଟି ହୋଇ ସାରିଥିଲା ଯେ ଆଗାମୀ କିଛି ବର୍ଷ ଭିତରେ ବୋଧେ ଭାରତ ଏକ ମୁସଲମାନ ଦେଶରେ ପରିଣତ ହୋଇ ସାରିଥିବ । ଯାହାହେଉ ଆଲେଖ୍ୟରେ ପ୍ରଦତ୍ତ ତଥ୍ୟ ପଢିଲା ପରେ ତାଙ୍କର ସେ ଭୟ ଓ ସନ୍ଦେହ ମନରୁ ଦୂର ହେଲା । ପଦ୍ମପୁରରୁ ଆଉ ଜଣେ ପାଠକ ତ ସିଧା ସଳଖ ପଚାରିଲେ, “ଆଜ୍ଞା ଶୁଣିଲୁ ଭଦ୍ରକ ଜିଲ୍ଲାରେ ୬୦ ପ୍ରତିଶତ ମୁସଲମାନ ହୋଇ ଯାଇଥିବାରୁ କାଳେ ସରକାର ଭଦ୍ରକକୁ ମୁସଲମାନ ଜିଲ୍ଲା ବୋଲି ଘୋଷଣା କରିଛନ୍ତି । ଏହା କ’ଣ ସତ ?” ସୂଚନାର ଉତ୍ସ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ସେ ହ୍ୱାଟସଆପରେ ପଢିଛନ୍ତି ବୋଲି କହିଲେ । କିଛି ଦିନ ପୂର୍ବେ କେନ୍ଦ୍ରାପଡା ସହର ସମ୍ପର୍କରେ ବି ସେହି ଧରଣର ଗୁଜବଟିଏ ପ୍ରସାରିତ ହୋଇଥିଲା । ସାଧାରଣ ଲୋକଟିଏକୁ ତ ମିଛ କଥାଟିଏ କହି ତା’ ମନରେ ଭ୍ରମ ସୃଷ୍ଟି କରିବା ସହଜ, ହେଲେ ଭାରତ ଭଳି ଏକ ଧର୍ମ ନିରପେକ୍ଷ ଦେଶରେ କୌଣସି ଧର୍ମ ଭିତ୍ତିରେ ଅଞ୍ଚଳର ଘୋଷଣା କରାଯିବାର ବ୍ୟବସ୍ଥା ନାହିଁ ବୋଲି କଥାଟିକୁ ବୁଝାଇବା ସତରେ କେତେ କଷ୍ଟକର । ଅସତ୍ୟ ଆଧାରରେ ଦେଶରେ ମୁସଲମାନଙ୍କ ଜନସଂଖ୍ୟା ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମନରେ କିଛି ଲୋକ ଯେଉଁ ଭଳି ଭୀତି ସଞ୍ଚାରର ଉଦ୍ୟମ କରୁଛନ୍ତି ତାହା କେବଳ ନିନ୍ଦନୀୟ କହି ଦେଲେ ଚଳିବ ନାହିଁ, ମାତ୍ର ତଥ୍ୟ ଆଧାରରେ ଦେଶରେ ମୁସଲମାନ

ଜନସଂଖ୍ୟା ନୀତି - ପୁନର୍ବିବେଚନା ଲୋଡା କି ?

ଏଇ ଅଳ୍ପ ଦିନ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଜନସଂଖ୍ୟା ସମ୍ପର୍କିତ ଏପରି ତିନିଟି ନିଷ୍ପତ୍ତି ନିଆଯାଇଛି ଯାହାର ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯାଉଥିବାରୁ ସେଗୁଡିକର ଅବତାରଣା ନିହାତି ଆବଶ୍ୟକ । ୭୦ ହଜାର ଜନସଂଖ୍ୟା ବିଶିଷ୍ଟ ମୁସଲମାନ ବହୁଳ ଲାକ୍ଷାଦ୍ୱୀପରେ କେନ୍ଦ୍ର ସରକାରଙ୍କ ନବନିଯୁକ୍ତ ପ୍ରଶାସକ ପଞ୍ଚାୟତ ନିର୍ବାଚନରେ ଦୁଇଟି ସନ୍ତାନରୁ ଅଧିକ ଥିଲେ ପ୍ରତିଦ୍ୱନ୍ଦ୍ୱିତା କରି ହେବ ନାହିଁ ବୋଲି ଆଇନରେ ସଂଶୋଧନ କରିବାକୁ ଚିଠା ପ୍ରସ୍ତାବରେ ଘୋଷଣା କରିଛନ୍ତି । ଦ୍ୱିତୀୟଟି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଘୋଷଣା ଯେଉଁଥିରେ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର ଲାଭ ପାଇବାକୁ ହେଲେ ଲାଭାର୍ଥୀଙ୍କୁ ଦୁଇ-ଶିଶୁ ନୀତିକୁ ଅନୁସରଣ କରିବାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରାଯିବ । ତୃତୀୟଟି, ଚୀନ ସରକାରଙ୍କ ଦ୍ୱାରା ‘ତିନି-ଶିଶୁ ନୀତି’ ଘୋଷଣା ହେବା । ଭାରତ ଭିତରର ପ୍ରଥମ ଦୁଇଟି ନିଷ୍ପତ୍ତି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ଦିଷ୍ଟ ହୋଇଥିଲା ବେଳେ ଚୀନର ନିଷ୍ପତ୍ତି ଜନସଂଖ୍ୟା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଫଳରେ ଆମ ଦେଶର ଜନସଂଖ୍ୟା ନୀତିର ପୁନର୍ବିବେଚନା ହେବା ଆବଶ୍ୟକ କି, ସେ ନେଇ ପ୍ରଶ୍ନ ଉଠିଛି । ଜନସଂଖ୍ୟା ନିୟନ୍ତ୍ରଣରେ ମୋଟ ଉତ୍ପାଦିକା ହାର (ଟିଏଫଆର) ସୂଚକଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦେଶରେ ମହିଳାମାନେ ସେମାନଙ୍କ ଜ

ଓଡିଶାରେ ବ୍ୟାଙ୍କ ଋଣ-ଜମା ଅନୁପାତ ବଢାଇ ହେବ କି ?

କୌଣସି ରାଜ୍ୟରେ ବ୍ୟାଙ୍କ ପ୍ରଦାନ କରୁଥିବା ଋଣ ବ୍ୟାଙ୍କଗୁଡିକ ନିକଟରେ ଗଚ୍ଛିତ ଜମା ପରିମାଣର ଅନ୍ତତଃ ପକ୍ଷେ ୬୦ ପ୍ରତିଶତ ହେବା ବିଧେୟ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କଏକ ମାନବିନ୍ଦୁ ନିର୍ଦ୍ଧାରଣ କରିଛନ୍ତି । ସମବାୟ ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ପରି କେତେକ ବ୍ୟାଙ୍କ ଜମା ତୁଳନାରେ ଅଧିକ ଋଣ ପ୍ରଦାନ କରୁଥିବାରୁ ଓ କେତେକ ବ୍ୟାଙ୍କ ନାବାର୍ଡ, ଏନଏଚବି ଆଦି ସଂସ୍ଥାଙ୍କ ନିକଟରୁ ପୁନର୍ବିତ୍ତ ସହାୟତା ନେଇ ଋଣ ପ୍ରଦାନ କରୁଥିବାରୁ କେତେକ ରାଜ୍ୟରେ ଏହା ୬୦ ପ୍ରତିଶତରୁ ବି ଅଧିକ ହୋଇଥାଏ । ତେବେ ଓଡିଶାରେ ୨୦୧୯-୨୦ ବର୍ଷରେ ଏହା ୬୦ ପ୍ରତିଶତରେ ପହଞ୍ଚିଥିଲେ ବି  ୨୦୨୦-୨୧ ବର୍ଷରେ ଏହା ୫୬ ପ୍ରତିଶତକୁ ଖସି ଆସିବା ବାସ୍ତବିକ ଉଦବେଗଜନକ । ରାଜ୍ୟରେ ଆନୁପାତିକ ଭାବେ ଋଣ ଲଗାଣ ପରିମାଣ ବୃଦ୍ଧି ନ ପାଇଲେ ଏହି ଅନୁପାତ ବଢିବାର ସମ୍ଭାବନା ନାହିଁ । ତେବେ ଓଡିଶାରେ ଋଣ ଗ୍ରହଣ କ୍ଷମତା (କ୍ରେଡିଟ ଆବଜର୍ପସନ କାପାସିଟି) କମ ଥିବା ଦର୍ଶାଇ ଅନେକେ ଏହି ଅନୁପାତ କମ ରହିବା ସ୍ୱାଭାବିକ ବୋଲି ଧରି ନେଇ ବୃଦ୍ଧି କରିବା ପାଇଁ ଆନ୍ତରିକତା ପ୍ରଦର୍ଶନ କରି ନ ଥାଆନ୍ତି । କେହି କେହି ତ ଓଡିଶାରେ ଉଦ୍ୟମୀ ଅଭାବରୁ ଋଣ ଲଗାଣ ବୃଦ୍ଧି ପାଉନାହିଁ ବୋଲି ବୁଝାଇ ଦେଇଥାଆନ୍ତି । ଏହା ଆଂଶିକ ସତ୍ୟ ହେଲେ ବି ସବୁ ପ୍ରକାର ଋଣ ପାଇଁ ଋଣଗ୍ରହୀତାଙ୍କୁ ଜଣେ ଉଦ୍ୟମୀ ହେବା ନିହାତି ଆବଶ୍ୟକ ହୋଇ ନ ଥିବାରୁ, ସେହି ଯୁକ୍ତିକୁ ପୂରାପୂର