Skip to main content

Posts

Showing posts with the label Swadeshi

ସ୍ୱଦେଶୀ କହିବା କାହାକୁ ?

କିଛି ଦିନ ଧରି ‘ଆତ୍ମନିର୍ଭର’, ‘ସ୍ଵଦେଶୀ’, ‘ଚାଇନା ସାମଗ୍ରୀ ବର୍ଜନ କର’ ଭଳି ଶବ୍ଦ ଓ ସ୍ଳୋଗାନମାନ ଏତେ ବେଶି ଶୁଣାଯାଉଛି ଯେ ମନେ ହେଉଛି ସତେ ଯେମିତି ଦେଶବାସୀଙ୍କ ମଧ୍ୟରେ ‘ସ୍ଵଦେଶୀ’ପ୍ରୀତି ଜାଗ୍ରତ ହୋଇ ଦେଶ ସ୍ଵାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛି ଓ ତାହା ହୋଇ ପାରିଲେ ଭଲ । ତେବେ ବର୍ତ୍ତମାନ ସମଗ୍ର ବିଶ୍ଵ ଯେତେବେଳେ ଗୋଟିଏ ବଜାରରେ ପରିଣତ ହୋଇସାରିଛି ସେତେବେଳେ ସ୍ୱଦେଶୀ ପ୍ରସଙ୍ଗ ଉଠିଲେ ମନରେ ଯେଉଁ ପ୍ରଶ୍ନଗୁଡିକ ଉଙ୍କି ମାରୁଛି ସେଗୁଡିକର ଉତ୍ତର ଖୋଜି ପାଇଲେ ଆମେ ହୁଏତ ‘ସ୍ୱଦେଶୀ’ର ପ୍ରକୃତ ଅର୍ଥ ଓ ବାସ୍ତବିକତାର ନିକଟତର ହୋଇ ପାରିବା । ଭାରତୀୟ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରତି ଆମର ଦୁର୍ବଳତା ଥିଲେ ବି ସବୁ କ୍ଷେତ୍ରରେ ସେହି ଉତ୍ପାଦଗୁଡିକୁ ସ୍ଵଦେଶୀ କହି ହେବ କି ? ଆଇନ ଅନୁଯାୟୀ ଭାରତରେ ପଂଜିକୃତ କମ୍ପାନୀଗୁଡିକୁ ଭାରତୀୟ କମ୍ପାନୀ କୁହାଯାଇଥାଏ । ତଦନୁସାରେ ଯେ କୌଣସି ବିଦେଶୀ ନାଗରିକ ବା କମ୍ପାନୀ ମଧ୍ୟ ଭାରତରେ କମ୍ପାନୀ ପ୍ରତିଷ୍ଠା କରି ପାରିବେ ଓ ତାହା ଭାରତୀୟ କମ୍ପାନୀ ଭାବେ ପରିଗଣିତ ହେବ । ଆଇନ ଦୃଷ୍ଟିରୁ ସେଗୁଡିକ ଭାରତୀୟ କମ୍ପାନୀ ହୋଇଥିଲେ ବି ସେଗୁଡିକୁ ନେଇ ଜଣେ ଭାରତୀୟ ପ୍ରକୃତ ଅର୍ଥରେ ସେତିକି ଗର୍ବ ଅନୁଭବ କରିଥାଏ କି ? ମଣିଷ ପରି ପ୍ରତିଟି କମ୍ପାନୀର ମଧ୍ୟ ନିଜସ୍ୱ ଏକ ସ୍ୱତନ୍ତ୍ର ସତ୍ତା ଥାଏ । ଏହାର ମାଲିକାନା ବଦଳି ଯାଇପାରେ, ହେଲେ କମ୍ପାନୀ ତା’ର ସ...