Skip to main content

Posts

Showing posts with the label MSP

ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟିର ଅର୍ଥ

 ‘ଏମଏସପି ଥିଲା, ଅଛି, ରହିବ’ର ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ଅଡି ବସିବାର କାରଣ ହେଉଛି ପ୍ରଚଳିତ ବ୍ୟବସ୍ଥାରେ ଅଧିକାଂଶ ଚାଷୀ ଏମଏସପିରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ଅସମର୍ଥ ହୋଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବା । “ଫସଲର ସମ୍ପୂର୍ଣ୍ଣ ବ୍ୟୟ ଆଧାରିତ (‘ସି’ଟୁ ଯୁକ୍ତ ୫୦ ପ୍ରତିଶତ) ସର୍ବନିମ୍ନ ସହାୟକ ମୂଲ୍ୟ ସବୁ ପ୍ରକାର କୃଷି ଉତ୍ପାଦ ଉପରେ ପାଇବା ସବୁ ଚାଷୀଙ୍କର ଆଇନଗତ ଅଧିକାର ହେବା ଆବଶ୍ୟକ, ଯଦ୍ଦ୍ୱାରା ଦେଶର ପ୍ରତି ଚାଷୀ ତା’ର ସମ୍ପୂର୍ଣ୍ଣ ଅମଳକୁ ଅନ୍ତତଃ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକିବାର ଗ୍ୟାରେଣ୍ଟି ପାଇପାରିବ“ ବୋଲି ମୋର୍ଚ୍ଚାର ଦୃଢ ମତ । ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଗଲେ ରାଜକୋଷ ଉପରେ ଅତ୍ୟଧିକ ଚାପ ପଡି ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ଅର୍ଥର ଅଭାବ ଦେଖା ଦେବ ବୋଲି କିଛି ଅର୍ଥନୀତିଜ୍ଞ କହୁଥିବା ବେଳେ ଏହା ଦ୍ୱାରା ଚାଷୀଙ୍କ ଅବସ୍ଥା ସ୍ୱଚ୍ଛଳ ହୋଇ ଅର୍ଥନୀତି ଗତିଶୀଳ ହେବ ବୋଲି ଅନ୍ୟ କେତେକ ଅର୍ଥନୀତିଜ୍ଞଙ୍କ ମତ ହୋଇଥିବାରୁ ପ୍ରସଙ୍ଗଟିର ପର୍ୟ୍ୟାଲୋଚନା ଆବଶ୍ୟକ । ବର୍ତ୍ତମାନ ଯେଉଁ ୨୨ଟି ଫସଲ ପାଇଁ ଏମଏସପି ଘୋଷିତ ହେଉଛି ସେଥିରେ ଧାନ, ଗହମ, ମକା, ଯବ, ଜ୍ୱାର, ବାଜରା, ମାଣ୍ଡିଆ ଭଳି ୭ଟି ଖାଦ୍ୟାନ୍ନ, ବୁଟ, ହରଡ, ମୁଗ, ବିରି, ମସୁର...

କେରଳର ବିକଳ୍ପ କୃଷି ବଜାର ବ୍ୟବସ୍ଥା

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଟି କୃଷି ଆଇନକୁ ଆଲୋଚନା କରି ବିରୋଧ ପ୍ରସ୍ତାବ ପାରିତ କରିବା ପାଇଁ ଆହୂତ କେରଳ ବିଧାନ ସଭାର ବିଶେଷ ଜରୁରୀକାଳୀନ ଅଧିବେଶନକୁ ରାଜ୍ୟପାଳ ଅନୁମତି ପ୍ରଦାନ ନ କରିବା ପରେ ଏକ ନୂତନ ବିବାଦର ସୂତ୍ରପାତ ହେଲା । ଠିକ ଏତିକିବେଳେ ଡିସେମ୍ୱର ୨୫ରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉଦବୋଧନ ଦେବା ଅବସରରେ କେରଳରେ କୌଣସି ଏପିଏମସି ବ୍ୟବସ୍ଥା ନ ଥିଲେ ବି ରାଜ୍ୟ ସରକାର ନୂତନ କୃଷି ଆଇନକୁ ବିରୋଧ କରିବା ଦୁଃଖଦାୟକ ବୋଲି କହିଥିଲେ । ଶାସକ ବିଜେପି ଦଳ ତରଫରୁ ବାରମ୍ୱାର ଆକ୍ଷେପ କରାଯାଉଛି ଯେ କେରଳରେ ଏପିଏମସି ବ୍ୟବସ୍ଥା ନ ଥିବାରୁ ସେଠାକାର ଚାଷୀ ଏମଏସପି ପାଇବାରୁ ବଞ୍ଚିତ ହେଉଥିବା ବେଳେ ନିଜ ଶାସିତ ରାଜ୍ୟରେ ତାହା କାର୍ଯ୍ୟକାରି ନ କରାଇ ବାମପନ୍ଥୀ ଦଳମାନେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସେମାନଙ୍କ ଦୋହରା ଚରିତ୍ରକୁ ଦର୍ଶାଉଛି । ଏହି ପରିପ୍ରେକ୍ଷୀରେ ସେଠାକାର ବାସ୍ତବ ସ୍ଥିତିକୁ ଜାଣିବାକୁ ହେଲେ କେରଳର କୃଷି ପରିଦୃଶ୍ୟ ଓ ବିକଳ୍ପ ବଜାର ବ୍ୟବସ୍ଥାକୁ ବୁଝିବା ଆବଶ୍ୟକ । ବର୍ତ୍ତମାନ ଦେଶରେ ବିହାର, କେରଳ, ମଣିପୁର, ଆଣ୍ଡାମାନ ଓ ନିକୋବର, ଦାମନ ଓ ଦିଉ, ଲାକ୍ଷାଦ୍ୱୀପ ଭଳି ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପିଏମସି ଆଇନ କାର୍ଯ୍ୟ କରୁନାହିଁ । ଏଥି ମଧ୍ୟରୁ ବିହାରରେ ଏପିଏମସିର ମଣ୍ଡି ବ୍ୟବସ୍ଥାକୁ ୨୦୦୬ ମସିହାରେ ଉଠାଇ ଦିଆ ଯାଇଥିବା ବେଳେ କେରଳରେ ତାହ...

ଚାଷୀ ଆନ୍ଦୋଳନ ତେଜିଛି କାହିଁକି ?

ସଂସଦରେ କୃଷି ସମ୍ୱନ୍ଧୀୟ ତିନିଟି ନୂଆ ଆଇନ ପାରିତ ହେବା ପରେ ସାରା ଦେଶରେ ଚାଷୀ ଓ ଚାଷୀ ସଂଗଠନମାନଙ୍କ ଦ୍ୱାରା ଏହାର ବିରୋଧ ହେବାକୁ ଲାଗିଲା । ଏହା ଦ୍ୱାରା କୃଷି କ୍ଷେତ୍ରରେ କମ୍ପାନୀଗୁଡିକର ଅବାଧ ପ୍ରବେଶ ସହ କୃଷକମାନେ ସେମାନଙ୍କ ଶୋଷଣର ଶିକାର ହେବାର ଆଶଙ୍କା ବ୍ୟକ୍ତ ହେଲା । କ୍ରମଶଃ ସରକାର ଖାଦ୍ୟଶସ୍ୟ ସଂଗ୍ରହ ପ୍ରକ୍ରିୟାରୁ ଦୂରେଇ ଯିବେ ଓ ଏମଏସପି ପ୍ରକ୍ରିୟା ବନ୍ଦ ହୋଇଯିବ ବୋଲି ଚାଷୀ ସଂଗଠନମାନେ ମତ ପ୍ରକାଶ କଲେ । ଏ ସମ୍ପର୍କରେ ଚାଷୀଙ୍କୁ ଆଶ୍ୱସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ଘୋଷଣା କରିବାକୁ ହେଲା ଯେ ଏମଏସପି ରହିବ । ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଦେଶର ୫୦୦ରୁ ଅଧିକ ଚାଷୀ ସଙ୍ଗଠନ ଏଗୁଡିକ ଚାଷୀ ବିରୋଧୀ କହି ବିରୋଧ କରିବା ଓ ହଜାର ହଜାର ସଂଖ୍ୟାରେ ଦିଲ୍ଲୀକୁ ପଦଯାତ୍ରା କରିବାରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରଣୀତ ଆଇନ ଚାଷୀଙ୍କ ହିତରେ ବୋଲି ସରକାର ଯେତେ ଯାହା କହିଲେ ବି ଅନ୍ତତଃ ଚାଷୀଙ୍କୁ ବୁଝାଇବା ଲାଗି ସମର୍ଥ ହୋଇ ପାରିନାହାନ୍ତି । ଏମଏସପି ବ୍ୟବସ୍ଥାର କ୍ରିୟାନ୍ୱୟନ ତଥା କେତେକ ଆନୁଷଙ୍ଗିକ ନୀତି, ସ୍ଥିତି ଓ ତଥ୍ୟକୁ ଅନୁଧ୍ୟାନ କଲେ ଚାଷୀ ମନରେ ଏମଏସପି ରହିବା ନେଇ ଉଠୁଥିବା ପ୍ରଶ୍ନ ଯଥାର୍ଥ ବୋଧ ହୁଏ ।     କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫରେ ୧୪ଟି (ଧାନ, ବାଜରା, ଜୋଆର, ମ...