Skip to main content

Posts

Showing posts with the label Repercussion on international reletion

‘କିନାରା ଲୋକ’ଙ୍କ ଆଚରଣ

ଏକ ଟେଲିଭିଜନ ଆଲୋଚନାରେ ଭାଗ ନେଇ ବିଜେପିର ପ୍ରାକ୍ତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମାଙ୍କ ଦ୍ୱାରା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀ ଯୋଗୁଁ ଦେଶ ଭିତରେ ଓ ଦେଶ ବାହାରେ ଲାଗି ରହିଥିବା ଅସ୍ଥିରତା ଉଦବେଗର କାରଣ ପାଲଟିଛି । ଅନ୍ତର୍ଜାତୀୟ ଚାପର ବଶବର୍ତ୍ତୀ ହୋଇ ଏହା ଭାରତ ସରକାରଙ୍କ ମତ ବା ଆଭିମୁଖ୍ୟ ନୁହେଁ ଓ ଏହା କିଛି ‘ଫ୍ରିନଜ୍ ଏଲିମେଣ୍ଟସ୍’ ବା ‘କିନାରା ଲୋକ’ଙ୍କ ମତ ଯାହା ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସରକାରଙ୍କୁ କହିବାକୁ ହୋଇଛି । ତୁରନ୍ତ ଆନୁଶାସନିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ବିଜେପି କେବଳ ଯେ ସମ୍ପୃକ୍ତ ପ୍ରବକ୍ତାଙ୍କୁ କିନାରା କରିଛି ତାହା ନୁହେଁ ବରଂ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ୱିତ କରିବା ସହ ପ୍ରଫେଟଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଦିଲ୍ଲୀ ମିଡିଆ ସେଲର ମୁଖ୍ୟ ନବୀନ ଜିନ୍ଦଲଙ୍କୁ ଦଳରୁ ନିଷ୍କାସିତ କରିଛନ୍ତି । ଇତିମଧ୍ୟରେ ଉଭୟଙ୍କ ବିରୁଦ୍ଧରେ ଏଫଆଇଆର ମଧ୍ୟ ଦାଖଲ ହୋଇଛି । ସରକାର ଓ ସରକାରୀ ଦଳର ଏହି କାର୍ୟ୍ୟାନୁଷ୍ଠାନ ଅନେକ ଦକ୍ଷିଣପନ୍ଥୀ ସମର୍ଥକଙ୍କୁ ବିଚଳିତ ଓ ବିକ୍ଷୁବ୍ଧ କରିଥିଲେ ବି ଦେଶର ସ୍ୱାର୍ଥ ଦୃଷ୍ଟିରୁ ବିଳମ୍ୱରେ ହେଲେ ବି ଏମାନଙ୍କୁ ‘କିନାରା ଲୋକ’ ବୋଲି ଘୋଷଣା କରି ଏହି  ସର୍ବନିମ୍ନ ପଦକ୍ଷେପ ଗ୍ରହଣ କରିବା ବ୍ୟତୀତ ସେମାନଙ୍କ ପକ୍ଷରେ ଗତ୍ୟନ୍ତର ଥିଲା ଭଳି ମନେ ହୁଏନାହିଁ । ଶାସକ ଦଳ...