Skip to main content

Posts

Showing posts from October, 2026

ଦେୟମୁକ୍ତ ‘ୟୁପିଆଇ’ ସପକ୍ଷରେ

ଗତ ପ୍ରାୟ ୬ ବର୍ଷ ଧରି 'ୟୁପିଆଇ'ରେ ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଦେୟମୁକ୍ତ ଥିଲାବେଳେ ଏହାକୁ ପରିଚାଳନା କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ସେପ୍ଟେମ୍ୱର ୧୫ ତାରିଖ ଦିନ ଜାରି ହୋଇଥିବା ସର୍କୁଲାରରେ ଅକ୍ଟୋବର ୧୫ ତାରିଖଠାରୁ ନିର୍ଦ୍ଦିଷ୍ଟ ଧରଣର 'ୟୁପିଆଇ' କାରବାର ଉପରେ ୦.୪ ପ୍ରତିଶତ ମର୍ଚେଣ୍ଟ ଡିସକାଉଣ୍ଟ ରେଟ (ଏମ.ଡି.ଆର.) ଆଦାୟ କରାଯିବ ବୋଲି କୁହାଯାଇଛି। ଏହାକୁ ପ୍ରତ୍ୟାହାର କରିବା ନେଇ ଦାବି ଉଠିଲାଣି। ପ୍ରଶ୍ନ ହେଉଛି ଏହାକୁ ଏଡ଼ାଇ ଦିଆଯାଇପାରିଥା’ନ୍ତା କି?     ଏମ.ଡି.ଆର. କହିଲେ ଇଲେକ୍ଟ୍ରୋନିକ ମାଧ୍ୟମକୁ ବ୍ୟବହାର କରି ପଠାଯାଉଥିବା ଟଙ୍କା ଉପରେ ଗ୍ରାହକକୁ ଦେବାକୁ ହେଉଥିବା ଦେୟକୁ ବୁଝାଏ। ସର୍କୁଲାର ଅନୁଯାୟୀ ଏଣିକି ବ୍ୟକ୍ତି-ବ୍ୟକ୍ତି (ପି୨ପି) ଓ ୨୦୦୦ ଟଙ୍କା ପର‌୍ୟ୍ୟନ୍ତ ବ୍ୟକ୍ତି-ବ୍ୟବସାୟୀ (ପି୨ଏମ୍)ଙ୍କ ମଧ୍ୟରେ ହେଉଥିବା କାରବାର ଦେୟଶୂନ୍ୟ। ତା’ଠାରୁ ଅଧିକ ଟଙ୍କାର କାରବାର ଉପରେ ବ୍ୟବସାୟୀଙ୍କଠାରୁ ୦.୪ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ରେଳବାଇ, ଇନସୁରାନ୍ସ, ଇନ୍ଧନ, କୃଷି ସାମଗ୍ରୀରେ ୨ ହଜାର ଟଙ୍କାରୁ ଅଧିକର କାରବାର ଲାଗି ୫ ଟଙ୍କା ଲେଖାଏଁ ଓ ମ୍ୟୁଚୁଆଲ ଫଣ୍ଡ, ଅଂଶଧନ କାରବାରରେ ୦.୦୨ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ଆଦାୟ ହେବାକୁ ଥିବା ରାଶିକୁ 'ୟୁପିଆଇ' ପରିମଣ୍ଡଳରେ ଭାଗୀଦାର ...