Skip to main content

Posts

Showing posts with the label Appointment Procedure Election Commission Supreme Court India Odia

ସୁହାଇଲା ଭଳି ନିର୍ବାଚନ କମିସନର ଆଉ ନୁହେଁ

ପଶ୍ଚିମବଙ୍ଗ ବିଧାନସଭା ପାଇଁ ୮ ଦଫାରେ ନିର୍ବାଚନ କରିବା, ଗୁଜରାଟ  ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାରେ ବିଳମ୍ୱ କରି ଶାସକ ଦଳକୁ ଲାଭ ପହଞ୍ଚାଇବା, ଲୋକ ଜନଶକ୍ତି ପାର୍ଟିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ଦିନରୁ କମିସନଙ୍କ ନିକଟରେ ଥିବା ବିବାଦର ନିର୍ଣ୍ଣୟ ନ କରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ଶିବସେନାର ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦର ତରବରିଆ ଭାବେ ନିଷ୍ପତ୍ତି ନେବା, ଆଚରଣ ବିଧି ଉଲ୍ଲଂଘନ ମାମଲାଗୁଡ଼ିକରେ ପାତରଅନ୍ତର ପ୍ରଦର୍ଶନ କରିବା ଭଳି ଅଭିଯୋଗ ନିକଟ ଅତୀତରେ ନିର୍ବାଚନ କମିସନଙ୍କ ବିରୋଧରେ ହୋଇ ଏହି ଅନୁଷ୍ଠାନର ସ୍ୱାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି । କୋଭିଡ଼ ନିୟମ ଉଲ୍ଲଂଘନ କରି ନିର୍ବାଚନୀ ରାଲି କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ କମିସନ ମାନ୍ଦ୍ରାଜ ହାଇକୋର୍ଟଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ । ତେବେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଏକ ରାୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନିର୍ବାଚନ କମିସନଙ୍କ  ସ୍ୱାଧୀନତା ଆଜି ସଙ୍କଟରେ । ଏହା ପଛର ଏକ ବଡ଼ କାରଣ ହେଉଛି ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟା, ଯେଉଁଥିରେ କିଏ କମିସନର ହେବେ ତାହା ବସ୍ତୁତଃ ପ୍ରଧାନମନ୍ତ୍ରୀ ହିଁ ସ୍ଥିର କରିଥାନ୍ତି । ସେହି ଦୃଷ୍ଟିରୁ ଗଲା ମାର୍ଚ୍ଚ ୨, ୨୦୨୩ରେ ‘ଅନୁପ ବରନଓୱାଲ ବନାମ ଭାର...